ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୮ରେ ଶେଷ ହେବାର ଥିଲା। ୧୯୮୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ମହାପାତ୍ର ୨୦୨୧ ଜାନୁୟାରୀ ପହିଲାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଗମ୍ଭୀର ରହିଛି। ତେବେ କୋଭିଡ୍‌ ପରିଚାଳନାରେ ତାଙ୍କର ଦକ୍ଷତା ରହିଥିବାରୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ଏମ୍‌ପି ଭର୍ତ୍ତୃହରି: ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁରେ ବୋହୂ ସାକ୍ଷୀ ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସ୍ବାମୀ ଲୋକରଞ୍ଜନ, ଶାଶୁ ଏବଂ...

ସାଢ଼େ ୮ ହଜାର ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ୮ ହଜାର ୫୬୭ ଡାକବାକ୍ସରୁ...

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର

ସାରସକଣା,୨।୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୩୪ ପ୍ରବାସୀ ଫେରାର ହୋଇଯାଇଛନ୍ତି। ଏନେଇ ସାରସକଣା ବିଡ଼ିଓ ସଂଗ୍ରାମ କେଶରୀ ଭୋଳ...

ନ୍ୟାୟ ନ ପାଇ ମହିଳା ନିରାଶ :ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୨।୧୦(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୩୫୪ଟି...

କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ...

ବୋମା କଥା ଶୁଣି ଦୌଡ଼ିଲେ ଯାତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)୧୪ ।୮: ସମୟ ଅପରାହ୍ନ ପ୍ରାୟ ସାଢେ ୪ଟା। ହଠାତ୍‌ ଭୁବନେଶ୍ୱର ରେଳଷ୍ଟେଶନର ପ୍ଲାଟ ଫର୍ମ ନଂ.୧ରେ ଏକ ବ୍ୟାଗ୍‌ରେ ବୋମା ଥିବା ପ୍ରଚାର ହେଲା।...

୪ ବର୍ଷ ହେଲା ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବାବେଳେ ଏହି ଅଞ୍ଚଳ ପାଇଁ ରେଳଲାଇନ୍‌ ଦାବି କରି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି...

ଆରମ୍ଭ ହେଉ ହେଉ ଟିକା ବୁକିଂ କଲେଣି ୪୮ ହଜାର ପିଲା

ଭୁବନେଶ୍ୱର,୧।୧(ବ୍ୟୁରୋ): ଜାନୁୟାରୀ ୧ରୁ ୧୫ରୁ ୧୮ ବୟସ ବର୍ଗଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଯାଏ କୋଓ୍ବିନରେ ୪୫ ହଜରରୁ ଅଧିକ ପିଲା ଟିକା...

Advertisement
Archives

Model This Week