ଚାଲର୍‌ସଙ୍କ ରାଜାଭିଷେକ ଆଜି

ବ୍ରିଟେନ/ନୂଆଦିଲ୍ଲୀ,୧୦ା୯: ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାଲ୍ସଙ୍କୁ ଦେଶର ନୂଆ ରାଜା ଘୋଷଣା କରାଯାଇଛି। ଏଥିସହ ସେ କିଙ୍ଗ୍‌ ଚାଲର୍‌ସ ତୃତୀୟ ନାମରେ ପରିଚୟ ଲାଭ କରିଛନ୍ତି। ୭୩ ବର୍ଷୀୟ ଚାଲର୍‌ସଙ୍କ ଆନୁଷ୍ଠାନିକ ରାଜାଭିଷେକ ଶନିବାର ରାଜପରିବାରର ଆନୁଷ୍ଠାନିକ ରୀତିନୀତି ଅନୁସାରେ ସମ୍ପନ୍ନ ହେବ ବୋଲି ବକିଂହାମ୍‌ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରିଟେନକୁ ସର୍ବାଧିକ ସମୟ ଶାସନ କରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରମୁଖ୍ୟମାନେ ମହାରାଣୀଙ୍କୁ ସ୍ମରଣ କରି ଶୋକବ୍ୟକ୍ତ କରିବାରେ ଲାଗିଛନ୍ତି। ଏହି କ୍ରମରେ ଭାରତ ସରକାର ମଧ୍ୟ ଦେଶରେ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ମହାରାଣୀଙ୍କ ସ୍ମୃତିରେ ସେପ୍ଟେମ୍ବର ୧୧ରେ ସମସ୍ତ ସରକାରୀ ଅଫିସରେ ଭାରତର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଏହି ଦିନ କୌଣସି ଅନୁଷ୍ଠାନିକ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ ସ୍ପଷ୍ଟ କରାଯାଇଛି। ଦିବଙ୍ଗତ ସମ୍ରାଜ୍ଞୀଙ୍କୁ ବ୍ରିଟେନବାସୀ ଝୁରୁଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଶୁକ୍ରବାର ବ୍ରିଟେନର ଆଇନପ୍ରଣେତାମାନେ ଦୈନନ୍ଦିନ ରାଜନୈତିକ କାର୍ଯ୍ୟକଳାପକୁ ଏଡ଼ାଇଦେଇ ପାର୍ଲାମେଣ୍ଟରେ ଏକାଠି ହୋଇଥିଲେ। ଅପରାହ୍ନରେ ଆୟୋଜିତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଦଳମତ ନିର୍ବିଶେଷରେ ସମସ୍ତ ଏମ୍‌ପି ପ୍ରିୟ ତଥା ସମ୍ମାନସ୍ପଦା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଅନେକ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଏପରି କି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ମହାରାଣୀଙ୍କ ସମ୍ମାନରେ ବ୍ୟବସାୟିକ କାରବାର ବନ୍ଦ କରିଥିଲେ। ସେଣ୍ଟରବରି ଆର୍କବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି କହିଛନ୍ତି, ମହାରାଣୀଙ୍କ ପରଲୋକ ଗମନ କେବଳ ବ୍ରିଟେନ ପାଇଁ ନୁହେଁ, ବରଂ ସାରା ବିଶ୍ୱ ଲାଗ ଏକ ଅପୂରଣୀୟ କ୍ଷତି। ଆମେ ସମସ୍ତେ ଦିନେ ନା ଦିନେ ଧରାପୃଷ୍ଠରୁ ବିଦାୟ ନେବା। କିନ୍ତୁ ବାଲମୋରାଲ ପ୍ରସାଦରେ ଗୁରୁବାର ଏଲିଜାବେଥ ଦ୍ୱୀତୀୟଙ୍କ ବିୟୋଗ ଏପରି ଏକ ଐତିହାସିକ ଘଟଣା, ଯାହା ବ୍ରିଟେନବାସୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଓ ତାଙ୍କ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଲଣ୍ଡନସ୍ଥିତ ସେଣ୍ଟ ପଲ୍‌ କ୍ୟାଥେଡ୍ରାଲକୁ ଯାଇ ସ୍ମୃତିସଭାରେ ଯୋଗଦେଇଛନ୍ତି। ଏଡିନ୍‌ବର୍ଗରେ ମହାରାଣୀଙ୍କ ଶେଷ ଦର୍ଶନ ପରେ ତାଙ୍କ କଫିନକୁ ଲଣ୍ଡନ ନିଆଯିବ। ଓ୍ବେଷ୍ଟମିନିଷ୍ଟର ଆବେରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ସେଠାରେ ତାଙ୍କ ମରଶରୀରକୁ କିଛିଦିନ ପାଇଁ ରଖାଯିବ।
ମା’ଙ୍କ ମହାପ୍ରୟାଣ ପରେ ତତ୍କାଳ ରାଜା ଘୋଷିତ ପ୍ରିନ୍ସ ଚାଲର୍‌ସ ଶନିବାର ଏକ ସ୍ବତନ୍ତ୍ର ଉତ୍ସବରେ ରାଜ ସିଂହାସନ ଆରୋହଣ କରିବେ। ବ୍ରିଟେନ ରାଜତନ୍ତ୍ରର ପ୍ରାଚୀନ ପରମ୍ପରା ଓ ବିଧି ଅନୁସାରେ ମହାରାଣୀଙ୍କ ବରିଷ୍ଠ ପୁତ୍ର ପ୍ରିନ୍ସ ଚାଲର୍‌ସ ସ୍ବତଃ ତାଙ୍କର ଉତ୍ତରାଧିକାରୀ ହୋଇସାରିଛନ୍ତି। କିନ୍ତୁ ପ୍ରଟୋକଲ ଅନୁଯାୟୀ ରାଜାଭିଷେକ ତତ୍କାଳ କରାଯିବ ନାହିଁ। ମହାରାଣୀଙ୍କ ମୃତ୍ୟୁର ୧୦ ଦିନ ପର୍ଯ୍ୟନ୍ତ ଅନେକ ରୀତିନୀତି ସମ୍ପନ୍ନ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଆସେଶନ କାଉନ୍ସିଲ ବୈଠକ, ଯାହାକି ଶାସକ ରାଜା କିମ୍ବା ରାଣୀଙ୍କ ମୃତ୍ୟୁର ପରଦିନ ବସିଥିବା ଇତିହାସରୁ ଜଣାପଡ଼େ। ଏହି ବୈଠକରେ କାଉନ୍ସିଲ ପକ୍ଷରୁ ଚାଲର୍‌ସଙ୍କୁ ଆନୁଷ୍ଠାନିକ ରାଜା ଘୋଷଣା କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ଟ୍ରସ୍‌ ଘୋଷଣା କରିଛନ୍ତି, ମହାରାଣୀଙ୍କ କ୍ରାଉନ୍‌ ବା ରାଜମୁକୁଟକୁ ଏବେ ନୂଆ ସମ୍ରାଟ ତଥା ବ୍ରିଟେନର ରାଷ୍ଟ୍ରମୁଖ୍ୟ ହିଚ୍‌ ମାଜେଷ୍ଟ୍ରି କିଙ୍ଗ୍‌ ଚାଲର୍‌ସ ତୃତୀୟ ସ୍ବୀକାର କରିଛନ୍ତି। କ୍ଲିୟରାନ୍ସ ହାଉସ୍‌ ମଧ୍ୟ ଏନେଇ ସ୍ପଷ୍ଟ କରିଛି। ଆସେଶନ କାଉନ୍ସିଲ ବୈଠକ କେବଳ ଜଣେ ଶାସକଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥାଏ। ଏହାର ମୂଳ ଲକ୍ଷ୍ୟ ହେଉଛି ରାଜତନ୍ତ୍ରର ସାର୍ବଭୌମତ୍ୱ ହସ୍ତାନ୍ତର। ଏହି କାଉନ୍ସିଲରେ ଲର୍ଡ ମେୟର, ବିଚାରପତି, କ୍ୟାବିନେଟ ମନ୍ତ୍ରୀ, ଗ୍ରେଟ୍‌ ଅଫିସରର୍ସ ଅଫ୍‌ ଷ୍ଟେଟ୍‌, ଚର୍ଚ୍ଚ ଅଫ୍‌ ଇଂଲଣ୍ଡର ନେତା ଏବଂ ବରିଷ୍ଠ ଅମଲାତନ୍ତ୍ରୀମାନେ ସାମିଲ ଥିବା ପ୍ରିଭି କାଉନ୍ସିଲ ଅନ୍ତର୍ଭୁକ୍ତ। ସେଣ୍ଟ ଜେମ୍ସ ପ୍ୟାଲେସ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥାଏ। ଐତିହାସିକ ରେକର୍ଡ ଅନୁସାରେ ଏଲିଜାବେଥ ଦ୍ୱିତୀୟଙ୍କ ଆନୁଷ୍ଠାନିକ ରାଜାଭିଷେକ ସେ ସମ୍ରାଜ୍ଞୀ ହେବାର ୧୬ ମାସ ପରେ କରାଯାଇଥିଲା। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ଦୀର୍ଘ ୯୦୦ ବର୍ଷ ଧରି ଏହି ରାଜକାର୍ଯ୍ୟ କରାଯାଇଆସୁଛି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଉତ୍ସବର ଆୟୋଜନ କରାଯିବ, ଯେଉଁଠି ରାଜାଭିଷେକ ପୂର୍ବରୁ ସେଣ୍ଟରବରି ଆର୍କବିଶପ୍‌ ତାଙ୍କୁ ଶପଥପାଠ କରାଇବେ। ପ୍ରିନ୍ସ ଚାଲର୍‌ଡ କିଙ୍ଗ୍‌ ଚାଲର୍‌ସ ହେବା ପରେ ତାଙ୍କ ଧର୍ମପନତ୍ୀ ପ୍ରିନ୍ସେସ୍‌ କାମିଲା କୁଇନ୍‌ କାମିଲା ହେବେ। କୁଇନ୍‌ କନ୍‌ସର୍ଟ ଭାବେ ସେ ରାଣୀ ମାନ୍ୟତା ଲାଭ କରିବେ। ମହାରାଣୀ ଏଲିଜାବେଥ୍‌ଙ୍କ ଭଳି ସେ ପ୍ରତ୍ୟକ୍ଷ ଶାସକ ହୋଇ ନ ଥିବାରୁ ତାଙ୍କ ହାତରେ ସାର୍ବଭୌମତ୍ୱ କ୍ଷମତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri