ର଼୍ୟାଗିଂ ନେଇ ବନ୍ଧୁଙ୍କୁ କରିଥିଲେ ହ୍ବାଟ୍ସଆପ୍‌ ମେସେଜ୍‌

ବଲାଙ୍ଗୀର ଅଫିସ, ୨୪ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ନିଶାନ୍ତ କୁମାର (୧୯)ଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ହୋଇଛି ବୋଲି ତାଙ୍କ ମାତାପିତା ଅଭିଯୋଗ କରିବାର ପ୍ରାୟ ୨୪ ଘଣ୍ଟା ପରେ ଏନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କଲେଜ ଭିତରେ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିବା ନେଇ ମୃତ ଛାତ୍ର ନିଶାନ୍ତ ବିଦେଶରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ମୋବାଇଲ ଚାଟିଂ କରି ସୂଚନା ଦେଇଥିବା ଜଣାପଡ଼ିଛି। ଉକ୍ତ ମୋବାଇଲ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଆଲୋଡ଼ନ ଖେଳାଇ ଦେଇଛି।
ଭାଇରାଲ ହୋଇଥିବା ମୋବାଇଲ ଚାଟିଂରେ ତାଙ୍କୁ କିଭଳି ମେଡିକାଲ କଲେଜ କ୍ୟାମ୍ପସରେ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିଲେ ତା’ର ସୂଚନା ଦେଇଛନ୍ତି। ଶନିବାର ନିଶାନ୍ତଙ୍କ ମାତାପିତା ପୁଅକୁ ଏବଂ କଲେଜରେ ର଼୍ୟାଗିଂ ସମ୍ପର୍କରେ ଯାହା ଅଭିଯୋଗ କରିଥିଲେ ଭାଇରାଲ ହୋଇଥିବା ଚାଟିଂରେ ତାହା ପ୍ରତିଫଳନ ହୋଇଛି। କ୍ୟାମ୍ପସରେ ଚାଲିଥିବା ସ୍ପୋର୍ଟମିଟ୍‌, ଭଲିବଲ କୋର୍ଟ ତିଆରିରେ ଜୁନିୟର ଛାତ୍ରମାନଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଉଥିବା ଏବଂ ପ୍ରତିଦିନ କିଭଳି ୩/୪ ଘଣ୍ଟା ବରବାଦ କରାଯାଉଥିଲା ସେ ଉଲ୍ଲେଖ କରିଛନ୍ତି। ଜୁନିୟର ଛାତ୍ରଙ୍କୁ ପାର୍କ ଓ କଲେଜ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା କୁହାଯାଇଛି। ନିଶାନ୍ତ ତାଙ୍କର ଯେଉଁ ବନ୍ଧୁଙ୍କୁ ଏହି ଚାଟିଂ କରିଛନ୍ତି ସେ ଏସବୁ ଘଟଣାକୁ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ଅଭିଯୋଗ ଆଣିଲେ ତାଙ୍କ ପ୍ରତି ର଼୍ୟାଗିଂ ଭୟ ବଢ଼ିବ ବୋଲି ନିଶାନ୍ତ ଆଶଙ୍କା କରିଛନ୍ତି। ନିଶାନ୍ତଙ୍କୁ ର଼୍ୟାଗିଂ ସମ୍ପର୍କରେ ଅନ୍ୟ ଦୁଇ ବନ୍ଧୁଙ୍କ ଚାଟିଂ ମଧ୍ୟ ଭାଇରାଲ ହୋଇଛି। ସେଥିରେ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣେ ନିଶାନ୍ତଙ୍କ ସହ ମୃତ୍ୟୁ ପୂର୍ବରୁ କଥା ହୋଇଥିବା ଏବଂ ସେଠାରେ ର଼୍ୟାଗିଂ ହେଉଥିବା ନେଇ ନିଶାନ୍ତ ଉଲ୍ଲେଖ କରିଥିବା ଚର୍ଚ୍ଚା କରିଛନ୍ତି।
ଅନ୍ୟପକ୍ଷରେ ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ନିଶାନ୍ତଙ୍କ ପିତା ପ୍ରଫେସର କ୍ରିଷ୍ଣକୁମାର ଟାଉନ୍‌ ଥାନାରେ ତାଙ୍କ ପୁଅକୁ ର଼୍ୟାଗିଂ ଓ ହତ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏ ନେଇ ଟାଉନ୍‌ ଥାନାରେ ଏକ ମାମଲା (୧୯୧/୨୨) ରୁଜୁ ହୋଇଛି। ଅନ୍ୟପକ୍ଷେ ର଼୍ୟାଗିଂ ଅଭିଯୋଗକୁ ଭୀମଭୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଖଣ୍ଡନ କରୁଥିବା ଏବଂ ହାଲୁକା ଭାବେ ନେଉଥିବା ନେଇ ବଲାଙ୍ଗୀର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି। ଘଟଣା ସମ୍ପର୍କରେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚରାଯିବାରୁ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ଓ ସବୁଦିଗକୁ ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୭ ମାସ ନ ପୂରୁଣୁ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ; ମୃତକାଙ୍କ ଭାଇଙ୍କ ଥାନାରେ ଅଭିଯୋଗ

ଜୁନାଗଡ,୭।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ଗ୍ରାମରେ ମଙ୍ଗଳବାର ବିବାହର ୭ ମାସ ନ ପୂରୁଣୁ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ...

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ...

ଓଡ଼ିଶାରେ ଖୁବ୍‌ଶୀଘ୍ର ଆଇଟିଏମ୍‌ଏସ୍‌

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ମନ୍ଦିର ଦର୍ଶନ। ଏଥିପାଇଁ ରାଜ୍ୟ ସରକାର କର୍ନାଟକ ଓ ତାମିଲନାଡୁ ଭଳି ସମନ୍ବିତ ମନ୍ଦିର ପରିଚାଳନା ବ୍ୟବସ୍ଥା...

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା...

ବିଲକୁ ଯାଉଥିବା ବେଳେ ଝାମ୍ପିନେଲା ଭାଲୁ

ଠାକୁରମୁଣ୍ଡା,୨୬ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅଧୀନ ସାଲେଇବେଡ଼ା ପଞ୍ଚାୟତର କାଶୀବେଡ଼ା ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ...

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଓଡ଼ିଶାର ୪ ରାଜ୍ୟ ସଭା ଆସନ ପାଇଁ ନାମାଙ୍କନ ପତ୍ର ବିଜେଡ଼ିର ୪ ପ୍ରାର୍ଥୀ ଦାଖଲ କରିଛନ୍ତି। ମୁଖପାତ୍ର ସସ୍ମିତ ପାତ୍ର, ମାନସ ମଙ୍ଗରାଜ,...

Advertisement
Archives

Model This Week