Posted inଗଜପତି

ଅବ୍ୟବସ୍ଥା ଘେରରେ ଛେଳିଗଡ଼ ସ୍ମାର୍ଟ ବିଦ୍ୟାଳୟ

ଆର.ଉଦୟଗିରି,୨୬।୬(ଡି.ଏନ୍‌.ଏ.): ୫-ଟି ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟଗୁଡିକୁ ରୂପାନ୍ତରିତ କରି ଛାତ୍ରୀଛାତ୍ରଙ୍କ ବିକାଶ ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ଆର.ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ସ୍ପଟ ବାରିହୁଏ ସ୍ମାର୍ଟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ। ଏଠାରେ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀଯାଏ ୪୬୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୫ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଛାତ୍ରୀଛାତ୍ରମାନେ ଭଲ ପାଠ ପଢ଼ିବେ ଆଉ ସ୍ମାର୍ଟ ହେବେ ସେନେଇ ରାଜ୍ୟ ସରକାର ବିଦ୍ୟାଳୟକୁ ୫-ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରି ଲାଇବ୍ରେରି, ସ୍ମାର୍ଟ କ୍ଲାସ୍‌ ରୁମ୍‌, ଆଦର୍ଶ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌ ସେବା ଯୋଗାଇବା ସହ ସୁନ୍ଦର ବଗିଚା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁବ୍ୟବସ୍ଥା କରୁଛନ୍ତି। ହେଲେ ଫଳ ହେଉଛି ଓଲଟା। ୨୦୨୧ ନଭେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ବିଦ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ହେଲେ ଉଦ୍‌ଘାଟନର ୭ ମାସ ନ ହେଉଣୁ ବିଦ୍ୟାଳୟଟି ଏବେ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ନା ଆସୁଛି ଶୌଚାଳୟକୁ ପାଣି ନା ଆସୁଛି ବିଶୁଦ୍ଧ ପାନୀୟ ଜଳ। ବର୍ଷା ହେଲେ ଶ୍ରେଣୀ ଗୃହରେ ପଶୁଛି ଜଳ। ଏବେ ମଧ୍ୟ ଅନେକ ପୁରୁଣା ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ମରାମତି କରାଯାଉନଥିବା ଯୋଗୁ ସେଠାରେ ଗଛ ଉଠିଗଲାଣି। ବିଦ୍ୟାଳୟ ପରିସରରେ କୂଅ ଥିଲେ ମଧ୍ୟ ମରାମତି ଅଭାବରୁ ଭୁଶୁଡ଼ିଗଲାଣି। ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ଦେଖି ଛାତ୍ରୀଛାତ୍ରମାନେ ଅବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ବିଭାଗୀୟ ସହକାରୀ ଯନ୍ତ୍ରୀ ସାନୁଜ କୁମାରଙ୍କ ସୂଚନା ପ୍ରକାରେ, ଏହି ବିଦ୍ୟାଳୟକୁ ୫-ଟି ମାଧ୍ୟମରେ ୭୮ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରାଯାଇଛି। ବିଦ୍ୟାଳୟ କାନ୍ଥଗୁଡ଼ିକୁ ଅନଭିଜ୍ଞ ମିସ୍ତ୍ରି ଦ୍ୱାରା ମରାମତି କରାଯାଇଥିବା ବେଳେ ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି। ଏତେ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଛି କିନ୍ତୁ ଛାତ, କାନ୍ଥ ଫାଟି ଗଲାଣି। ବିଦ୍ୟାଳୟର ବହୁ କୋଠା ପୁରୁଣା, ତାହାକୁ କେବଳ ରଙ୍ଗ ଦିଆଯାଇଛି। ଫଳରେ ଚଳିତ ମାସ ୮ରେ କାଳବୈଶାଖୀ ଝଡ଼ବତାସ ଯୋଗୁ ରଙ୍ଗ ଦିଆଯାଇଥିବା ଟିଣ ଛପର ଉଡିଯାଇଛି। ତଥାପି ତାହାକୁ ସଜାଡିବା ପାଇଁ ଯେମିତି କାହାର ଦୃଷ୍ଟି ପଡୁନି। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ୭୮ ଲକ୍ଷ ଟଙ୍କା କାହା ସ୍ବାର୍ଥରେ କରାଯାଇଛି ନା ବିଦ୍ୟାଳୟ ରୂପାନ୍ତରିତ ନାମରେ ସରକାରୀ ଅର୍ଥକୁ ହଡ଼ପ କରାଯାଇଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ କେ.ଭେଙ୍କଟ ରାମଣା। ବିଦ୍ୟାଳୟର ଏଭଳି ଅବସ୍ଥା ପାଇଁ ଯେଉଁମାନେ ସମ୍ପୃକ୍ତ ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଦ୍ୟାଳୟ କମିଟି ସଭାପତି ସୌଦାମିନୀ ଜେନା, ସାମାଜିକ କର୍ମୀ ଅଜିତ ସାହୁ ଓ ଗ୍ରାମବାସୀ। ଏ ନେଇ ସ୍ଥାନୀୟ ବ୍ଲକର ନିର୍ବାହୀ ଯନ୍ତ୍ରୀ ବି. ସାନୁଜ କୁମାରଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ ୫-ଟିରେ କୌଣସି ନିମ୍ନମାନର କାମ କରାଯାଇନି। ଠିକ୍‌ ଭାବେ କାମ ତଦନ୍ତ କରାଯାଉ। କିଛି ଦିନ ତଳେ କାଳବୈଶାଖୀରେ ବିଦ୍ୟାଳୟର ୫-ଟି ଦ୍ୱାରା ନିର୍ମାଣ କୌଣସି କାମ ନଷ୍ଟ ହୋଇନି। ଏକ ପୁରୁଣା ଟିଣରେ କଲର କରାଯାଇଥିଲା, ସେହି ଘରର ଟିଣ ପବନ ଉଡେଇ ଦେଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

ପୋଲିସକୁ ଦେଖି ଡ୍ରାଇଭର ଛାନିଆ, ରାସ୍ତା ମଝିରେ ଗଞ୍ଜେଇ ଗାଡି ରଖି ଜଙ୍ଗଲକୁ ଦୌଡିଲେ, ଗାଡିରୁ ବାହାରିଲା ଏତେ ଟଙ୍କାର…

ମୋହନା, ୨୦।୫( ମନ୍ମଥ ମିଶ୍ର ): କିଛିଦିନ ହେଲା ଗଜପତି ଜିଲା ଗଞ୍ଜେଇ ମୁକ୍ତ ଅଭିଯାନରେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଥିବାବେଳେ ପୁଣି ଗଞ୍ଜେଇ ଥିବା…

ଏମିତି ବି ଆସେ ମୃତ୍ୟୁ: ଭୋଜିକୁ ଯାଉଥିଲେ ଦାଦା ପୁତୁରା , ରାସ୍ତାରେ ଘଟିଲା

ମୋହନ,୧୯।୫(ମନ୍ମଥ ମିଶ୍ର): ଭୋଜି ଖାଇବାକୁ ଯାଉଥିବା ବେଳେ ଦାଦା–ପୁତୁରାଙ୍କ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବାବେଳେ ପୁତୁରା ଗୁରୁତର ହୋଇଛନ୍ତି। ଏଭଳି ହୃଦୟବିଦାରକ ଘଟଣା ଗଜପତି…

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri