Posted inଖେଳ

ଫାଇନାଲରେ ଚେନ୍ନାଇ

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ୪ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍‌ କରିଥିବା ବେଳେ ଚେନ୍ନାଇ ୧୯.୪ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ପରାଜିତ ହୋଇଥିଲେ ହେଁ ଦିଲ୍ଲୀର ଅଭିଯାନ ଶେଷ ହୋଇନାହିଁ। ଏହି ଦଳ ଏଲିମିନେଟରର ବିଜେତା ଦଳକୁ କ୍ୱାଲିଫାୟର-୨ରେ ଭେଟିବ।

୧୭୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ମାତ୍ର ୩ ରନରେ ଓପନର ଫାଫ୍‌ ଡୁ’ପ୍ଲେସିଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ମାତ୍ର ଋତୁରାଜ ଗାଏକ୍ୱାଡ ଓ ରବିନ ଉଥପ୍ପା ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳିଥିଲେ। ଦୁହେଁ ୭୭ ବଲ୍‌ରୁ ୧୧୦ ରନ କରିବା ପରେ ଲଙ୍ଗ୍‌ଅନ୍‌ରେ ଶ୍ରେୟାସ ଆୟାର ଏକ ଚିତ୍ତାକର୍ଷକ କ୍ୟାଚ ନେଇ ଉଥପ୍ପାଙ୍କ ଇନିଂସର ଅବସାନ ଘଟାଇଥିଲେ। ୪୪ ବଲ୍‌ର ସମ୍ମୁଖୀନ ହୋଇଉଥପ୍ପା ୭ ଚୌକା ଓ ୨ ଛକା ସହାୟତାରେ ୬୩ ରନ କରିଥିଲେ। ଶାର୍ଦ୍ଦୁଳ ଠାକୁର ବ୍ୟାଟିଂ କ୍ରମରେ ଉପରେ ଆସିଥିଲେ ହେଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ଟମ୍‌ କୁରାନ ଗୋଟିଏ ଓଭରରେ ଏହି ୨ଟି ଯାକ ଉଇକେଟ ନେଇଥିଲେ। ଅମ୍ବାତି ରାୟୁଡ଼ୁ ୧ ରନ କରି ରନଆଉଟ ହେବାରୁ ଚେନ୍ନାଇ ଉପରେ ଚାପ ବଢ଼ିଥିଲା। ୧୨ ବଲ୍‌ରୁ ୨୪ ରନ ଆବଶ୍ୟକ ଥିବାବେଳେ ୧୮ତମ ଓଭରରେ ଆଭେଶ ଖାଁଙ୍କ ପ୍ରଥମ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଋତୁରାଜ ଡିପ୍‌ ମିଡ୍‌ ଉଇକେଟରେ ଅକ୍ଷର ପଟେଙ୍କ ହାତରେ ଧରା ପଡ଼ିଥିଲେ। ୫୦ଟି ବଲ୍‌ ଖେଳିଥିବା ଏହି ଯୁବ ଓପନର ୫ ଚୌକା ଓ ୨ ଛକା ସହାୟତାରେ ୭୦ ରନ ସ୍କୋର କରିଥିଲେ। ଫିନିଶର ଭୂମିକା ପାଇଁ ବିଶେଷ ପରିଚିତ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୬ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୧୮ ରନରେ ଅପରାଜିତ ରହି ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଦିଲ୍ଲୀର ଟମ୍‌ କୁରାନ ୩ଟି ଏବଂ ଏନରିଚ୍‌ ନର୍ଜେ ଓ ଆଭେଶ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri