ପୋଲିସ ଚାକିରି କରାଇ ଦେବାକୁ କହି ଠକିଥିଲେ ୩୮ ଜଣଙ୍କୁ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ନିଜକୁ ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି। ଟଙ୍କା ଦେଲେ ପୋଲିସରେ ଚାକିରି କରାଇଦେବି। ଏଭଳି କହି ୩୮ଜଣ ଆଶାୟୀଙ୍କୁ ଠକିଥିଲେ ମୋଟ ୧କୋଟି ୪୭ ଲକ୍ଷ ଟଙ୍କା। ଏହି ମାମଲାରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‌ ମହାରଣା। ଅଭିଯୁକ୍ତ ବୈକୁଣ୍ଠନାଥଙ୍କ ନିକଟରୁ ନକଲି ଆଇ କାର୍ଡ, ୧୨ଟି ଏଟିଏମ୍‌ କାର୍ଡ, ଟଙ୍କା ନେଣଦେଣର ଚୁକ୍ତିପତ୍ର ସମେତ ଅନ୍ୟାନ୍ୟ ତଥ୍ୟ ପ୍ରମାଣଯୁକ୍ତ କାଗଜପତ୍ର ଇଓଡବ୍ଲ୍ୟୁ ଜବତ କରିଛି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଅଚଳ କରିଛି। ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଇଓଡବ୍ଲ୍ୟୁ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଏକ କେସ୍‌ (ନଂ.୧୫/୨୧) ରୁଜୁ କରିଛି। ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ପରିଚୟ ସମ୍ବନ୍ଧରେ ଇଓଡବ୍ଲ୍ୟୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?