ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଲା ନାହିଁ

ନୟାଗଡ଼,୧୧।୪(ଲୋକନାଥ ମିଶ୍ର)ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଛେନାପୋଡ଼ର ନଁା ଶୁଣିଲେ ମନକୁ ଆସେ ନୟାଗଡ଼ର କଥା । ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ନୟାଗଡ଼ର ଏହି ସ୍ବାଦିଷ୍ଟ ମିଠା । ତେବେ ଏହି ମିଠାକୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ବହୁଦିନରୁ ଦାବି ହୋଇ ଆସୁଛି । ହେଲେ ସେହି ମାନ୍ୟତା ନ ମିଳିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ନୟାଗଡ଼ ଜିଲାପାଳ ଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ, ଶିଳ୍ପ, ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ଭେଟି ମାନ୍ୟତା ଦାବି କରି ଆସୁଛନ୍ତି। ରାତି ପାହିଲେ ଏପ୍ରିଲ ୧୧ ତାରିଖ ା ଅର୍ଥାତ୍‌ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହେବ । ନୟାଗଡ଼ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ା
୨୦୨୩ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲାର ବିଭନ୍ନ ସରକାରୀ କାର୍ଯ୍ୟାଳୟରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଥିଲା । ଚଳିତ ବର୍ଷ ଛେନାପୋଡ଼ ଦିବସ ପାଳନ ହେବ କି ନାହିଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳୁନି । ନିର୍ବାଚନ, ଇଦ୍‌ ଉଲ୍‌ ଫିତର ପରି ଛୁଟି ଦିବସରେ ବିଶ୍ୱ ଛେନାପୋଡ଼ ଦିବସ ପଡୁଛି । ଚଳିତ ବର୍ଷ ଜିଲା ପ୍ରଶାସନ ଜିଲା ପ୍ରତିଷ୍ଠା ଦିବସ ପାଳନ କରି ନ ଥିବାରୁ ଛେନାପୋଡ଼ ଦିବସ ପାଳନ କରି ନ ପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବାରେ ସମୟ ଗଡ଼ିଚାଲିଛି। କଣ୍ଟିଲୋରେ କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଛେନାପୋଡ଼କୁ ଶୀଘ୍ର ମାନ୍ୟତା ମିଳିବ ବୋଲି ଆଶା ସଞ୍ଚାର ହୋଇଛି । ହେଲେ ଜିଆଇ ଟ୍ୟାଗ୍‌ ମାନ୍ୟତାର ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଅପରପକ୍ଷେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଆଇ ଟ୍ୟାଗ୍‌ର ଚେନ୍ନାଇ ଅଫିସକୁ ପ୍ରସ୍ତାବ ଦିଆଯାଇଛି । ଛେନାପୋଡ଼ ପ୍ରସ୍ତୁତ କରୁଥିବା ମାଛିପଡ଼ାର କ୍ରିଷ୍ଣା ପ୍ରଡ୍ୟୁସର ଅନୁଷ୍ଠାନ ପକ୍ଷରୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ ଓର୍‌ମାସ ଜରିଆରେ ଆବେଦନ କରିବା ପରେ ଆବେଦନକୁ ଚେନ୍ନାଇ ପଠାଇ ଦିଆଯାଇଛି । ମଧୁ ବୈଶ୍ୟ ସମାଜ ପକ୍ଷରୁ ମିଳିଥିବା ପ୍ରସ୍ତାବ ମଧ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ, ଶିଳ୍ପ, ଶକ୍ତି ବିଭାଗ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ପଠାଇ ଦିଆଯାଇଥିବା ଜିଲା ପ୍ରଶାସନରୁ ସୂଚନା ମିଳିଛି।
ଛେନାପୋଡ଼ର ସ୍ରଷ୍ଟାଙ୍କୁ ନେଇ ବିବାଦ
ଛେନାପୋଡ଼ ପାଇଁ ନୟାଗଡ଼ ସ୍ବତନ୍ତ୍ର ପରିଚୟ ପାଇଛି। ପୋଡ଼ପିଠାକୁ ଆଖି ଆଗରେ ରଖି ଛେନାପୋଡ଼ ପରି ସ୍ବାଦିଷ୍ଟ ଖାଦ୍ୟ ନୟାଗଡ଼ରେ ତିଆରି ହୋଇଥିଲା। ଏଥିପାଇଁ ନୟାଗଡ଼ ଜିଲା ଦଶପଲ୍ଲା ସାତପାଟଣା ଗ୍ରାମର ସ୍ବର୍ଗତ ସୁଦର୍ଶନ ସାହୁ ଚର୍ଚ୍ଚାକୁ ଆସିଥିଲେ । ସୁଦର୍ଶନଙ୍କ ବାପା ବିଦ୍ୟାଧର ଦଶପଲ୍ଲା ହାଟଛକରେ ଏକ ଜଳଖିଆ ଦୋକାନ କରିଥିଲେ । ବିଦ୍ୟାଧରଙ୍କୁ ପୁଅ ସୁଦର୍ଶନ ସହଯୋଗ କରୁଥିଲେ । ଦୋକାନରେ ପ୍ରତିଦିନ କିଛି ନା କିଛି ଛେନା ବଳି ନଷ୍ଟ ହେଉଥିଲା । ବଳି ପଡୁଥିବା ଛେନାକୁ ନଷ୍ଟ ହେବାକୁ ନ ଦେବାକୁ ଯାଇ ପରିବାର ଲୋକେ ଛେନାପୋଡ଼ ତିଆରି କରିଥିଲେ । ତେବେ ସୁଦର୍ଶନଙ୍କ ପରଲୋକର ୬ ବର୍ଷ ପରେ ଅର୍ଥାତ୍‌ ୨୦୨୨ ତାଙ୍କ ଜନ୍ମ ଦିବସରେ ନୟାଗଡ଼ ଜିଲାବାସୀ ତାଙ୍କୁ ମନେପକାଇ ଛେନାପୋଡ଼ ଦିବସ ପାଳନ କରିଥିଲେ । ଚଳିତବର୍ଷ ନୟାଗଡ଼, ଭୁବନେଶ୍ୱର ଓ ବିଭିନ୍ନ ଅଞ୍ଚଳରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହେବାକୁ ଯାଉଥିବାରୁ ଧୀରେ ଧୀରେ ନୟାଗଡ଼ ଛେନାପୋଡ଼ ଲୋକପ୍ରିୟ ହେବାରେ ଲାଗିଛି। ଏଭଳିସ୍ଥଳେ ଛେନାପୋଡ଼ର ସ୍ରଷ୍ଟାକୁ ନେଇ ବିବାଦ ବଢ଼ିବା ଆରମ୍ଭ ହୋଇଛି । ୨୦୨୩ରେ ଜିଲା ପ୍ରଶାସନ ଛେନାପୋଡ଼ ଦିବସ ପାଳନ କରିବା ପରେ ଏହି ମିଠାର ସ୍ରଷ୍ଟାଙ୍କୁ ନେଇ ବିବାଦ ଘନୀଭୂତ ହୋଇଛି । ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ନୁହନ୍ତି, ତାଙ୍କ ବାପା ବିଦ୍ୟାଧର ସାହୁ ବୋଲି ପରିବାର ପକ୍ଷରୁ ଦାବି କରାଯାଉଛି।

ଗୁଣବତ୍ତାକୁ ନାହିଁ ପ୍ରାଧାନ୍ୟ
ଛେନାର ଦାମ ଅଧିକ, ଛେନାପୋଡ଼ର ଦାମ କମ୍‌ ହେବା ପରେ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଛେନାପୋଡ଼ ତିଆରି ହେବା ସହ ବିକ୍ରି ହେଉଛି । ହେଲେ ଗୁଣବତ୍ତା ଭଲ ରହୁ ନ ଥିବାରୁ ରାଜ୍ୟ, ଦେଶବିଦେଶରେ ସମାଲୋଚନା ଶୁଣିବାକୁ ମିଳୁଛି । ହେଲେ ଛେନାପୋଡ଼ର ଗୁଣବତ୍ତା ଉପରେ ପଦକ୍ଷେପ ନିଆଯାଉ ନାହିଁ । ଛେନା କେଜି ପିଛା ଦର ୧୩୦ରୁ ୨୫୦ ଟଙ୍କା ରହିଥିବାବେଳେ ଛେନାପୋଡ଼ କେଜି ୯୦ରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଛେନାର ଦର ଅଧିକ ଥିବାବେଳେ ଛେନାପୋଡ଼ର ଦର କମ ଥିବାରୁ ଏହାର ଗୁଣବତ୍ତା ରହୁ ନ ଥିବା କୁହାଯାଉଛି । ଛେନାପୋଡ଼ ନୟାଗଡ଼ ବ୍ଲକର ମାଛିପଡ଼ାରେ ୧୧୦ ପରିବାର ତିଆରି କରୁଛନ୍ତି । ମାଛିପଡା ଅଞ୍ଚଳକୁ ଛେନାପୋଡ଼ର ପେଣ୍ଠସ୍ଥଳ କୁହାଯାଇପାରେ । ସେହିପରି ଓଡ଼ଗଁା ବ୍ଲକର ସୋଲପଟାରେ ୯୦, ଦରପଦା ଗଁାରେ ୩୦, ନୟାଗଡ଼ ସହରରେ ୧୫, ନବଘନପୁରରେ ୫ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ଼ ପ୍ରସ୍ତୁତି କରି ଆସୁଛନ୍ତି । ଅନ୍ୟପକ୍ଷେ ଭାପୁର ବ୍ଲକ୍‌ର ଫତେଗଡ଼ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ପରିବାର ଛେନାପୋଡ଼ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଭାବେ ଛେନାପୋଡ଼ ଭାଟି କରି କେତେଜଣ କାରିଗର ସହଯୋଗୀଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତ୍ୟହ ଛେନାପୋଡ଼ ଝାରସୁଗୁଡ଼ା,ରାଉରକେଲା, ସୁନ୍ଦରଗଡ଼, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାୟଗଡ଼ା, ବାଲିଗୁଡ଼ା, ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସରେ ଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri