ଅପରାହ୍ନରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏ ନେଇ ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସହ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ବିତ କରିବା ସହ ବୁଷ୍ଟର ଡୋଜ ପ୍ରକ୍ରିୟାକୁ ଜୋରଦାର କରିବା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଏହା ସଂକ୍ରମଣ ବଢୁଥିବାରୁ କଟକଣାକୁ କଡ଼ାକଡ଼ି କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଆଜି ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଅପଡେଟ୍‌ କରାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ: ୧୬୮ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର,୧।୧୨(ସତ୍ୟଜିତ୍‌ ରାଉତ): ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ସହକାରୀ ଯନ୍ତ୍ରୀ (ଏଇ) ସୁନୀଲ କୁମାର ପାଢ଼ୀ ବିପୁଳ ଆୟବହିର୍ଭୂତ...

୨ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର, ୧।୧୨(ଅସମାପିକା ସାହୁ):  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହେବ। ଏହା ୧୨ ତାରିଖ...

ଝାରସୁଗୁଡ଼ା ଜିଲା ଲଖନପୁରଠାରେ ପ୍ରତିଷ୍ଠା ହେବ ଆଇଟିଆଇ: ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୨(ଅନିଲ ଦାସ): ଝାରସୁଗୁଡ଼ା ଜିଲାର ଲଖନପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିବା ସହ ଏଥିପାଇଁ ୨୪...

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ପ୍ରତ୍ୟେକ ଓଡ଼ିଆ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୨(ଅନିଲ ଦାସ): ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ...

ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…

ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ...

ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା: ପିଇଓଙ୍କ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୧।୧୨(ରାକେଶ କୁମାର ରାଉତ): ଫୁଲବାଣୀ ବ୍ଲକ ଦଡକି ସରପଞ୍ଚଙ୍କ ପୁଅଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରବାର  ଉଦ୍ଧାର...

ଜାହଜରୁ ୩୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋକେନ୍‌ ଜବତ

ପାରାଦୀପ,୧।୧୨(ଶରତ ରାଉତ): ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ୫୫ଟି ପ୍ୟାକେଟ ଜବତ ହୋଇଥିବା...

ଓଡ଼ିଶା ଫେରିଲେ ଟନେଲରେ ଫଶିଥିବା ୪ ଶ୍ରମିକ

ଭୁବନେଶ୍ୱର,୧।୧୨: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଜଣ ଓଡ଼ିଆ ଶ୍ରମିକ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri