ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ୍‌ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାର ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଫେରାର ଥିବା ମାଷ୍ଟରମାଇଣ୍ଡ ୩ ଚାଇନା ନାଗରିକଙ୍କ ସହଯୋଗୀ ଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ଇଓଡବ୍ଲ୍ୟୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ ଗୁଡ଼ଗାଓଁ ୱେଷ୍ଟ୍‌ ଥାନା ଅନ୍ତର୍ଗତ ପଶ୍ଚିମ ବିହାର ଅଞ୍ଚଳର ନୀରଭ ଗୁପ୍ତା ଓରଫ ରମଣ। ତାଙ୍କଠାରୁ ଲାପଟପ୍‌, ମୋବାଇଲ, ସେଲ କମ୍ପାନୀ ସମ୍ବନ୍ଧୀୟ ଦସ୍ତାବିଜ୍‌ ଜବତ ହୋଇଛି। ଗତ ଶନିବାର ନୀରଭଙ୍କୁ ଗିରଫ କରାଯିବା ପରେ ନୂଆଦିଲ୍ଲୀ ତିସ୍‌-ହଜାରି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଇଓଡବ୍ଲ୍ୟୁ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ମଙ୍ଗଳବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ୩ ଚାଇନା ନାଗରିକ ସେନ୍‌ ଝେନ୍‌ହୁଆ ଓରଫ ଟୋନି, କୁଆନ୍‌ ହୋଙ୍ଗ୍‌ୱେ ଓରଫ ପୌଲ ଓ ୟାଙ୍ଗ୍‌ ହେୟିଙ୍ଗ୍‌ ଓରଫ ଡୋରିସ୍‌ଙ୍କୁ ଧରିବାକୁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହୋଇଛି। ଏହାପୂର୍ବରୁ ଅନ୍ୟତମ ସହଯୋଗୀ ତଥା ଭାରତୀୟ ମୁଖ୍ୟ ନୀତିନ ମଲ୍ଲିକ ଗିରଫ ହୋଇ ଜେଲରେ ଅଛନ୍ତି।
ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରଭ ଠକେଇ ପାଇଁ ସେଲ୍‌ କମ୍ପାନୀ ଖୋଲିବା ଦାୟିତ୍ୱରେ ଥିଲେ। ସେ କ୍ରାମଲିଙ୍ଗ୍‌ଟୋନ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, ଟୋଡଲର୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, ଟ୍ୟାକ୍ସ ଡୋଲର ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌, କେନାଇଟ୍‌ ଏଞ୍ଜେଲ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ରୋଜ୍‌ ଇସ୍‌ଲାଣ୍ଡ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ ସମେତ ୫ଟି ସେଲ କମ୍ପାନୀ ଖୋଲିଛନ୍ତି। ଏଥିସହ ରୋହିତ୍‌ ସ୍ମାର୍ଟ ସଫ୍ଟ, ଜଗଦ୍ଦୀଶ ସ୍ମାର୍ଟ ସଫ୍ଟ ଓ କମଲ୍‌ସିଂ ସମେତ ୩ଟି (ଓପିସିଏସ୍‌) ୱାନ୍‌ ପର୍ସନ୍‌ କମ୍ପାନୀ ଖୋଲିଛନ୍ତି। ଏଥିସହ ଭାରତୀୟ ମୁଖ୍ୟ ନିତୀନଙ୍କ ସହଯୋଗରେ ମାଷ୍ଟରମାଇଣ୍ଡ୍‌ ଥିବା ଚାଇନା ନାଗରିକଙ୍କୁ ଉକ୍ତ ସେଲ୍‌ କମ୍ପାନୀ ବିକ୍ରି କରୁଥିଲେ। ପ୍ରତି କମ୍ପାନୀ ପିଛା ସେ ୩୦ ଲକ୍ଷ ଟଙ୍କା ନେଉଥିଲେ। ସେହିଭଳି କମ୍‌ ଦରମାରେ ଉକ୍ତ ସେଲ କମ୍ପାନୀର ନିର୍ଦ୍ଦେଶକ ଯୋଗାଡ଼ କରୁଥିଲେ। ନୀରଭଙ୍କ ସହଯୋଗରେ ମାଷ୍ଟରମାଇଣ୍ଡ୍‌ ଚାଇନା ନାଗରିକମାନେ ଠକେଇ ଟଙ୍କା ନେଣଦେଣ କରୁଥିଲେ। ଏଥିପାଇଁ ସେ ସେମାନଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ରହୁଥିଲେ। ଅଲିପେ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ମଧ୍ୟ ସେ ଟଙ୍କା ନେଉଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଶକ୍ତିପ୍ରସାଦ ଦାସ ‘କ୍ରେଡିଟ୍‌ ଗୋଲ୍ଡ’ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ପରେ ତାଙ୍କ ପାଖକୁ ୯ ହଜାର ଟଙ୍କାର ଲୋନ୍‌ ଆସିଥିଲା। ହ୍ବାଟ୍ସଆପ୍‌ ଦ୍ୱାରା କଲ୍‌ କରାଯାଇ ୧୫ ହଜାର ୬୨୭ ଟଙ୍କା ଲୋନ୍‌ ଭରିବାକୁ କୁହାଯିବା ପରେ ସେ ରାଜି ନ ହେବାରୁ ତାଙ୍କୁ ବିଭିନ୍ନ ନମ୍ବରରେ କଲ୍‌ କରାଯାଇ ଗାଳିଗୁଲଜ ସହ ଅଶ୍ଳୀଳ ଫଟୋ ପଠାଯାଇ ମାନସିକ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗ ପରେ ଇଓଡବ୍ଲ୍ୟୁ ଜୁଲାଇ ୨ରେ ଏକ ମାମଲା (ନଂ.୧୩/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri