Posted inଖେଳ

ବିସିସିଆଇର ନୂତନ କମିଟି ଘୋଷଣା: ପୁଣି ଥରେ ଚେତନ ଶର୍ମା ହେଲେ ଟିମ୍‌ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଶନିବାର ଟିମ୍‌ ଇଣ୍ଡିଆର ନୂତନ ଚୟନ କମିଟି ଘୋଷଣା କରାଯାଇଛି। ପୁଣିଥରେ ଭାରତର ପୂର୍ବତନ ପେସ ବୋଲର ଚେତନ ଶର୍ମା କମିଟିର ଅଧ୍ୟକ୍ଷ ହୋଇଛନ୍ତି। ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟକୁ ଭାଙ୍ଗି ଦେଇଥିଲା। ଉକ୍ତ କମିଟିରେ ମଧ୍ୟ ଚେତନ ଅଧ୍ୟକ୍ଷ ଥିଲେ।

ନୂଆ କମିଟିରେ କିଏ ଅଛନ୍ତି?
-ଚେତନ ଶର୍ମା(ଅଧ୍ୟକ୍ଷ)
-ଶିବ ସୁନ୍ଦର ଦାସ
-ସୁବ୍ରତ ବାନାର୍ଜୀ
-ସାଲିଲ ଅଙ୍କୋଲା
-ଶ୍ରୀଧରନ୍‌ ଶରଥ

ଏବେ ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହାପରେ ଦିନିକିଆ ସିରିଜ ଖେଳାଯିବ। ନୂଆ ଚୟନ କମିଟି ସାମ୍ନାରେ ନ୍ୟୁଜିଲାଣ୍ଡ ସିରିଜ ଲାଗି ଟିମ୍‌ ଚୟନର ଚ୍ୟାଲେଞ୍ଜ ରହିବ। ଏହାଛଡ଼ା ଟି-୨୦ ଫର୍ମାଟରେ ଭିନ୍ନ ଅଧିନାୟକ ରହିବ କି ନାହିଁ ସେ ନେଇ କମିଟି ନିଷ୍ପତ୍ତି ନେବ।

ପ୍ରକାଶ ଯେ, ପୂର୍ବ କମିଟିରେ ଚେତନଙ୍କ ବ୍ୟତିତ ଓଡ଼ିଶାରୁ ଦେବାଶିଷ ମହାନ୍ତି ଥିଲେ। ସେହିଭଳି ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ରହିଥିଲେ। କିନ୍ତୁ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରି ନୂଆ ଆବେଦନ ପାଇଁ ଆଶାୟୀଙ୍କୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଉପରେ ପ୍ରବଳ ରାଗିଗଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡର ଏକ ମ୍ୟାଚ୍‌ରେ ପାକିସ୍ତାନ ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଆରମ୍ଭ ଭଲ...

ମାତ୍ର ୩ ରନ୍‌ ଯୋଗୁ ୫୦ ବର୍ଷ ରେକର୍ଡ ଭାଙ୍ଗି ପାରି ନ ଥିଲେ ଏହି ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ

ନୂଆଦିଲ୍ଲୀ,୧୭।୧: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍‌- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...

ଅନ୍ୟ ଦଳଠାରୁ ଖେଳାଳି ଆଣିପାରେ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ,୨୬।୪ : ବିଭିନ୍ନ କାରଣରୁ ବିଦେଶୀ ଖେଳାଳି ଚଳିତ ଆଇପିଏଲରୁ ଓହରି ଯିବା ପରେ ରାଜସ୍ଥାନ ରୟାଲ୍ସ ଅନ୍ୟ ଆଇପିଏଲ ଦଳଠାରୁ ଲୋନ ଆକାରରେ ଖେଳାଳିଙ୍କୁ...

ରୟାଲ୍ସକୁ ଜିତାଇଲେ ବଟଲର

ଆବୁଧାବି, ୨୦।୧୦-ବୋଲରଙ୍କ ଚମତ୍କାରିତା ପରେ ଜୋଶ୍‌ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ...

ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍‌ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍‌ ଚଳିତ ମାସ ୮ରୁ...

ଧୋନୀଙ୍କ ସପକ୍ଷରେ ସଚିନ

ବର୍ମିଂହାମ, ୩।୭ (ପି.ଟି.): ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା ବୋଲି...

ଦିଲ୍ଲୀ ଦଳରେ ଦୁଇ ନୂଆ ଖେଳାଳି

ମୁମ୍ବାଇ, ୧୫ା୪- ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ମୁମ୍ବାଇର ବାମହାତୀ ଯୁବ ସ୍ପିନର ଶାମ୍ସ ମୁଲାନୀଙ୍କୁ ସାମୟିକ ଭାବେ ଦଳରେ ସାମିଲ କରିଛି। ତେବେ କରୋନାରେ ଆକ୍ରାନ୍ତ...

ଆରମ୍ଭରୁ ବିପର୍ଯ୍ୟୟ: ପାଓ୍ବାର ପ୍ଲେରେ ୩ ଉଇକେଟ ହରାଇଲା ଭାରତ

ରାଞ୍ଚି,୨୭।୧: ପ୍ରଥମ ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୭୭ ରନ୍‌ ଟାର୍ଗେଟକୁ ପିଛା କରୁଥିବା ଦଳ...

Advertisement
Archives

Model This Week