ମହିଳା ହକି ଦଳର ମନୋବଳ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ହାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଟିମ୍‌ର ମନୋବଳ ବଢାଇଛନ୍ତି। ସେମିରେ ଖୁବ୍‌ ସାହସିକତାର ସହ ମହିଳା ଟିମ୍‌ ପ୍ରଦର୍ଶନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି। ମହିଳା ଦଳର ପ୍ରଦର୍ଶନ ଖୁବ୍‌ ଉତ୍ସାହଜନକ ଥିଲା। ଆଗାମୀ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେମିରେ ହାରିବା ପରେ ଏବେ ବ୍ରୋଞ୍ଜ ପଦକ ପାଇଁ ଟିମ୍‌ ଖେଳିବ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ଭଲପାଇବା ଯୋଗୁ ୨୦୧୮ ପରଠାରୁ ରାଜ୍ୟ ସରକାର ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି। ଓଡ଼ିଆ ପୁରୁଷ ଓ ମହିଳା ଖେଳାଳି ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଆ ଜାତିକୁ ସମଗ୍ର ବିଶ୍ୱରେ ଗର୍ବିତ କରିଛନ୍ତି। ଦୀର୍ଘ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ଏହି ସଫଳତା ଆଣିବାରେ ସହାୟକ ହୋଇପାରିଛି। ଓଡ଼ିଶା ୨୦୧୮ରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଥିବା ବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ତୃଣମୂଳସ୍ତରରୁ ଖେଳାଳି ଚୟନ ସହ ଅନ୍ତର୍ଜାତୀୟ ସ୍ତରର କୋଚ୍‌ମାନଙ୍କୁ ନେଇ ଯେଉଁ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି ସେ ସବୁର ସକାରାତ୍ମକ ପ୍ରଭାବ ଏବେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ପଡି ରହିଛି ଧାନ: ମିଲର୍ସଙ୍କ ଅସହଯୋଗ

ଲୋଇସିଂହା,୪।୧: ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ୟାକ୍ସରେ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଛି। ମିଲର୍ସଙ୍କ ଅସହଯୋଗ ଯୋଗୁ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ହେଉଛି। ମଣ୍ଡିରେ...

କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟର ଏକାଧିକ କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବୀକୃତିପ୍ରାକ୍ତ ପଦବୀ ଅନୁସାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଏପରିକି ଡାକ୍ତର ନିଯୁକ୍ତ ପାଇଁ ଜେଲ ବିଭାଗ...

ବଜ୍ରପାତ ନେଲା ଜୀବନ

ପାଣ୍ଡ୍ରିପାଣି,୬।୬(ଡି.ଏନ୍‌.ଏ): ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର କେନ୍ଦୁକୁଣ୍ଡ ଗଁାରେ ଘଡ଼ଘଡ଼ି ଓ ବିଜୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ମୃତ...

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟିହେଲା ୨୦ ନୂଆ ପଦବୀ

ଭୁବନେଶ୍ବର,୧୩ା୧(ବ୍ୟୁରୋ): କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଖଇରା,୫।୪(ଡି.ଏନ.ଏ):ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ପତିରାଜପୁର ଦୋଳ ମେଳା କମିଟି ଓ ଗୋଳିହା ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି।...

‘ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୨ ନୂତନ ଜ୍ଞାନ କୌଶଳ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ପ୍ରସ୍ତୁତ ହୋଇଛି। ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଯେପରି ଭାରତ...

୨୦ ବର୍ଷରେ ୨୪ ତଦନ୍ତ କମିଶନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ...

ଏହି ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍‌ଡାଉନ ରହିବ।...

Advertisement
Archives

Model This Week