Posted inଜାତୀୟ

ଉଚ୍ଛେଦକୁ ବିରୋଧ କରି ଦେହରେ ଲଗାଇଲେ ନିଆଁ

ଚେନ୍ନାଇ,୧୦।୫: ଚେନ୍ନାଇର ରାଜା ଅନ୍ନାମଲାଇ ପୁରମ୍‌ ଅଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଜଣେ ୫୮ ବର୍ଷୀୟ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣାପରେ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି। ବ୍ୟକ୍ତି ଜଣକ ଦିର୍ଘ ଦିନ ହେଲା ଅଞ୍ଚଳରେ ରହୁଥିଲେ। ଜବରଦଖଲ ଉଚ୍ଛେଦ ଦ୍ୱାରା ତାଙ୍କ ପୁଅର ରୋଜଗାର ସାଙ୍ଗକୁ ନାତିର ପାଠ ପଢାରେ ବାଧାପ୍ରାପ୍ତ ହେବା ନେଇ ସେ ଚିନ୍ତିତ ଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ନାମଲାଇ ପୁରମ୍‌ରେ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଏପରିକି ଉଚ୍ଛେଦରେ ପ୍ରଭାବିତ ପରିବାରକୁ ଘର ଯୋଗାଇ ଦିଆଯିବା ସହ ଏକ ନୂଆ ଆଇନ୍‌ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାନିଲ କହିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ ହୋଇଥିବା ଘର ସହର ବାହାରେ ହୋଇଥିବା ବେଳେ ଲୋକେ ରୋଜଗାର ପ୍ରଭାବିତ ହେବା ଆଶଙ୍କା କରି ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣିକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ-କଶ୍ମୀରରୁ ୧୪୪ ଧାରା ହଟାଇବା ଆବେଦନର ତତ୍କାଳ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା। ଏଥି...

ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା...

ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ...

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍‌

ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍‌।  ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ...

ହିଂସା ପରେ ଜାମା ମସ୍‌ଜିଦ୍‌ରେ ପ୍ରଥମ ଶୁକ୍ରବାର ପ୍ରାର୍ଥନା: ଦିଲ୍ଲୀ ପୋଲିସ ପାଇଁ ପରୀକ୍ଷାର ଦିନ

ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନରୁ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ପରେ ଶୁକ୍ରବାର ପ୍ରଥମ ପ୍ରାର୍ଥନା ଅନୁଷ୍ଠିତ ହେବ। ସେହି ସମୟରେ ଆଇନ୍‌ ବ୍ୟବସ୍ଥାକୁ...

ପଶ୍ଚିମବଙ୍ଗ ମୁହାଁ ଶାହିସ୍ତା-ଶାର୍ପ ଶୁଟର ସବିର, ମିଳିଲା ଲୋକେଶନ ସୂଚନା…

ପ୍ରୟାଗରାଜ,୧୯।୪ : ଉମେଶ ପାଲ ହତ୍ୟା ମାମଲାରେ ପୋଲିସ ଏବଂ ଏସଟିଏଫ ଅତିକ ଅହମ୍ମଦଙ୍କ ସ୍ତ୍ରୀ ଶାହିସ୍ତା ପରଓ୍ବିନ, ବିସ୍ଫୋରଣକାରୀ ଗୁଡ୍ଡୁ ମୁସଲିମ ତଥା ଶାର୍ପ...

ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ, ଭାରତ ନେତୃତ୍ୱରେ ବିଶ୍ୱସ୍ତରୀୟ ଅଭିଯାନ…

ନୂଆଦିଲ୍ଲୀ,୩୧।୧୦: ପ୍ରତ୍ୟେକ ଦେଶ ବିଦେଶାଗତ ପକ୍ଷୀମାନଙ୍କର ଆତିଥ୍ୟତା ନେଇ ଏକତ୍ରିତ ହେବେ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ...

ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ...

Advertisement
Archives

Model This Week