Posted inଖେଳ

ଛେତ୍ରୀଙ୍କ ଡବଲ ଗୋଲରେ ଭାରତ ବିଜୟୀ

ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ ଜାଶିମ ବିନ୍‌ ହମାଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀ ୭୯ ତମ ଓ ୯୦
+ ୨ତମ ମିନିଟ୍‌ରେ ଦୁଇଟି ଯାକ ଗୋଲ ସ୍କୋର କରିଥିଲେ। କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ ଖେଳୁଥିବା ଭାରତର ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ଦ୍ୱାରା ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚରୁ ୩ ଡ୍ର, ୩ ପରାଜୟ ଓ ଗୋଟିଏ ବିଜୟରୁ ୬ ପଏଣ୍ଟ ଅର୍ଜନ କରି ଗ୍ରୁପ୍‌ ଇ’ ଦ୍ୱିତୀୟ ରାଉଣ୍ଡ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନ ଅଧିକାର କରିଛି। କାତାର ସମାନ ସଂଖ୍ୟକ ମ୍ୟାଚରୁ ୧୯ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିବାବେଳେ ଓମାନ ୫ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନ ୬ଟି ମ୍ୟାଚରୁ ୫ ପଏଣ୍ଟ ସହ ଚତୁର୍ଥ ଏବଂ ବାଂଲାଦେଶ ୭ଟି ମ୍ୟାଚରୁ ମାତ୍ର ୨ ପଏଣ୍ଟ ହାସଲ କରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସୋମବାର ବାଂଲାଦେଶକୁ ପରାସ୍ତ କରିବା ଦ୍ୱାରା ଭାରତ ଗତ ୬ ବର୍ଷ ମଧ୍ୟରେ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଭାରତ ଶେଷଥର ପାଇଁ ୨୦୧୫ ନଭେମ୍ବରରେ ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁରେ ୨୦୧୮ ବିଶ୍ୱକପ୍‌ ପାଇଁ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଗୁଆମକୁ ହରାଇଥିଲା। ଗତ ଗୁରୁବାର ଭାରତ ଏସିଆନ ଚାମ୍ପିୟନ କାତାରଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ ଦୌଡ଼ରୁ ଭାରତ ବାଦ୍‌ ପଡିସାରିଛି। ତେବେ ୨୦୨୩ ଏସିଆନ କପ୍‌ ପାଇଁ ଯୋଗ୍ୟତା ହାସଲ ସମ୍ଭାବନା ଉଜ୍ଜୀବିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri