ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର ଓ ଲୋକଲୋଚନକୁ ଆଣିବା ପାଇଁ ଅତିଥିମାନଙ୍କୁ ପାରମ୍ପରିକ ଚାଙ୍ଗୁ ବାଦ୍ୟ ମାଧ୍ୟମରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡାରା, କରୁକୁଡୁପା ସରପଞ୍ଚ ବିଶେଷଣ ମାଝି, ଭାଜପାର ମଣ୍ଡଳ ସଭାପତି ସର୍ବେଶ୍ୱର ମାଝି,ଅତିରିକ୍ତ ତହସିଲଦାର ବ୍ଲୁଚୁମ ପ୍ରଧାନ ,ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଉପ କୋଷଗାର ଅଧିକାରୀ,ବିକାଶ ଚନ୍ଦ୍ର ପ୍ରଧାନ, ଏ ଏସ ଆଇ ସଞ୍ଜୟ କୁମାର ପ୍ରଧାନ ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଚନ୍ଦ୍ର ପରାସେଠ, ବରିଷ୍ଠ ନାଗରିକ ଲଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପନିର୍ବନ୍ଧନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୧୨.୪୫ମିନିଟରେ ଅଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ହେବା ଫଳରେ ଅଞ୍ଚଳବାସୀଙ୍କ ପାଇଁ ଏକ ସୁବିଧା ଏବଂ ଶୁଭଙ୍କର ହେବ। ପୂର୍ବରୁ ଅଞ୍ଚଳବାସୀ ସୁଦୂର ବାଲିଗୁଡା ଉପନିର୍ବନ୍ଧନ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା। ଯାହାଫଳରେ ତୁମୁଡିବନ୍ଧ ଅଞ୍ଚଳର ସାଧାରଣ ଲୋକ ବହୁତ ହଇରାଣ ହେବା ସହିତ କ୍ଷତିରେ ମଧ୍ୟ ପଡ଼ିଥାନ୍ତି। ଏବେ ଅତି ସହଜରେ କମ ଖର୍ଚ୍ଚରେ ହୋଇ ପାରିବ। ଏହି ତୁମୁଡିବନ୍ଧ ଉପନିବନ୍ଧନ କାର୍ଯ୍ୟାଳୟରେ ପ୍ରତ୍ୟେକ ବୁଧବାର ଭୁସମ୍ପତ୍ତି କିଣା ବିକାର ରେଜିଷ୍ଟ୍ରେଶନ କରାଯିବା ନେଇ ତୁମୁଡିବନ୍ଧ ତହସିଲଦାର ସାହୁ କହିଛନ୍ତି। ତେବେ ତୁମୁଡିବନ୍ଧରେ ଉପନିବନ୍ଧନ କାର୍ଯ୍ୟାଳୟ ହେବାରୁ ତୁମୁଡିବନ୍ଧ ଅଞ୍ଚଳର ଭୁସମ୍ପତ୍ତିର ଦୁଃଖ ଲାଘବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ଅଞ୍ଚଳବାସୀ ସ୍ବାଗତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?