ଛତ୍ରପୁର ଉତ୍ସବ ମୁଖର

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ ଦିବସ ରବିବାର ଅସ୍ଥାୟୀ ପୀଠରେ ସନ୍ଧ୍ୟାରେ ମା’ଙ୍କ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା। ପରେ ମା’ଙ୍କ ଘଟ ବିରାଟ ପଟୁଆରରେ ସହରର କୋର୍ଟ ଷ୍ଟେଶନ ସାହି, ସିନେମାହଲ ସାହି, କପିଳ ସାହି ଓ ନୀଳକଣ୍ଠ ସାହି ପରିକ୍ରମା କରି ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପକୁ ଫେରିଥିଲା। ଏହାପରେ ଆଳତୀ ହୋଇ ଦ୍ୱାର ବନ୍ଦ କରାଯାଇଥିଲା। ପ୍ରତି ଦୁଇବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଗତବର୍ଷ କରୋନା ଯୋଗୁ ଆୟୋଜନ ହୋଇପାରି ନ ଥିଲା। ଚଳିତବର୍ଷ ଯାତ୍ରା ହେଉଥିବାରୁ ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି। ପରମ୍ପରା ନୀତି ଅନୁସାରେ ଠାକୁରାଣୀ ମନ୍ଦିରରୁ ତଥା ଶାଶୁଘରୁ ମା’ ନିଜ ମାଙ୍କ ଘରକୁ ଆସିଥାନ୍ତି। ଏହି ସମୟରେ ଛତ୍ରପୁର ସହରରେ ଥିବା ନିଜ ମା’ଙ୍କ ଘରକୁ ଝିଅମାନେ ଆସିବା ପରମ୍ପରା ରହିଛି। ତେଣୁ ସହରରେ ପ୍ରତି ଘରେ ଘରେ ବନ୍ଧୁ ପରିଜନ ଆସିଥାନ୍ତି। ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ମା’ଙ୍କୁ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇ ଅସ୍ଥାୟୀ ମଣ୍ଡପ ତଥା ବାପ ଘରକୁ ଅଣାଯାଇଥାଏ। ଗୋଟିଏ ଦିନର ବିଶ୍ରାମ ପରେ ସହରରେ ମା’ଙ୍କ ଘଟ ପରିକ୍ରମା ଆରମ୍ଭ ହୋଇଥାଏ। ଘଟ ପରିକ୍ରମା ବେଳେ କାଳୀ ପ୍ରତିମା, କାଳୀ ରଣପା, ଆନ୍ଧ୍ର କାଳୀ ଏବଂ ବିଭିନ୍ନ ବେଶଧାରୀ ଦେବାଦେବୀଙ୍କ ବେଶ ସାମିଲ ହୋଇଥାନ୍ତି। ୯ ଜଣ ମହିଳା ମା’ଙ୍କ ପ୍ରତିମା ହାଣ୍ଡି ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି। ଏମାନେ ସମସ୍ତେ ରେଡ୍ଡୀ ସମ୍ପଦ୍ରାୟର। ଅସ୍ଥାୟୀ ମଣ୍ଡପରେ ୯ଟି ହାଣ୍ଡିରେ ମହାକାଳୀ, ତାରାଦେବୀ, ଷୋଡଷୀ, ଭୁବନେଶ୍ୱରୀ, ଛିନ୍ନମସ୍ତା, ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ଓ ଏକ ଫୁଲ ଚାଙ୍ଗୁଡା ସହ ଘଟସ୍ଥଳରେ ଏକ କାଳିକା ମୁଖା ପୂଜାର୍ଚ୍ଚନା ପାଉଛନ୍ତି। ଯାତ୍ରା ନେଇ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ କଳାକୁଞ୍ଜ ସ୍ଥାପନ ହୋଇଛି। ଗତ ୬ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୭ ତାରିଖରେ ଏହା ସରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri