ବ୍ରାଭୋଙ୍କ ଆହତ ସମସ୍ୟା ଯୋଗୁ ଚେନ୍ନାଇ ଚିନ୍ତିତ

ଶାରଜା, ୧୯।୧୦(ପି.ଟି.)- ଚେନ୍ନାଇ ସୁପରକିଙ୍ଗ୍ସର ଡେଥ୍‌ ଓଭର ସ୍ପେଶାଲିଷ୍ଟ ଡ୍ବେନ ବ୍ରାଭୋ ଆହତ ହୋଇଛନ୍ତି। ଉରୁସନ୍ଧିରେ ଆଘାତ ଯୋଗୁ ସେ କିଛି ଦିନ କିମ୍ବା କିଛି ସପ୍ତାହ ପର୍ଯ୍ୟନ୍ତ ଖେଳିବା ସମ୍ଭାବନା ନାହିଁ ବୋଲି କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ସୂଚନା ଦେଇଛନ୍ତି। ଆହତ ସମସ୍ୟା ଯୋଗୁ ଶନିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଶେଷ ଓଭରରେ ବ୍ରାଭୋ ବୋଲିଂକରିପାରି ନ ଥିଲେ। ଫଳରେ ବିଜୟ ପାଇଁ ୧୭ ରନ ଆବଶ୍ୟକ ଥିଲେ ହେଁ ଦିଲ୍ଲୀ ହାସଲ କରି ନେଇଥିଲା। ”ବ୍ରାଭୋ ଡାହାଣ ଉରୁସନ୍ଧିରେ ଆଘାତ ପାଇଛନ୍ତି। ଆହତ ସମସ୍ୟା ଗୁରୁତର ଥିବାରୁ ସେ ଗତ ମ୍ୟାଚର ଶେଷ ଭାଗରେ ପଡ଼ିଆକୁ ଓହ୍ଲାଇପାରି ନ ଥିଲେ। ଶେଷ ଓଭରରେ ବୋଲିଂ କରିପାରି ନ ଥିବାରୁ ସେ ଅତ୍ୟନ୍ତ ଦୁଃଖିତ। ଦଳପାଇଁ ତାଙ୍କର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଏଥିରୁ ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ବିନା ଦଳକୁ ଆଗକୁ ଯିବାକୁ ହେବ “ ବୋଲି ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ ଦିଆ ଯାଇଥିଲା। ”ଜାଡେଜା ଏଥିପାଇଁ ମାନସିକଭାବେ ପ୍ରସ୍ତୁତ ନଥିଲା। ମାତ୍ର ଏହାଛଡ଼ା ଆମ ନିକଟରେ ଅନ୍ୟ ବିକଳ୍ପ କିଛି ନ ଥିଲା। ଦିଲ୍ଲୀର ଶିଖର ଧାଓ୍ବନ ଭଲ ଖେଳିଲେ। ମାତ୍ର ଏକାଧିକ କ୍ୟାଚ ହାତଛଡ଼ା ଆମପାଇଁ ମହଙ୍ଗା ପଡ଼ିଲା“ ବୋଲି ଫ୍ଲେମିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ

ନୂଆଦିଲ୍ଲୀ,୨୮।୭(ପି.ଟି.): ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର...

ଇନିଂସ ଘୋଷଣା କଲା ଭାରତ

ବିଶାଖାପାଟଣା,୩।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୫୦୨ ରନ୍‌ କରିଥିବାବେଳେ...

ଆର୍ମି ପୋଷାକରେ ଧୋନୀଙ୍କ ସାଲ୍ୟୁଟ ଭିଡିଓ ପୋଷ୍ଟ କରି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଟିମ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ କରାଇଥିବା ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ଦୁଇମାସ ମାସ ପାଇଁ କ୍ରିକେଟ ମଇଦାନରୁ ଦୂରେଇ ରହିବେ। ଏହି ସମୟ...

ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ

ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍‌ରେ ଶକ୍ତିଶାଳୀ...

ଜାତୀୟ ସ୍କି ଓ ସ୍ନୋବୋର୍ଡ ଚାମ୍ପିୟନଶିପ୍‌ ଉପରେ ନଜର

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁ-କଶ୍ମୀରର ଗୁଲ୍‌ମାର୍ଗରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିବା ଓଡ଼ିଶାର ସ୍ନୋ ଗର୍ଲ...

ସଚିନଙ୍କ ସମକକ୍ଷ ହୋଇପାରନ୍ତି ଶାକିବ

ଲଡର୍‌ସ, ୫।୭- ବାଂଲାଦେଶ ବିଶ୍ୱକପ୍‌ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିଲେ ମଧ୍ୟ ବରିଷ୍ଠ କ୍ରିକେଟର ଶାକିବ ଅଲ୍‌ ହାସନ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛନ୍ତି।...

ମ୍ୟାଚ୍‌ ମଝିରେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ କୋହଲି: ଦେଖନ୍ତୁ ଭିଡିଓ

କଲମ୍ବୋ,୧୪।୯: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରିକେଟ ପଡ଼ିଆରେ କେବଳ ଦୁଇଟି ଅନ୍ଦାଜ୍‌ରେ ଦେଖିବାକୁ ମିଳେ। ଗୋଟିଏ ହେଉଛି ଆକ୍ରମଣାତ୍ମକ ଅନ୍ୟଟି ହେଉଛି ମଜା। ତେବେ...

ଚାଲିଲା କୁମ୍ଫୁ ପାଣ୍ଡ୍ୟାଙ୍କ ବ୍ୟାଟ୍‌, ବିଜୟ ପଥକୁ ଫେରିଲା ମୁମ୍ବାଇ

ଆବୁଧାବି,୨୮।୯: କୁମ୍ଫୁ ପାଣ୍ଡ୍ୟା ଭାବେ ଜଣାଶୁଣା ହାର୍ଦ୍ଦିକଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଜୟ। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ...

Advertisement
Archives

Model This Week