ପୁଟସିଲରେ ଇକୋ ରିଟ୍ରିଟ୍‌ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧ା୧୧(ଅମିତାଭ ବେହେରା): ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା କୋରାପୁଟ ଜିଲାର ପୁଟସିଲଠାରେ ଇକୋ ରିଟ୍ରିଟ୍‌ ପର୍ଯ୍ୟଟନସ୍ଥଳୀ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଟୁରିଜିମ ବିଭାଗର ଆଡିଶନାଲ ସେକ୍ରେଟାରୀ ଅନନ୍ତ ନାରାୟଣ ସିଂଲାଗୁରି, ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକା, ଜିଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ,ବିଡିଓ ପ୍ରମୁଖ ଉପସ୍ଥିତ ରହିଥିଲେ। କୋରାପୁଟ ଜିଲାର ଶୀତ ସହ ପାହାଡ଼ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଓମାଳି ପାଦଦେଶରେ ପୁଟସିଲ ଇକୋ ରିଟ୍ରିଟ ସଜେଇ ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ହେଉଥିବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ଉଭୟ ଦେଶ ଓ ବିଦେଶରୁ ଆସୁଥୁବା ପର୍ଯ୍ୟଟକଙ୍କ ପାଇଁ ୨୮ଟି କଟେଜ ନିର୍ମାଣ କରାଯାଇଛି। ଇକୋ ରିଟ୍ରଟ୍‌ ତଥା ପର୍ଯ୍ୟଟନ ଓ୍ବେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଜରିଆରେ ଏହି କଟେଜ୍‌ ବୁକିଂ ବ୍ୟବସ୍ଥା ହୋଇଛି। କଟେଜ୍‌ର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ୟରେ ରହିବ ବୋଲି ପର୍ଯ୍ୟଟକ ବିଭାଗ ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri