Posted inଜାତୀୟ

ଦଶମ ବୋର୍ଡ ପରୀକ୍ଷା ସ୍ଥଗିତ

ରାୟପୁର,୯।୪: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଧ୍ୟମିକ ଶିକ୍ଷା ବୋର୍ଡ(ସିଜିବିଏସ୍‌ଇ) ଶୁକ୍ରବାର ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି। ମାଧ୍ୟମିକ ପରୀକ୍ଷା ବୋର୍ଡ ପକ୍ଷରୁ ଦଶମ ପରୀକ୍ଷା ଏପ୍ରିଲ ୧୫ରୁ ମେ ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ସୂଚନା ଯୋଗ୍ୟ, କରୋନା ମାମଲାକୁ ନେଇ ଛତିଶଗଡରେ ଏପ୍ରିଲ ୯ ସନ୍ଧ୍ୟା ୬ଟାରୁ ଏପିଲ ୧୯ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ ଲାଗୁହେବ। ଏହାକୁ ନେଇ ଦଶମ ପରୀକ୍ଷା ସ୍ଥଗିତ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସିଜିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଯାହା ମେ ୩ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପୂର୍ବରୁ ଛତିଶଗଡ଼ ସରକାର ଘୋଷଣା କରିଥିଲେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟତୀତ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ଉଚ୍ଚ ଶ୍ରେଣୀକୁ ଉନ୍ନୀତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଟାର୍ଗେଟରେ ମୁକୁଲ

କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ...

‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ପାଲଟିଛି ‘ସବ୍‌କା ସର୍ବନାଶ’: ମମତା

କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ...

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା,୧୯।୧୦: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲା ଅଧୀନ ଇଟାହାରରେ ଭାଜପା ଯୁବନେତା ମିଥୁନ ଘୋଷଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପଛରେ ତୃଣମୂଳ...

ତୃତୀୟ ଲହର ଯୋଗୁ ରାଜଧାନୀରେ ଆତଙ୍କ ସୃଷ୍ଟି ହେବା ଆଶଙ୍କା: ଅକ୍ସିଜେନ୍‌ ଷ୍ଟକ୍‌ ଲାଗି ପରାମର୍ଶ …

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଅକ୍ସିଜେନ୍‌ ଅଭାବ...

ସୋମବାର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି...

କରୋନା ସଂକ୍ରମିତଙ୍କ ମୃତ୍ୟୁରେ ସହାୟତା ରାଶି ପାଇଁ ଆବଶ୍ୟକ ନାହିଁ କୌଣସି ଗାଇଡ୍‌ଲାଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୮: କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରି ସାରିଥିବା ବେଳେ ମୃତକଙ୍କ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

କପ୍ପାନଙ୍କୁ ଭେଟିବା ଲାଗି ଓକିଲଙ୍କୁ ଅନୁମତି

ନୂଆଦିଲ୍ଲୀ, ୨୧।୧୧: ୟୁଏପିଏ ଆଇନ ବଳରେ ଗିରଫ ହୋଇ ଉତ୍ତରପ୍ରଦେଶର ଏକ ଜେଲରେ ଥିବା କେରଳ ଖବରଦାତା ସିଦ୍ଦିକ୍‌ କପ୍ପାନଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର...

Advertisement


Archives

Model This Week