Posted inରାଜ୍ୟ

ସିଏଏ ପାଇଁ ଉପାନ୍ତ ଅଞ୍ଚଳରେ ଖୁସି

କେନ୍ଦ୍ରାପଡ଼ା, ୧୩।୩ (ଜଗନ୍ନାଥ ଧଳ): କେନ୍ଦ୍ର ସରକାର ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ (ସିଏଏ) ଦେଶରେ ସୋମବାର ଲାଗୁ କରିଛନ୍ତି। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳିଛି। ଉପାନ୍ତ ଅଞ୍ଚଳରେ ଅନୁପ୍ରବେଶକାରୀ ଭାବେ ଜୀବନଯାପନ କରୁଥିବା ବଙ୍ଗଳାଭାଷୀହିନ୍ଦୁମାନଙ୍କ ମଧ୍ୟରେ ଏଥିପାଇଁ ଖୁସିର ଝଲକ ଦେଖାଦେଇଛି। ୨୦୦୫ରୁ ଦେଶାନ୍ତର ନୋଟିସ ପାଇଥିବା ବଙ୍ଗଳାଭାଷୀହିନ୍ଦୁ ଏବେ ଭାରତରେ ରହିବାକୁ ଅନୁମତି ମିଳିଯିବ ବୋଲି ପ୍ରକାଶ କରିଛନ୍ତି।
ବରିଷ୍ଠ ଭାଜପା ନେତା ଭୁବନମୋହନ ଜେନା କହିଛନ୍ତି- ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଗୌଣ ହିନ୍ଦୁ, ବୌଦ୍ଧ, ପାର୍ଶୀ ଆଦି ଲୋକ ବିଭିନ୍ନ କାରଣରୁ ନିର୍ଯାତିତ ହେଉଥିଲେ। ସେମାନଙ୍କ ଧାର୍ମିକ ଆସ୍ଥା ସହ ସାମାଜିକ ସୁରକ୍ଷା ବିପନ୍ନ ହୋଇପଡ଼ିଥିଲା। ଏମାନଙ୍କୁ ସିଏଏ ମାଧ୍ୟମରେ ନାଗରିକତା ପ୍ରଦାନ ପାଇଁ ଏହି ଆକ୍ଟରେ ବ୍ୟବସ୍ଥା ହୋଇଛି। ୧୯୭୧ମସିହାରେ ପାକିସ୍ତାନ ଓ ବାଂଲାଦେଶ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାରେ ମାତ୍ର ୧୨୩୭ଜଣଙ୍କୁ ଥଇଥାନ କରାଯାଇଥିଲା। ତେବେ ବାଂଲାଦେଶର ହିନ୍ଦୁମାନେ ମୌଳବାଦୀଙ୍କ ନିର୍ଯାତନା ସହି ନ ପାରି ଭାରତର ବିଭିନ୍ନ ସ୍ଥାନରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏପରି ବ୍ୟକ୍ତିଙ୍କ ଚିହ୍ନଟ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିଲା। ୨୦୦୫ରେ ମହାକାଳପଡ଼ା ବ୍ଲକର ୧୫୫୧ ଜଣଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ ହୋଇଥିଲା। ସିଏଏ ଲାଗୁ ପରେ ୨୦୧୪ ଡିସେମ୍ବର ୩୧ ଠାରୁ ଏହି ୩ ଦେଶର ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ବୋଲି ବ୍ୟବସ୍ଥା ହୋଇଛି। ମହାକାଳପଡ଼ା ବ୍ଲକର ଯୁବନେତା ବିଜୟ ଶୁକ୍ଲା କହିଛନ୍ତି ଯେ, ସିଏଏ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ବହୁ ଗରିବ ବ୍ୟକ୍ତିଙ୍କ ଭରସା ପାଲଟିବାକୁ ଯାଉଛି। ସେମାନଙ୍କ ନିକଟରେ ଜମି ନ ଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ କରାଯାଇଥିଲା। ଏପରିକି ଆବାସ ଯୋଜନା, ଖାଦ୍ୟ ସୁରକ୍ଷା, ସାମାଜିକ ନ୍ୟାୟରୁ ସେମାନେ ବଞ୍ଚତ୍ତ ହେଉଥିଲେ। ଏହାବ୍ୟତୀତ ବଙ୍ଗଳାଭାଷୀଭାବେ ଚିହ୍ନଟ ହୋଇଥିବାରୁ ଜୀବନଜୀବିକା ଉପରେ ବେଶ୍‌ ପ୍ରଭାବ ପକାଇଥିଲା। ସର୍ବଦା ଦେଶାନ୍ତର ଭୟ ସେମାନଙ୍କୁ ଲାଗି ରହିଥିଲା। ସିଏଏ ଲାଗୁରେ ଜୀବନ ଜୀବିକା ସ୍ବଚ୍ଛନ୍ଦ ହେବ ବୋଲି ସେ କହିଛନ୍ତି। ପୂର୍ବତନ ସରପଞ୍ଚ ନାରାୟଣ ହାଲଦାର କହିଛନ୍ତି ଯେ, ୧୯୫୧ରୁ ଏହି ଜିଲାରେ ବଙ୍ଗଳାଭାଷୀହିନ୍ଦୁ ଶରଣାର୍ଥୀ ଭାବେ ରହି ଆସିଛନ୍ତି। ସିଏଏ ସେମାନଙ୍କୁ ଆଶ୍ୱସ୍ତ କରିଛି। ୧୯୭୧ମସିହାରେ କେନ୍ଦ୍ର ସରକାରଙ୍କ ରେକର୍ଡରେ ଓଡ଼ିଶାରେ ମାତ୍ର ୩,୯୯୭ ଶରଣାର୍ଥୀ ଥିବା ବେଳେ ବାସ୍ତବରେ ଏହାର ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ଦୀର୍ଘ ୪ ପୁରୁଷ ଧରି ଭାରତୀୟ ଭାବେ ଗର୍ବ କରୁଥିବା ଏହି ଶରଣାର୍ଥୀଙ୍କୁ ସିଏଏ ଏକ ଅମୋଘ ଅସ୍ତ୍ର ହେବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri