Posted inଖେଳ

ଛେତ୍ରୀଙ୍କ ଡବଲ ଗୋଲରେ ଭାରତ ବିଜୟୀ

ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍‌ ଓ ଏସିଆନ କପ୍‌ କ୍ୱାଲିଫାୟର୍ସ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ ଜାଶିମ ବିନ୍‌ ହମାଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀ ୭୯ ତମ ଓ ୯୦
+ ୨ତମ ମିନିଟ୍‌ରେ ଦୁଇଟି ଯାକ ଗୋଲ ସ୍କୋର କରିଥିଲେ। କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ ଖେଳୁଥିବା ଭାରତର ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ଦ୍ୱାରା ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚରୁ ୩ ଡ୍ର, ୩ ପରାଜୟ ଓ ଗୋଟିଏ ବିଜୟରୁ ୬ ପଏଣ୍ଟ ଅର୍ଜନ କରି ଗ୍ରୁପ୍‌ ଇ’ ଦ୍ୱିତୀୟ ରାଉଣ୍ଡ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନ ଅଧିକାର କରିଛି। କାତାର ସମାନ ସଂଖ୍ୟକ ମ୍ୟାଚରୁ ୧୯ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିବାବେଳେ ଓମାନ ୫ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନ ୬ଟି ମ୍ୟାଚରୁ ୫ ପଏଣ୍ଟ ସହ ଚତୁର୍ଥ ଏବଂ ବାଂଲାଦେଶ ୭ଟି ମ୍ୟାଚରୁ ମାତ୍ର ୨ ପଏଣ୍ଟ ହାସଲ କରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସୋମବାର ବାଂଲାଦେଶକୁ ପରାସ୍ତ କରିବା ଦ୍ୱାରା ଭାରତ ଗତ ୬ ବର୍ଷ ମଧ୍ୟରେ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଭାରତ ଶେଷଥର ପାଇଁ ୨୦୧୫ ନଭେମ୍ବରରେ ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁରେ ୨୦୧୮ ବିଶ୍ୱକପ୍‌ ପାଇଁ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡ ମ୍ୟାଚ୍‌ରେ ଭାରତ ୧-୦ ଗୋଲରେ ଗୁଆମକୁ ହରାଇଥିଲା। ଗତ ଗୁରୁବାର ଭାରତ ଏସିଆନ ଚାମ୍ପିୟନ କାତାରଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ ଦୌଡ଼ରୁ ଭାରତ ବାଦ୍‌ ପଡିସାରିଛି। ତେବେ ୨୦୨୩ ଏସିଆନ କପ୍‌ ପାଇଁ ଯୋଗ୍ୟତା ହାସଲ ସମ୍ଭାବନା ଉଜ୍ଜୀବିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri