Posted inଜାତୀୟ

ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର

ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ ବିଳାଶପୁରସ୍ଥିତ ଆପୋଲ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରାଯାଉଛି। ବୁଧବାର ଆପୋଲୋ ହସ୍ପିଟାଲରେ ରାହୁଲ ସ୍ବାସ୍ଥ୍ୟବସ୍ଥାର ସମୀକ୍ଷା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଡାକ୍ତରୀ ଟିମ ସହିତ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରି ରାହୁଲଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲଙ୍କ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ରାହୁଲଙ୍କର ସ୍ବାସ୍ଥ୍ୟ ଖର୍ଚ୍ଚଠାରୁ ନେଇ ଆଗାମୀ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମା’ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ରାହୁଲ ଏବେ ସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶରୀରରେ ଇନଫେକ୍ସନ ହୋଇଛି। ୨ରୁ ୩ ଦିନ ମଧ୍ୟରେ ରାହୁଲର ସ୍ବାସ୍ଥ୍ୟାବସ୍ଥା ବିଷୟରେ ସଠିକ ତଥ୍ୟ ଦେଇ ହେବ ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…

ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍‌ ରାସ୍ତା ଉପରକୁ ଚାଲି...

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି...

କରୋନା ଲଢ଼େଇରେ ଜିତି ବି କାହିଁକି ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ, ବିଶେଷଜ୍ଞ ଦେଲେ ଉତ୍ତର…

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଲୋକେ...

ନ୍ୟାୟିକ ବ୍ୟବସ୍ଥାର ଭାରତୀୟକରଣ ଜରୁରୀ…

ହାଇଦ୍ରାବାଦ, ୨୭।୧୨: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଭାରତୀୟକରଣ କରିବାର ଆବଶ୍ୟକତା ରହିଛି। ହାଇଦ୍ରାବାଦରେ ଆୟୋଜିତ ଅଲ ଇଣ୍ଡିଆ ଆଡଭୋକେଟ କାଉନସିଲର ଷଷ୍ଠତମ ଜାତୀୟ ପରିଷଦ ବୈଠକରେ...

ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି।...

ଗୁଜରାଟ ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଘୋଷଣା, କ୍ରିକେଟର ଜାଡେଜାଙ୍କ ସ୍ତ୍ରୀଙ୍କୁ ଟିକଟ…

ଅହମଦାବାଦ,୧୦।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହା ଘୋଷଣା କରିଛନ୍ତି।...

ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୪ ନାମ

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ହଠାତ୍ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ତାଙ୍କ...

ପଞ୍ଜାବ ସରକାରଙ୍କୁ ଝଟ୍‌କା

ଚଣ୍ଡିଗଡ,୨୧।୯: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ଫଳରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼...

Advertisement
Archives

Model This Week