ଜଗତ୍‌ସିଂହପୁରରେ ବଙ୍ଗଳାଭାଷୀ ଉଲ୍ଲସିତ

ପାରାଦୀପ,୧୩।୩(ଶରତ ରାଉତ)ଭାରତ ସରକାର ସୋମବାର ଦେଶରେ ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ଲାଗୁ କରିବା ପରେ ଓଡ଼ିଶା ଉପକୂଳରେ ଜବରଦଖଲ କରି ରହିଥିବା ବଙ୍ଗଳାଭାଷୀଙ୍କ ମଧ୍ୟରେ ଉଲ୍ଲାସ ଦେଖାଦେଇଛି। କାରଣ ସେମାନେ ଏବେ ସିଏଏ ଜରିଆରେ ଆବେଦନ କରି ପୂର୍ଣ୍ଣ ସରକାରୀ ବାସିନ୍ଦା ପ୍ରମାଣପତ୍ର ପାଇଯିବେ ବୋଲି ଆଶା କରାଯାଉଛି। ପୂର୍ବରୁ ଯେଉଁଭଳି କେତେଜଣ ବଙ୍ଗଳାଭାଷୀ ରିଫ୍ୟୁଜି ବୋଲି ଶୁଣୁଥିଲେ, ସେଭଳି ଅପବାଦ ଆଉ ନୂଆ ଆଇନ ବଳରେ ହେବେନାହିଁ। ୨୦୧୫ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ବିଧାନସଭା ମଧ୍ୟରେ ଘୋଷଣା କରିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ଥିଲା ୩୯୯୭। ଏହି ଅନୁପ୍ରବେଶକାରୀମାନେ ଏବେ ସ୍ଥାୟୀ ପ୍ରମାଣପତ୍ର ପାଇପାରିବେ। କାରଣ କେନ୍ଦ୍ର ସରକାର ନୂତନ ଆଇନରେ ଦର୍ଶାଇଛନ୍ତି ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ବାଂଲାଦେଶୀ, ପାକିସ୍ତାନ, ଆଫଗାନିସ୍ତାନରୁ ଆସି ରହିଥିବେ, ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ତେବେ ସେଥିରୁ ମୁସଲ୍‌ମାନଙ୍କୁ ବାଦ ଦିଆଯିବ। ତେବେ ଯେଉଁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାରେ ଅଛନ୍ତି ସେମାନଙ୍କ ଧର୍ମ ଚିହ୍ନଟ କରିବା ସହଜ ନୁହେଁ ବୋଲି ଆଲୋଚନା ହେଉଛି। ଓଡ଼ିଶାରେ ଯେଉଁ ୩୯୯୭ ଅନୁପ୍ରବେଶକାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲାର ୧୬୪୯, ଜଗତ୍‌ସିଂହପୁର ୧୧୧୨, ମାଲକାନଗିରି ୬୬୫, ଭଦ୍ରକ ୩୧୩, ବାଲେଶ୍ୱର ୧୫୦, ନବରଙ୍ଗପୁର ୧୦୬ ଓ ବରଗଡ଼ରୁ ୨ଜଣ ରହିଛନ୍ତି। ଜଗତ୍‌ସିଂହପୁର ଜିଲା ପାରାଦୀପରେ ୨୯୭, ଏରସମା ୪୨୩, କୁଜଙ୍ଗ ୨୧୩, ବାଲିକୁଦା ୧୧୫, ଜଗତ୍‌ସିଂହପୁର ବ୍ଲକର ୬୪ ଥିଲେ ବୋଲି ସରକାରୀ ତଥ୍ୟରୁ ଜଣାପଡିଛି। ସେଥିରେ ପାରାଦୀପଗଡ଼ ପଞ୍ଚାୟତ ୨୫ ନଂ ୱାର୍ଡର ଚନକଣ ବସ୍ତିରେ ଯେଉଁ ୯୦ ପରିବାର ବସବାସ କରୁଛନ୍ତି। ସେମାନେ ସମସ୍ତେ ବାଂଲାଦେଶୀ ମୁସଲମାନ ବୋଲି ସରପଞ୍ଚ ସଞ୍ଜୟ ବେହେରା କୁହନ୍ତି। ଏପରି ଚାନ୍ଦିନୀ, ଲକ୍‌ପଡା, ବଙ୍ଗାଳୀପଡା ଆଦି ବସ୍ତିରେ ମୁସଲମାନ ବଙ୍ଗଳାଭାଷୀ ରହୁଥିବା ଜଣାଯାଏ। ଏମାନେ ଏବେ ନାଗରିକତ୍ୱ ପ୍ରମାଣପତ୍ର ପାଇବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହୁଗୁଳା ଶାସନ, ରାଜନୈତିକ ପ୍ରୋତ୍ସାହନ, ପ୍ରିୟାପ୍ରୀତି ତୋଷଣ ଯୋଗୁ ବଙ୍ଗଳାଭାଷୀ ଜରିଆରେ ବାଂଲାଦେଶୀମାନେ କାୟାବିସ୍ତାର କରିଥିବା ଚର୍ଚ୍ଚା ହେଉଛି। ଆଗକୁ ଏହାର ସ୍ଥିତି କିପରି ରହିବ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?