‘ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି’

ବାଲେଶ୍ୱର,୭।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଗତ ୨୦୨୩ ଜୁନ୍‌ ୨୨ ଓ ୨୩ରେ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ମୋଟ୍‌ ୮୪୦ ଦରଖାସ୍ତଭିତ୍ତିକ ଅଭିଯୋଗକୁ ସଂଗ୍ରହ କରି ୬ମାସ ମଧ୍ୟରେ ୭୬୦ ଅଭିଯୋଗକୁ ସମାଧାନ କରିଛନ୍ତି। ମାତ୍ର ୮୦ଟି ଅଭିଯୋଗ ସମାଧାନ ଅପେକ୍ଷାରେ ରହିଛି। ଇତିମଧ୍ୟରେ ବାଲେଶ୍ୱର ଜିଲାର ବିଭିନ୍ନ ପ୍ରକଳ୍ପର ଉନ୍ନତୀକରଣ ନିମନ୍ତେ ୧୦୩୮କୋଟି ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ ସହରରେ ପାନୀୟଜଳ ପ୍ରକଳ୍ପ ପାଇଁ ୨୩୫କୋଟି, ବୁଢ଼ାବଳଙ୍ଗ ନଦୀର ବଳରାମଗଡ଼ି ନିକଟସ୍ଥ ପରିକ୍ଷୀ ବ୍ରିଜ୍‌ ପାଇଁ ୧୧୩କୋଟି, ବସ୍ତାର ମାଛ ମାର୍କେଟ୍‌ ପାଇଁ ୮୦ କୋଟି, ସଲ୍ଟରୋଡ୍‌ର ଉନ୍ନତୀକରଣ ପାଇଁ ୫୭ କୋଟି, ବାହାନଗା ଓ ତାଳପଦା ରାସ୍ତାର ଉନ୍ନତୀକରଣ ପାଇଁ ୩୫କୋଟି, କାଂଶବାଂଶ ନଦୀର ଚଡ଼କମରା ବ୍ରିଜ୍‌ ପାଇଁ ୨୫ କୋଟି, ପଞ୍ଚୁଲିଙ୍ଗେଶ୍ୱର ଶୈବପୀଠର ଉନ୍ନତୀକରଣ ପାଇଁ ୧୫.୫ କୋଟି, ରେମୁଣାରେ ମଲ୍ଟିପର୍ପୋଜ କମ୍ୟୁନିଟି ସେଣ୍ଟର ପାଇଁ ୮କୋଟି, ସୋର-କୁପାରୀ ବ୍ରିଜ୍‌ ପାଇଁ ୯କୋଟି, ବାଲେଶ୍ୱର ମ୍ୟୁନିସିପାଲିଟିସ୍ଥିତ ଦରଘା ମଇଦାନ ପଡ଼ିଆର ଉନ୍ନତୀକରଣ ପାଇଁ ୧.୫କୋଟି, ବାଲିଆପାଳର ଡଗରା ବିଚ୍‌ର ଉନ୍ନତୀକରଣ ପାଇଁ ୧.୧୭କୋଟି, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ପାଇଁ ୧ କୋଟି ଆଦି ସାମିଲ ରହିଛି ବୋଲି ବାଲେଶ୍ୱର ମିଶନ ପଡ଼ିଆରେ ଆୟୋଜିତ ସଭାରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ ହେଲିକପ୍ଟର ଯୋଗେ ଆସି ଶନିବାର ପୂର୍ବାହ୍ନରେ ଆଇଟିଆଇ ପଡ଼ିଆରେ ଓହ୍ଲାଇବା ପରେ ବିଜେଡିର ପ୍ରମୁଖ ନେତା ଓ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ଏକ ବିଶାଳ ବାଇକ୍‌ ରାଲି ମାଧ୍ୟମରେ ସହର ପରିକ୍ରମା କରି ତାଙ୍କୁ ମିଶନ ପଡ଼ିଆରେ ଆୟୋଜିତ ସଭାସ୍ଥଳକୁ ଅଣାଯାଇଥିଲା। ସେଠାରେ ପହଞ୍ଚତ୍ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ ଲୋକମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ କରମର୍ଦ୍ଦନ କରି ସେମାନଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରିଥିଲେ। ମିଶନ ପଡ଼ିଆରେ ଆୟୋଜିତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ତାଙ୍କୁ ସ୍ବାଗତ ଜଣାଇ ମଞ୍ଚକୁ ଆହ୍ବାନ କରିଥିଲେ। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ ଗତ ୬ମାସ ପୂର୍ବରୁ ଜିଲାକୁ ଆସି ପାଇଥିବା ଅଭିଯୋଗର ସମାଧାନ ଏବଂ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ବାଲେଶ୍ୱର ଜିଲାରେ ପ୍ରତ୍ୟେକ ଗରିବ ପରିବାରଙ୍କୁ ବିଏସ୍‌କେୱାଇ-ନବୀନ କାର୍ଡରେ ସାମିଲ କରିବା ସହ ଜିଲାରେ ଖୁବ୍‌ଶୀଘ୍ର ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ପ୍ରଚଳିତ କରିବ। ସେହିପରି ପ୍ରତି ପଞ୍ଚାୟତରେ ଖୋଲିବ ବ୍ୟାଙ୍କ। ମହିଳା ଏବଂ ଛାତ୍ରୀଛାତ୍ରମାନେ ସହରକୁ ସୁବିଧାରେ ଯା’ଆସ କରିପାରିବେ। ବ୍ୟାଙ୍କ କାମ ପାଇଁ ଅଧିକ ସମୟ ନଷ୍ଟ କରିବେ ନାହଁି। ଏଥିସହିତ ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀର ପ୍ରତି ବୁଥ୍‌ରେ କେତେ ଭୋଟ୍‌ ମିଳିଥିଲା ତାକୁ ସମୀକ୍ଷା କରି ଆସନ୍ତା ୨୦୨୪ ନିର୍ବାଚନରେ ପ୍ରତି ବୁଥ୍‌ରୁ ୫% ଅଧିକ ଭୋଟ ପାଇବା ପାଇଁ ଘରେ ଘରେ ବିଜେଡିର ଉନ୍ନତିମୂଳକ କାର୍ଯ୍ୟ ପହଞ୍ଚାଇବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ ଗାଁ ଗହଳିର ଅଧିକାଂଶ ଲୋକଙ୍କୁ ବିଏସ୍‌କେୱାଇ କାର୍ଡ ମିଳି ନ ଥିବା ଜଣାପଡ଼ିଛି। ଆଜିଠାରୁ ଆରମ୍ଭ ହେଉଥିବା ବିଏସ୍‌କେୱାଇ-ନବୀନ କାଡର୍ର୍ ଯୋଜନାରେ ସମସ୍ତଙ୍କୁ ସାମିଲ୍‌ କରିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଖେଳଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ଗମନାଗମନରେ ରାଜ୍ୟବାସୀଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି। ତେଣୁ ଆସନ୍ତା ୨୦୨୪ ନିର୍ବାଚନରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ସହ ଅଧିକରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇ ପାରିଲେ ତାଙ୍କ ପ୍ରତି କୃତଜ୍ଞତା ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଅଶ୍ୱିନୀ ପାତ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ପର୍ଶୁରାମ ଧଡ଼ା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଜେଡି ଜିଲା ସଭାପତି ରବୀନ୍ଦ୍ର ଜେନା, ରାଜ୍ୟ ବିଜୁ ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବ୍ରିଟ୍‌ ଅଧ୍ୟକ୍ଷ ଆଲୋକ ସାହୁ, ପୌରାଞ୍ଚଳ ଅଧ୍ୟକ୍ଷ ସବିତା ସାହୁ, ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ଜିଲା ସଭାପତି ସୂର୍ଯ୍ୟକାନ୍ତ କରଙ୍କ ସମେତ ସମସ୍ତ କାଉନ୍‌ସିଲର, ଜିଲାପରିଷଦ ସଦସ୍ୟାସଦସ୍ୟ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଛାମୁଆ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସଭାରେ ପ୍ରାୟ ୧୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। ଏଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ବହୁ ଅଧିକ ଥିବା ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?