ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା; ଦୁଗ୍ଧ ଉତ୍ପାଦନ ଦୁଇଗୁଣ କରିବା ଲକ୍ଷ୍ୟ

ଭୁବନେଶ୍ୱର,୨୬।୭: ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଅମ୍ବ୍ରେଲା ସ୍କିମ୍‌ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯିବ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବଜେଟ ଅଭିଭାଷଣ ବେଳେ ସୂଚନା ଦେଇଛନ୍ତି।

ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ଷମତାସୀନ ହୋଇଥିବା ଭାଜପା ସରକାର ଏହାକୁ ହୃଦୟଙ୍ଗମ କରି ନିଜ ପ୍ରଥମ ବଜେଟରେ ‘ସମୃଦ୍ଧ କୃଷକ ଯୋଜନା’ର ପରିକଳ୍ପନା କରିଛନ୍ତି। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଗୁରୁବାର ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ୧୦ ସ୍ତମ୍ଭର ସର୍ବାଗ୍ରେ ରହିଛନ୍ତି ରାଜ୍ୟର ଅନ୍ନଦାତା (କୃଷକ)। ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପିତ ‘ଅମୃତ କାଳ’ର ସ୍ବପ୍ନ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ବୃହତ୍ତମ ନିଯୁକ୍ତି କ୍ଷେତ୍ର। କୃଷି କ୍ଷେତ୍ରରେ ରାଜ୍ୟର ମୋଟ ଶ୍ରମଶକ୍ତିର ୪୫.୮% ନିୟୋଜିତ ହୋଇଥିବାବେଳେ ଏହାର ଯୋଗଦାନ ଗ୍ରସ୍‌ ଷ୍ଟେଟ୍‌ ଭାଲ୍ୟୁ ଆଡେଡ୍‌ (ଜିଏସ୍‌ଭିଏ)ର ୨୨.୫%। ୨୦୨୩-୨୪ ଆର୍ଥିକବର୍ଷରେ କୃଷି କ୍ଷେତ୍ରକୁ ୨୪,୮୨୯ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୨୪-୨୫ ଆର୍ଥିକବର୍ଷର ବଜେଟରେ ଏଥିରେ ୩୬% ବୃଦ୍ଧିକରି ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଜାତୀୟସ୍ତରରେ ଓଡ଼ିଶା ଚତୁର୍ଥ ବୃହତ୍‌ ଧାନ ଯୋଗାଣକାରୀ ରାଜ୍ୟ। ଏହି ଯୋଜନାରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କାରେ କିଣାଯିବ, ଯାହାକି ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ଠାରୁ ୮୦୦ ଟଙ୍କା ଅଧିକ। ମଣ୍ଡିରେ କଟନି ଛଟନି ବ୍ୟବସ୍ଥାକୁ ରୋକାଯିବା ସହ ଧାନ କ୍ରୟ ବ୍ୟବସ୍ଥାର ସରଳୀକରଣ କରାଯିବ। ଡିବିଟି ମୋଡ୍‌ ପାଇଁ ପଞ୍ଜୀକୃତ କୃଷକମାନେ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?