ସ୍କୁଲ ପାଚେରି ପଡି ଶିଶୁ ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଲକଟି ଗ୍ରାମରେ ସ୍କୁଲ୍‌ ଗେଟ୍‌ ଓ ପାଚେରି ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ଗୁରୁବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ରେ ଏକ ପିଟିଶନ ହୋଇଛି। ମୃତ ଓ ଆହତ ଶିଶୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ କରି ନିମ୍ନମାନର ସ୍କୁଲ୍‌ ପାଚେରି ନିର୍ମାଣ କରିଥିବା ସରକାରୀ ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବେଲକଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏକ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ମହିଳାମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ମଶାରି ଆଣୁଥିବାବେଳେ ସେମାନଙ୍କ ସହ ଆସିଥିବା ଶିଶୁମାନେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଚେରି ପାର୍ଶ୍ୱରେ ଖେଳୁଥିଲେ। ଏହି ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ଲାଗିଥିବା ଗ୍ରୀଲ୍‌ ଓ ପାଚେରିର କିଛି ଅଂଶ ସେମାନଙ୍କ ଉପରେ ଭୁଶୁଡ଼ି ପଡିଥିଲା। ଏହା ତଳେ ୩ଜଣ ଶିଶୁ ଚାପି ହୋଇ ରହିଥିଲେ। ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଜଣେ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ଜଣକ ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରୀଶିକା(୧୦)। ଗୁରୁତର ଆହତ ହୋଇଥିବା ଦୁଇ ଶିଶୁ ହେଉଛନ୍ତି ରିତେଶ ପ୍ରଧାନ(୮) ଓ ଶୁଭଶ୍ରୀ ପ୍ରଧାନ(୮)।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ଘଟଣା : ଜେଏମ୍‌ଏଫ୍‌ସିରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ

କଟକ ଅଫିସ,୯।୮ : କଟକରେ କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନୟାଗଡ ଅଞ୍ଚଳର...

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ...

ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ରେକର୍ଡ: ବଢ଼ୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ଆହୁରି ଅଧିକ ବଢ଼ିବା ସହ ତାପମାତ୍ରା ହ୍ରାସ ପାଇଛି। ସକାଳ ୮ଟା ସୁଦ୍ଧା ପାରଦ...

କମ୍ପାନୀ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ

ଝାରସୁଗୁଡ଼ା ଅଫିସ,୧୧ା୬: ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅଞ୍ଚଳରେ ଶୁକ୍ରବାର ଏକ କମ୍ପାନୀର ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣି ଆୟୋଜନ କରାଯାଇଥିଲା। ହେଲେ...

ସକଳେଶ୍ୱର ହାଇସ୍କୁଲ ତାଲା ପକାଇଲେ ଛାତ୍ରୀଛାତ୍ର, ଅଭିଭାବକ

ଖଲ୍ଲିକୋଟ,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମରେ ଥିବା ସକଳେଶ୍ୱର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇ ଧାରଣା ଦେଇଥିଲେ...

ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ...

ଆଉ ୫ ସ୍ଥାନରେ ହେବ କୋଭିଡ୍‌ ପରୀକ୍ଷା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ଆଉ ୫ ସ୍ଥାନରେ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବ। ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍‌ କଲେଜରେ କରୋନା...

ବାରବାଟୀ ମ୍ୟାଚ: ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ମୋ ବସ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୦।୬(ବ୍ୟୁରୋ): କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ...

Advertisement
Archives

Model This Week