
ଲକ୍ଷ୍ନୌ,୨୩ ।୧୧: ଏସିଆର ସବୁଠାରୁ ବଡ ବିମାନ ବନ୍ଦର ଭାବେ ବିକଶିତ ହେବାକୁ ଯାଉଛି ନୋଏଡ଼ା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ । ଏହାର ଶିଳାନ୍ୟାସ ନଭେମ୍ବର ୨୫ରେ କରାଯିବ । ଏହି ଶିଳାନ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଏହାପୂର୍ବରୁ ଶିଳାନ୍ୟାସ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସେଠାକୁ ଗସ୍ତ କରୁଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ସେଠାରେ ଅଧିକାରୀଙ୍କ ସହ ବୈଠକ କରିବେ ଏହାପରେ ବିମାନବନ୍ଦରରେ ପ୍ରସ୍ତୁତି କାର୍ଯ୍ୟର ସମିକ୍ଷା କରିବେ । କାର୍ଯ୍ୟକ୍ରମକୁ ନେଇ ରୁଟ ପ୍ରସ୍ତୁତ କରାଯାଉଛି । ୨୫ ନଭେମ୍ବରରେ ଏଠାରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ରାଜ୍ୟପାଳ ଆନନ୍ଦିବେନ ପଟେଲ, ରାଜ୍ୟ ସରକାରଙ୍କ କେତେଜଣ ମନ୍ତ୍ରୀ ଓ ଅନ୍ୟ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।