ସ୍କୁଲ ପାଚେରି ପଡି ଶିଶୁ ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଲକଟି ଗ୍ରାମରେ ସ୍କୁଲ୍‌ ଗେଟ୍‌ ଓ ପାଚେରି ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ଗୁରୁବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ରେ ଏକ ପିଟିଶନ ହୋଇଛି। ମୃତ ଓ ଆହତ ଶିଶୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ କରି ନିମ୍ନମାନର ସ୍କୁଲ୍‌ ପାଚେରି ନିର୍ମାଣ କରିଥିବା ସରକାରୀ ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବେଲକଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏକ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ମହିଳାମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ମଶାରି ଆଣୁଥିବାବେଳେ ସେମାନଙ୍କ ସହ ଆସିଥିବା ଶିଶୁମାନେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଚେରି ପାର୍ଶ୍ୱରେ ଖେଳୁଥିଲେ। ଏହି ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ଲାଗିଥିବା ଗ୍ରୀଲ୍‌ ଓ ପାଚେରିର କିଛି ଅଂଶ ସେମାନଙ୍କ ଉପରେ ଭୁଶୁଡ଼ି ପଡିଥିଲା। ଏହା ତଳେ ୩ଜଣ ଶିଶୁ ଚାପି ହୋଇ ରହିଥିଲେ। ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଜଣେ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ଜଣକ ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରୀଶିକା(୧୦)। ଗୁରୁତର ଆହତ ହୋଇଥିବା ଦୁଇ ଶିଶୁ ହେଉଛନ୍ତି ରିତେଶ ପ୍ରଧାନ(୮) ଓ ଶୁଭଶ୍ରୀ ପ୍ରଧାନ(୮)।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri