ଚାଲର୍‌ସଙ୍କ ରାଜାଭିଷେକ ଆଜି

ବ୍ରିଟେନ/ନୂଆଦିଲ୍ଲୀ,୧୦ା୯: ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାଲ୍ସଙ୍କୁ ଦେଶର ନୂଆ ରାଜା ଘୋଷଣା କରାଯାଇଛି। ଏଥିସହ ସେ କିଙ୍ଗ୍‌ ଚାଲର୍‌ସ ତୃତୀୟ ନାମରେ ପରିଚୟ ଲାଭ କରିଛନ୍ତି। ୭୩ ବର୍ଷୀୟ ଚାଲର୍‌ସଙ୍କ ଆନୁଷ୍ଠାନିକ ରାଜାଭିଷେକ ଶନିବାର ରାଜପରିବାରର ଆନୁଷ୍ଠାନିକ ରୀତିନୀତି ଅନୁସାରେ ସମ୍ପନ୍ନ ହେବ ବୋଲି ବକିଂହାମ୍‌ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ରିଟେନକୁ ସର୍ବାଧିକ ସମୟ ଶାସନ କରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପର୍ଯ୍ୟନ୍ତ ରାଷ୍ଟ୍ରମୁଖ୍ୟମାନେ ମହାରାଣୀଙ୍କୁ ସ୍ମରଣ କରି ଶୋକବ୍ୟକ୍ତ କରିବାରେ ଲାଗିଛନ୍ତି। ଏହି କ୍ରମରେ ଭାରତ ସରକାର ମଧ୍ୟ ଦେଶରେ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ମହାରାଣୀଙ୍କ ସ୍ମୃତିରେ ସେପ୍ଟେମ୍ବର ୧୧ରେ ସମସ୍ତ ସରକାରୀ ଅଫିସରେ ଭାରତର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଏହି ଦିନ କୌଣସି ଅନୁଷ୍ଠାନିକ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ ସ୍ପଷ୍ଟ କରାଯାଇଛି। ଦିବଙ୍ଗତ ସମ୍ରାଜ୍ଞୀଙ୍କୁ ବ୍ରିଟେନବାସୀ ଝୁରୁଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଶୁକ୍ରବାର ବ୍ରିଟେନର ଆଇନପ୍ରଣେତାମାନେ ଦୈନନ୍ଦିନ ରାଜନୈତିକ କାର୍ଯ୍ୟକଳାପକୁ ଏଡ଼ାଇଦେଇ ପାର୍ଲାମେଣ୍ଟରେ ଏକାଠି ହୋଇଥିଲେ। ଅପରାହ୍ନରେ ଆୟୋଜିତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଦଳମତ ନିର୍ବିଶେଷରେ ସମସ୍ତ ଏମ୍‌ପି ପ୍ରିୟ ତଥା ସମ୍ମାନସ୍ପଦା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଅନେକ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଏପରି କି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ମହାରାଣୀଙ୍କ ସମ୍ମାନରେ ବ୍ୟବସାୟିକ କାରବାର ବନ୍ଦ କରିଥିଲେ। ସେଣ୍ଟରବରି ଆର୍କବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି କହିଛନ୍ତି, ମହାରାଣୀଙ୍କ ପରଲୋକ ଗମନ କେବଳ ବ୍ରିଟେନ ପାଇଁ ନୁହେଁ, ବରଂ ସାରା ବିଶ୍ୱ ଲାଗ ଏକ ଅପୂରଣୀୟ କ୍ଷତି। ଆମେ ସମସ୍ତେ ଦିନେ ନା ଦିନେ ଧରାପୃଷ୍ଠରୁ ବିଦାୟ ନେବା। କିନ୍ତୁ ବାଲମୋରାଲ ପ୍ରସାଦରେ ଗୁରୁବାର ଏଲିଜାବେଥ ଦ୍ୱୀତୀୟଙ୍କ ବିୟୋଗ ଏପରି ଏକ ଐତିହାସିକ ଘଟଣା, ଯାହା ବ୍ରିଟେନବାସୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଓ ତାଙ୍କ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଲଣ୍ଡନସ୍ଥିତ ସେଣ୍ଟ ପଲ୍‌ କ୍ୟାଥେଡ୍ରାଲକୁ ଯାଇ ସ୍ମୃତିସଭାରେ ଯୋଗଦେଇଛନ୍ତି। ଏଡିନ୍‌ବର୍ଗରେ ମହାରାଣୀଙ୍କ ଶେଷ ଦର୍ଶନ ପରେ ତାଙ୍କ କଫିନକୁ ଲଣ୍ଡନ ନିଆଯିବ। ଓ୍ବେଷ୍ଟମିନିଷ୍ଟର ଆବେରେ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ସେଠାରେ ତାଙ୍କ ମରଶରୀରକୁ କିଛିଦିନ ପାଇଁ ରଖାଯିବ।
ମା’ଙ୍କ ମହାପ୍ରୟାଣ ପରେ ତତ୍କାଳ ରାଜା ଘୋଷିତ ପ୍ରିନ୍ସ ଚାଲର୍‌ସ ଶନିବାର ଏକ ସ୍ବତନ୍ତ୍ର ଉତ୍ସବରେ ରାଜ ସିଂହାସନ ଆରୋହଣ କରିବେ। ବ୍ରିଟେନ ରାଜତନ୍ତ୍ରର ପ୍ରାଚୀନ ପରମ୍ପରା ଓ ବିଧି ଅନୁସାରେ ମହାରାଣୀଙ୍କ ବରିଷ୍ଠ ପୁତ୍ର ପ୍ରିନ୍ସ ଚାଲର୍‌ସ ସ୍ବତଃ ତାଙ୍କର ଉତ୍ତରାଧିକାରୀ ହୋଇସାରିଛନ୍ତି। କିନ୍ତୁ ପ୍ରଟୋକଲ ଅନୁଯାୟୀ ରାଜାଭିଷେକ ତତ୍କାଳ କରାଯିବ ନାହିଁ। ମହାରାଣୀଙ୍କ ମୃତ୍ୟୁର ୧୦ ଦିନ ପର୍ଯ୍ୟନ୍ତ ଅନେକ ରୀତିନୀତି ସମ୍ପନ୍ନ କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଆସେଶନ କାଉନ୍ସିଲ ବୈଠକ, ଯାହାକି ଶାସକ ରାଜା କିମ୍ବା ରାଣୀଙ୍କ ମୃତ୍ୟୁର ପରଦିନ ବସିଥିବା ଇତିହାସରୁ ଜଣାପଡ଼େ। ଏହି ବୈଠକରେ କାଉନ୍ସିଲ ପକ୍ଷରୁ ଚାଲର୍‌ସଙ୍କୁ ଆନୁଷ୍ଠାନିକ ରାଜା ଘୋଷଣା କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ଟ୍ରସ୍‌ ଘୋଷଣା କରିଛନ୍ତି, ମହାରାଣୀଙ୍କ କ୍ରାଉନ୍‌ ବା ରାଜମୁକୁଟକୁ ଏବେ ନୂଆ ସମ୍ରାଟ ତଥା ବ୍ରିଟେନର ରାଷ୍ଟ୍ରମୁଖ୍ୟ ହିଚ୍‌ ମାଜେଷ୍ଟ୍ରି କିଙ୍ଗ୍‌ ଚାଲର୍‌ସ ତୃତୀୟ ସ୍ବୀକାର କରିଛନ୍ତି। କ୍ଲିୟରାନ୍ସ ହାଉସ୍‌ ମଧ୍ୟ ଏନେଇ ସ୍ପଷ୍ଟ କରିଛି। ଆସେଶନ କାଉନ୍ସିଲ ବୈଠକ କେବଳ ଜଣେ ଶାସକଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥାଏ। ଏହାର ମୂଳ ଲକ୍ଷ୍ୟ ହେଉଛି ରାଜତନ୍ତ୍ରର ସାର୍ବଭୌମତ୍ୱ ହସ୍ତାନ୍ତର। ଏହି କାଉନ୍ସିଲରେ ଲର୍ଡ ମେୟର, ବିଚାରପତି, କ୍ୟାବିନେଟ ମନ୍ତ୍ରୀ, ଗ୍ରେଟ୍‌ ଅଫିସରର୍ସ ଅଫ୍‌ ଷ୍ଟେଟ୍‌, ଚର୍ଚ୍ଚ ଅଫ୍‌ ଇଂଲଣ୍ଡର ନେତା ଏବଂ ବରିଷ୍ଠ ଅମଲାତନ୍ତ୍ରୀମାନେ ସାମିଲ ଥିବା ପ୍ରିଭି କାଉନ୍ସିଲ ଅନ୍ତର୍ଭୁକ୍ତ। ସେଣ୍ଟ ଜେମ୍ସ ପ୍ୟାଲେସ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥାଏ। ଐତିହାସିକ ରେକର୍ଡ ଅନୁସାରେ ଏଲିଜାବେଥ ଦ୍ୱିତୀୟଙ୍କ ଆନୁଷ୍ଠାନିକ ରାଜାଭିଷେକ ସେ ସମ୍ରାଜ୍ଞୀ ହେବାର ୧୬ ମାସ ପରେ କରାଯାଇଥିଲା। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ଦୀର୍ଘ ୯୦୦ ବର୍ଷ ଧରି ଏହି ରାଜକାର୍ଯ୍ୟ କରାଯାଇଆସୁଛି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଉତ୍ସବର ଆୟୋଜନ କରାଯିବ, ଯେଉଁଠି ରାଜାଭିଷେକ ପୂର୍ବରୁ ସେଣ୍ଟରବରି ଆର୍କବିଶପ୍‌ ତାଙ୍କୁ ଶପଥପାଠ କରାଇବେ। ପ୍ରିନ୍ସ ଚାଲର୍‌ଡ କିଙ୍ଗ୍‌ ଚାଲର୍‌ସ ହେବା ପରେ ତାଙ୍କ ଧର୍ମପନତ୍ୀ ପ୍ରିନ୍ସେସ୍‌ କାମିଲା କୁଇନ୍‌ କାମିଲା ହେବେ। କୁଇନ୍‌ କନ୍‌ସର୍ଟ ଭାବେ ସେ ରାଣୀ ମାନ୍ୟତା ଲାଭ କରିବେ। ମହାରାଣୀ ଏଲିଜାବେଥ୍‌ଙ୍କ ଭଳି ସେ ପ୍ରତ୍ୟକ୍ଷ ଶାସକ ହୋଇ ନ ଥିବାରୁ ତାଙ୍କ ହାତରେ ସାର୍ବଭୌମତ୍ୱ କ୍ଷମତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?