Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୩୦।୧୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ମଙ୍ଗଳବାର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ହେଲେ ଏହି ବିସ୍ତାର ପରେ ଭାଜପାରେ ବିବାଦ ବଢ଼ିଛି। କାରଣ ଦୁଇ ନୂଆ ମନ୍ତ୍ରୀ କମଲ ଗୁପ୍ତା (ଭାଜପା) ଏବଂ ଦେବେନ୍ଦର ସିଂ ବବଲି (ଜେଜେପି)ଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଭାଗ ନ ଥିଲା। ଏଥିଯୋଗୁ ସେ କ୍ୟାବିନେଟର ବରିଷ୍ଠ ସହଯୋଗୀ ଅନିଲ ଭିଜ୍‌ଙ୍କଠାରୁ ଗୃହ ବିଭାଗ ମାଗିଥିଲେ। ଭିଜ୍‌ ଏଥିରେ ଅସନ୍ତୁଷ୍ଟ ହୋଇ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିବା ସହ ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଫେରାଦ ହୋଇଥିଲେ। ଶେଷରେ ଖଟ୍ଟର ଓ ଭିଜ୍‌ ଗୋଟିଏ ଲେଖାଏ ବିଭାଗ ଛାଡ଼ି ନିଜ ଦଳର ଜଣେ ମନ୍ତ୍ରୀଙ୍କୁ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ନୂଆକରି ଶପଥ ନେଇଥିବା ତାଙ୍କ ଦଳର ମନ୍ତ୍ରୀଙ୍କ ପାଇଁ ଗୋଟିଏ ବିଭାଗ ଛାଡ଼ିଦେଇଛନ୍ତି। ଏହି ଘଟଣାକ୍ରମକୁ ନେଇ ହରିୟାଣା ରାଜନୀତି ସରଗରମ ହୋଇଥିବାବେଳେ ଖଟ୍ଟର-ଭିଜ୍‌ ମୁହଁାମୁହିଁ ହେବା ଭାଜପାର ଅନ୍ତର୍କଳହକୁ ପଦାରେ ପକାଇଛି।
ହରିୟାଣା ମନ୍ତ୍ରିମଣ୍ଡଳରେ ଭାଜପା କୋଟାରୁ ହିସାର ବିଧାୟକ ଡ. କମଲ ଗୁପ୍ତା ଏବଂ ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି)ରୁ ଟୋହାନା ବିଧାୟକ ଦେବେନ୍ଦର ସିଂ ବବଲିଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଚଣ୍ଡିଗଡ଼ସ୍ଥିତ ରାଜଭବନରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସଂସ୍କୃତରେ ଶପଥ ନେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ପୃଷ୍ଠଭୂମିର କମଲ ଗୁପ୍ତା ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଅନ୍ୟପକ୍ଷେ ହିନ୍ଦୀରେ ଶପଥ ନେଇଥିବା ଦେବେନ୍ଦର ହରିୟାଣରେ କେନ୍ଦ୍ରର ୩ କୃଷି ଆଇନ ବିରୋଧୀ ଆନ୍ଦୋଳନର ମୂଳ କୁହାଯାଉଥିବା ଫତେଗଡ଼ର ତୋହାନାରୁ ବିଧାନସଭାରେ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ଜୁନ୍‌ରେ ବବଲି ନିଜ ନିର୍ବାଚନମଣ୍ଡଳୀକୁ ଯାଇଥିବାବେଳେ ଆନ୍ଦୋଳନରତ କୃଷକଙ୍କ ଘୋର ବିରୋଧର ସମ୍ମୁଖୀନ ହୋଇଥିଲେ। କୃଷକଙ୍କ ଆକ୍ରମଣରେ ତାଙ୍କ ଗାଡ଼ିର କାଚ ଭାଙ୍ଗିଯିବା ସହ ଡ୍ରାଇଭର ଆହତ ହୋଇଥିଲେ। ଦେବେନ୍ଦର ଜଣେ ପ୍ରମୁଖ ଜାଟ୍‌ ଚେହେରା। ୨୦୧୯ ନିର୍ବାଚନରେ ସେ ଭାଜପାର ତତ୍କାଳୀନ ରାଜ୍ୟ ସଭାପତି ସୁଭାଷ ବରାଳଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ।
ହରିୟାଣାରେ ଏହା ହେଉଛି ୨ ବର୍ଷ ମଧ୍ୟରେ ଦ୍ୱିତୀୟ ସମ୍ପ୍ରସାରଣ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ୨୦୧୯ ଅକ୍ଟୋବରରେ ନିର୍ବାଚନ ହୋଇଥିଲା। ଭାଜପା ଏବଂ ଜେଜେପି ପରସ୍ପର ବିରୋଧରେ ଲଢ଼ିଥିଲେ। ଭାଜପା ୪୦ ଆସନ ଜିତିଥିଲା। ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଶେଷରେ ୧୦ ବିଧାୟକ ଥିବା ଜେଜେପି ସହ ମେଣ୍ଟ କରିବାକୁ ବାଧ୍ୟ ହୋଇଥିଲା। ଅକ୍ଟୋବର ୨୭ରେ ମନୋହର ଲାଲ ଖଟ୍ଟର ଏବଂ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନଭେମ୍ବରରେ ଉଭୟ ଦଳର ୧୦ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା। ସଦ୍ୟ ବିସ୍ତାର ସହ ଖଟ୍ଟରଙ୍କୁ ମିଶାଇ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ୨ ନୂଆ ମନ୍ତ୍ରୀଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିଭାଗ ନ ଥିବାରୁ ସେ ଅନିଲ ଭିଜ୍‌ଙ୍କୁ ଗୃହ ବିଭାଗ ମାଗିଥିଲେ। ଭିଜ୍‌ ଗୃହ ବିଭାଗ ଛାଡ଼ିବାକୁ ମନା କରିଦେଲେ। ସେ ସହରାଞ୍ଚଳ ପୌର ସଂସ୍ଥା ବିଭାଗ ଛାଡ଼ିଛନ୍ତି। ଖଟ୍ଟର ମଧ୍ୟ ସମସ୍ତଙ୍କ ପାଇଁ ଗୃହ ନିର୍ମାଣ ବିଭାଗ ଛାଡ଼ିଛନ୍ତି। ଏହି ଦୁଇ ବିଭାଗ କମଲ ଗୁପ୍ତାଙ୍କୁ ଦିଆଯାଇଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଉନ୍ନୟନ ଓ ପଞ୍ଚାୟତ ବିଭାଗ ଛାଡ଼ିଛନ୍ତି। ତାଙ୍କ ଦଳରୁ ମନ୍ତ୍ରୀ ହୋଇଥିବା ଅନୁପ ଧନକ ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟ ବିଭାଗ ଛାଡ଼ିଛନ୍ତି। ଏହି ଦୁଇ ବିଭାଗ ଦେବେନ୍ଦର ସିଂ ବବଲିଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?