ନମ୍ବର ପ୍ଲେଟରେ ଚୁଇଂଗମ୍‌ ମାରି ବୁଲୁଛନ୍ତି ଅମାନିଆ

ଭୁବନେଶ୍ୱର,୯।୪(ବ୍ୟୁରୋ): ଆଇନ ଯେତେ କଡ଼ାକଡ଼ି କରାଯାଉଛି, ଅମାନିଆ ସେତିକି ନୂଆ ନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି)କୁ ବାଧ୍ୟତାମୂଳକ କରାଯାଇଛି। ଫଳରେ କେହି ନିୟମ ଉଲ୍ଲଂଘନ କଲେ ସିସିଟିଭିରେ ଗାଡ଼ି ନମ୍ବରକୁ କଏଦ କରାଯାଇ ସେମାନଙ୍କ ପାଖକୁ ଜରିମାନା ରସିଦ୍‌ ଅନ୍‌ଲାଇନରେ ପଠାଯାଉଛି। ହେଲେ ଏଥିରୁ ବର୍ତ୍ତିବା ପାଇଁ ଏବେ କିଛି ଅମାନିଆ ନୂଆନୀତି ଆପଣାଇଥିବା ଦେଖିବାକୁ ମିଳୁଛି। କେହି ନମ୍ବର ପ୍ଲେଟର କିଛି ଅଂଶ ଲିଭାଇ ଦେଉଥିବାବେଳେ ଆଉ କେତେଜଣ ଟ୍ରାଫିକ ଛକ ଆସିଲେ ନମ୍ବର ପ୍ଲେଟରେ ରୁମାଲ କିମ୍ବା ଅନ୍ୟ କପଡ଼ା ଗୁଡ଼ାଇ ଦେଉଛନ୍ତି। ଏପରିକି ଆଉ କେତେଜଣ ଚୁଇଂଗମ୍‌ ଲଗାଇ ଦେଉଛନ୍ତି। ଫଳରେ ସେମାନଙ୍କ ଗାଡ଼ି ନମ୍ବରକୁ ସହଜରେ ଟ୍ରାକ୍‌ କରାଯାଇ ପାରୁନାହିଁ। ଏଣୁ ଏବେ ଯେଉଁମାନେ ଗାଡ଼ିର ନମ୍ବରପ୍ଲେଟକୁ କୌଣସି ପ୍ରକାରେ ଟ୍ୟାମ୍ପରିଂ କରାଯାଇଥିବା ଜଣାପଡ଼ିବ ସେମାନଙ୍କ ଗାଡ଼ି ଜବତ କରାଯିବା ସହ ମୋଟା ଅଙ୍କର ଜରିମାନା ଲାଗୁ କରାଯିବାକୁ ଟ୍ରାଫିକ୍‌ ପୋଲି ନିଷ୍ପତ୍ତି ନେଇଛି।
ଭୁବନେଶ୍ୱରରେ ଅମାନିଆଙ୍କୁ ଧରିବାକୁ ସହରର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବାସହ ପ୍ରମୁଖ ଛକଗୁଡ଼ିକରେ ପୋଲିସ ସ୍ପେଶାଲ ଡ୍ରାଇଭ କରୁଛି। ଏହାସତ୍ତ୍ୱେ ଟ୍ରାଫିକ ସିସିଟିଭିରୁ ବର୍ତ୍ତିବା ପାଇ କେତେଜଣ ଭିନ୍ନ ତରିକା ଆପଣାଉଛନ୍ତି। କିଏ ଜରିମାନା ଫାଙ୍କିବାକୁ ତ ଆଉ କିଏ ଅପରାଧ ଘଟାଇବା ପାଇଁ ନମ୍ବର ପ୍ଲେଟ ଟ୍ୟାମ୍ପରିଂ କରୁଛନ୍ତି, ଯାହାକି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଏଭଳି ଅମାନିଆଙ୍କୁ ସତର୍କ କରାଇଛି ଟ୍ରାଫିକ୍‌ ପୋଲିସ। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି। ସଚେତନ ପରେ ଯଦି କୌଣସି ବ୍ୟକ୍ତି ଏଭଳି କରନ୍ତି ତାହାଲେ ମୋଟା ଅଙ୍କର ଜରିମାନା ସହ ଗାଡିକୁ ସିଧା ଜବତ କରାଯିବ ବୋଲି କହିଛନ୍ତି । ଏହାସହ ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।
ପାର୍କିଂ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଜାମ୍‌କୁ ସୁବ୍ୟବସ୍ଥିତ କରାଯିବ ବୋଲି ପଣ୍ଡା କହିଛନ୍ତି। ଅଟୋ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରୀ ଭଡ଼ା ସ୍ଥିର କରି ନିର୍ଦ୍ଧାରିତ ମୂଲ୍ୟର ତାଲିକା ପ୍ରତି ଷ୍ଟାଣ୍ଡରେ ଲଗାଯିବ। ସେହିପରି ରାଜଧାନୀରେ ଦିନକୁ ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ଜାମ୍‌ରେ ନ ଫସିବା ପାଇଁ ସୋସିଆଲ ମିଡିଆରେ ଟ୍ରାଫିକ ପୋଲିସ ଯୋଡି ହୋଇଛି। କେଉଁ ରୁଟରେ କ’ଣ ସମସ୍ୟା ରହିଛି ଟୁଇଟର, ଫେସ୍‌ବୁକ ଓ ଏଫ୍‌ଏମ୍‌ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି ବୋଲି ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?