Posted inଫୁରସତ

ବିବାହରେ ଯୋଗ ଦେଇପାରୁନାହାନ୍ତି ବୋଲି ଅତିଥିଙ୍କ ଘରେ ପହଞ୍ଚିଲା ଭୋଜି: ରଙ୍ଗୀନ ବ୍ୟାଗ୍‌ରେ ସ୍ବାଦିଷ୍ଟ ଭୋଜନ ଦେଖି ସବୁ ଆଶ୍ଚର୍ଯ୍ୟ

ଚେନ୍ନାଇ: କରୋନା କାଳରେ ବଦଳିଛି ଚିନ୍ତାଧାରା। ପରିସ୍ଥିତି ସହ ଲଢ଼ିବା ପାଇଁ ମଣିଷ ଆପଣାଉଛି ଭଳିକି ଭଳି ଉପାୟ। ଏବେ ସଂକ୍ରମଣର ସଂଖ୍ୟା କମୁଥିଲେ ହେଁ ବିପଦ ପୁରା ଟଳିନାହିଁ। ଏଣୁ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ କିଛି କଥାରେ ଏବେ ବି କଟକଣା ଲାଗି ରହିଛି। ସେଥିରୁ ଗୋଟିଏ ହେଲା ବିବାହ ଉତ୍ସବ। ପ୍ରଥମେ ବିବାହ ଉତ୍ସବକୁ ମନା କରାଯିବା ପରେ ଏହାକୁ ସାମାନ୍ୟ କୋହଳ କରାଯାଇଛି। ଫଳରେ ବହୁଳ ମାତ୍ରାରେ ବିବାହ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଅଧିକ ଅତିଥିଙ୍କୁ ମନା ହୋଇଥିବାରୁ ଅନେକ ସମ୍ପର୍କୀୟ ଭୋଜି ଖାଇବାରୁ ବଞ୍ଚିତ ହେଉଛନ୍ତି। ହେଲେ ଚେନ୍ନାଇର ଏକ ପରିବାର ଏହି ଅସୁବିଧାକୁ ଏଡ଼ାଇବା ପାଇଁ ନିଆରା ଉପାୟ ବାଛିଥିଲେ, ଯାହାକି ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ମଧ୍ୟ ଉକ୍ତ କାମର ପ୍ରଶଂସା କରାଯାଉଛି।

ମହାମାରୀ କରୋନା ଯୋଗୁ ସବୁ କାମ ପରି ବିବାହ ମଧ୍ୟ ଅନଲାଇନ୍‌ରେ ହେଉଛି। ବନ୍ଧୁ ତଥା ସମ୍ପର୍କୀୟମାନେ ଅନ୍‌ଲାଇନ୍‌ରେ ବରବଧୂଙ୍କୁ ଆଶୀର୍ବାଦ ଦେଉଛନ୍ତି। ହେଲେ ସ୍ବାଦିଷ୍ଟ ବ୍ୟଞ୍ଜନଗୁଡ଼ିକୁ ଖାଇବାରୁ ବଞ୍ଚିତ ହେଉଥିବାରୁ ଦୁଃଖ ପ୍ରକାଶ କରିବା ସହ ପୂର୍ବ ଦିନଗୁଡିକୁ ମନେ ପକାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇର ଏକ ପରିବାର ନିଜର ୭୦୦ ଅତିଥିଙ୍କ ଘରକୁ ବିବାହର ଭୋଜି ପଠାଇଥିଲେ। ପୁଅର ବାପା ବିବାହକୁ ଭଲ ଭାବରେ କରିବାକୁ ଚାହୁଁଥିଲେ। ଏଣୁ ସେ ‘ବିବାହ ଭୋଜି’ କୁ ସମସ୍ତଙ୍କ ଘରକୁ ପଠାଇବାକୁ ଯୋଜନା କରିଥିଲେ।

ପୁଅର ଭର୍ଚୁଆଲ ବିବାହକୁ ନିମନ୍ତ୍ରିତ ହୋଇଥିବା ଅତିଥିମାନେ ଏହି ଭୋଜି ଖାଇପାରିଥିଲେ। ଅତିଥିମାନଙ୍କୁ ରଙ୍ଗୀନ ବ୍ୟାଗ୍‌ରେ ବଡ଼ ବଡ ଟିଫିନରେ ଖାଇବା ସହ କଦଳିପତ୍ର ମିଳିଥିଲା। ଏଥିରେ ମୋଟ ୧୨ ପ୍ରକାରର ବ୍ୟଞ୍ଜନ ରହିଥିଲା। ଘରେ ଭୋଜି ପହଞ୍ଚିଥିବା ଦେଖି ଅତିିଥିମାନେ ମଧ୍ୟ ଖୁସି ହୋଇଯାଇଥିଲେ। ଏବେ ବିବାହର କାର୍ଡ ସହ ଭୋଜିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?