ବେଙ୍ଗାଲୁରୁ, ୨୨ା୬ (ପି.ଟି.)- ଭାରତୀୟ ଫୁଟ୍ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍ସି ସହିତ ତାଙ୍କ ଚୁକ୍ତି ମିଆଦକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ସେ ଏହି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଦଳ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ୩୬ ବର୍ଷୀୟ ଛେତ୍ରୀ ୨୦୧୩ରେ ବେଙ୍ଗାଲୁରୁ ଏଫ୍ସିରେ ଯୋଗ ଦେଇଥିଲେ। କ୍ଲବ ତରଫରୁ ୮ ସିଜନରେ ସେ ୨୦୩ ମ୍ୟାଚ ଖେଳି ୧୦୧ ଗୋଲ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଲ ସ୍କୋରଂ ତାଲିକାରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି। ୬ଥର ଏଆଇଏଫ୍ଏଫ୍ ପ୍ଲେୟର ଅଫ୍ ଦି ଇୟର ବିବେଚିତ ଛେତ୍ରୀ ତାଙ୍କ କ୍ଲବ ସହ ୨୦୧୩ରେ ଆଇ-ଲିଗ୍ ଟାଇଟଲ ଜିତିଥିଲେ। ପୁନଶ୍ଚ ସେ ଫେଡେରେଶନ କପ୍ (୨୦୧୫, ୨୦୧୭), ଇଣ୍ଡିଆନ ସୁପର ଲିଗ୍ (୨୦୧୮-୧୯) ଏବଂ ସୁପର କପ୍ (୨୦୧୮) ସମେତ ୫ ଅଧିକ ଟ୍ରଫି ହାସଲ କରିଛନ୍ତି।

ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି
ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍ ସ୍ନୁକର ଚାମ୍ପିୟନଶିପ୍।...

ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ଉଦ୍ଘାଟିତ
ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ଆଇପିଏଲ୍ରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ଧୋନୀ
ମୁମ୍ବାଇ,୨।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଖେଳାଯାଇଥିବା...

ପ୍ରଥମଥର ଲାଗି ଗୋଲ୍ଡେନ ଡକ୍
ବିଶାଖାପାଟନମ, ୧୯।୧୨- ଏକଦିବସୀୟ କ୍ରିକେଟ୍ର ୪୮ ବର୍ଷର ଇତିହାସରେ ପ୍ରଥମଥର ଲାଗି ଏକ ମ୍ୟାଚ୍ରେ ଉଭୟ ଦଳର ଅଧିନାୟକ ପ୍ରଥମ ବଲରେ ଖାତା ଖୋଲିବା ପୂର୍ବରୁ...

ପ୍ରଥମ ଅନ୍ଅଫିସିଆଲ ଟେଷ୍ଟ: ଭାରତ-ଏ ୨୧୬ରେ ସୀମିତ
ଖ୍ରୀଷ୍ଟଚର୍ଚ୍ଚ, ୩୦।୧ (ପି.ଟି.)- ଘରୋଇ ନ୍ୟୁଜିଲାଣ୍ଡ-ଏ ଓ ଭାରତ-ଏ ମଧ୍ୟରେ ଗୁରୁବାରଠାରୁ ଏଠାରେ ପ୍ରଥମ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ୪ ଦିବସୀୟ...

ରୋହିତ-ରାହୁଲଙ୍କ ଓପନିଂ ଭୁଲି ହେବନାହିଁ: ସେହ୍ବାଗ
ନୂଆଦିଲ୍ଲୀ,୧୧।୯: ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ର ଅନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଉଭୟ ଟିମ୍ ସିରିଜର ୪ ଟେଷ୍ଟ ଖେଳିଥିବା ବେଳେ ଶେଷ ମ୍ୟାଚ୍ ବାତିଲ ହୋଇଥିଲା।...

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଏହି ବୋଲର୍
ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍ ଜାଣିଥିବେ। ଜୁଲାଇ...

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ
କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା...