ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କମନ ଆପ୍ଲିକେଶନ ଫର୍ମ ମଙ୍ଗଳବାର ଅପରାହ୍ଣ ୪ଟାରୁ ପୋର୍ଟାଲରେ ଉପଲବ୍ଧ ହୋଇଛି। ଆଶାୟୀମାନେ ଆସନ୍ତା ୩୦ ତାରିଖ ରାତି ୧୧.୪୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀମାନେ ଆବଶ୍ୟକ ହେଲେ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ରାତି ୧୧ଟା ୪୫ଟା ପର୍ଯ୍ୟନ୍ତ ପୂର୍ବରୁ ଦାଖଲ କରିଥିବା ସିଏଏଫ୍‌କୁ ଏଡିଟ କରିପାରିବେ। ତେବେ ଏହି ଦିନ କୌଣସି ନୂତନ ଆବେଦନ ଗ୍ରହଣ କରାଯିବ ନାହିଁ। ସମସ୍ତ ତଥ୍ୟକୁ ଅଗଷ୍ଟ ୫ ତାରିଖ ପୂର୍ବାହ୍ନ ୧୧ଟାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି)କୁ ପଠାଯିବ। ଯୋଗ୍ୟ ପ୍ରାର୍ଥୀଙ୍କ କାଗଜପତ୍ର ଯାଞ୍ଚ ପରେ ସାମ୍ସ ପୋର୍ଟାଲରେ ସୂଚିତ କରାଯିବ। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏମ୍‌ଆର୍‌ଏଫ୍‌ କାର୍ଯ୍ୟକ୍ରମରେ ଆବେଦନ ପାଇଁ ପ୍ରାର୍ଥୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ସେହିପରି ୨୦୨୪ ଏପ୍ରିଲ ୧ରୁ ୨୦୨୬ ଜୁଲାଇ ୧୯ ତାରିଖ ମଧ୍ୟରେ ଅନୁମୋଦିତ ଗବେଷଣା ନିର୍ଦ୍ଦେଶକଙ୍କ ଅଧୀନରେ ପିଏଚ୍‌ଡିରେ ପଞ୍ଜୀକୃତ ହୋଇଥିବା ଗବେଷକମାନେ କେବଳ ଆବେଦନ କରିପାରିବେ। ଏଥିସହ ଏମ୍‌ଆର୍‌ଆଇପି-୨୦୨୫ରେ ଫେଲୋଶିପ୍‌ ପାଇଁ ଚୟନ ହୋଇଥିଲେ ମଧ୍ୟ ସାମ୍ସରେ ପଞ୍ଜୀକୃତ ନ ଥିବା ଗବେଷକମାନେ ପୁନର୍ବାର ଆବେଦନ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

ଗାଙ୍ଗପୁର ଥାନା କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri