Posted inଜାତୀୟ

କମିବ ଖରିଫ ଉତ୍ପାଦନ

ନୂଆଦିଲ୍ଲୀ,୧୦।୯(ପି.ଟି.): ଚଳିତ ଖରିଫ୍‌ ଋତୁରେ କମ୍‌ ଅଞ୍ଚଳରେ ଧାନ ବୁଣାଯାଇଥିବାରୁ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିପାରେ ବୋଲି କେନ୍ଦ୍ର ସରକାର ପୂର୍ବାନୁମାନ କରିଛନ୍ତି। ଘରୋଇ ଯୋଗାଣ ବଢ଼ାଇବା ଏବଂ ଦରବୃଦ୍ଧି ରୋକିବା ଲାଗି ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲଗାଇଛନ୍ତି। ସେହିପରି ଉଷୁନା ଚାଉଳ ବ୍ୟତୀତ ଅଣବାସ୍‌ମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଯାଇଛି। ଖରିଫରେ ଚାଉଳ ଉତ୍ପାଦନ କମିବା ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ପାଇକାରୀ ବଜାରରେ ଚାଉଳ ଦର ୮ ପ୍ରତିଶତ ଏବଂ ଖୁଚୁରା ବଜାରେ ୬ ପ୍ରତିଶତ ବୃଦ୍ଧି ପାଇଛି।
ଭଙ୍ଗା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଲଗାଇବାର ଯଥାର୍ଥତା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଅନେକ ରାଜ୍ୟରେ କମ୍‌ ବୃଷ୍ଟିପାତ ହେବା କାରଣରୁ ଚଳିତ ଖରିଫ ଋତୁରେ ୩୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇ ନାହିଁ। ଭାରତର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତ ଖରିଫ ଋତୁରୁ ମିଳିଥାଏ। ଧାନ ବୁଣା କମିଥିବାରୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିବା ଅନୁମାନ କରାଯାଉଥିବା ଖାଦ୍ୟ ସଚିବ କହିଛନ୍ତି।
୨୦୨୧-୨୨ ଫସଲ ଋତୁରେ ଭାରତର ମୋଟ ଚାଉଳ ଉତ୍ପାଦନ ୧୩୦.୨୯ ନିୟୁତ ଟନ୍‌ ଆକଳନ କରାଯାଇଥିଲା, ଯାହାକି ପୂର୍ବବର୍ଷ ୧୨୪.୩୭ ନିୟୁତ ଟନ୍‌ ଥିଲା। ମୋଟ ଉତ୍ପାଦନରୁ ୧୧୧.୭୬ ନିୟୁତ ଟନ୍‌ ଖରିଫ୍‌ରୁ ଏବଂ ୧୮.୫୩ ନିୟୁତ ଟନ୍‌ ରବି ଋତୁରେ ମିଳିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୨.୯୪ ନିୟୁତ ଟନ୍‌ ବାସ୍‌ମତି ଚାଉଳ ସମେତ ମୋଟ ୨୧.୨ ନିୟୁତ ଟନ୍‌ ଚାଉଳ ରପ୍ତାନି କରିଥିଲା। ତେବେ ଚଳିତ ଖରିଫ ଋତୁରେ ବିଭିନ୍ନ ରାଜ୍ୟରେ ଭଲ ବର୍ଷା ହୋଇ ନ ଥିବାରୁ ଉତ୍ପାଦନ କମିବାକୁ ଯାଉଛି। ସରକାରଙ୍କ ଆକଳନ ଅନୁଯାୟୀ ୪ ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୫ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇପାରି ନାହିଁ। ଏହି ରାଜ୍ୟଗୁଡ଼ିକରେ ଉତ୍ପାଦନ ୭-୮ ନିୟୁତ ଟନ୍‌ କମିପାରେ। ସେହିପରି ଅନ୍ୟ ରାଜ୍ୟରେ ଫସଲର ବିବିଧୀକରଣ କାରଣରୁ ଧାନବୁଣା କମ୍‌ ହୋଇଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତବର୍ଷ ୪୦୬.୮୯ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୨ ସୁଦ୍ଧା ତାହା ୫.୬୨ ପ୍ରତିଶତ ହ୍ରାସ ପାଇ ୩୮୩.୯୯ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଛି। ଝାଡ଼ଖଣ୍ଡରେ ୯.୮୦ ଲକ୍ଷ ହେକ୍ଟର, ମଧ୍ୟପ୍ରଦେଶରେ ୬.୩୨ ଲକ୍ଷ ହେକ୍ଟର, ପଶ୍ଚିମବଙ୍ଗରେ ୪.୪୫ ଲକ୍ଷ ହେକ୍ଟର, ଛତିଶଗଡ଼ରେ ୩.୯୧ ଲକ୍ଷ ହେକ୍ଟର, ଉତ୍ତରପ୍ରଦେଶରେ ୨.୬୧ ଲକ୍ଷ ହେକ୍ଟର ଓ ବିହାରରେ ୨.୧୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ହୋଇପାରି ନାହିଁ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ କିଲୋଗ୍ରାମ ପ୍ରତି ୨ ଟଙ୍କାରେ ଚାଉଳ ଏବଂ ୩ ଟଙ୍କାରେ ଗହମ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏ ଯୋଗାଇ ଦିଆଯାଉଛି। ଏହା ବାଦ୍‌ କରୋନା ମହାମାରୀ ଯୋଗୁ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ସେପ୍ଟେମ୍ବର ପରେ ଏହାର ସମୟସୀମା ବଢ଼ିବ କି ନାହିଁ ଏନେଇ ଖାଦ୍ୟ ସଚିବ କୌଣସି ଉତ୍ତର ଦେଇନାହାନ୍ତି। ଚଳିତ ବର୍ଷ ଗହମ ଉତ୍ପାଦନ କମିଥିବାରୁ ସରକାର ଅଧିକ ଚାଉଳ ଯୋଗାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ...

ଅରୁଣାଚଳଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବନି ଚାଇନା…

ନୂଆଦିଲ୍ଲୀ,୨୭।୩ : ଚାଇନା ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବାକୁ ମନା କରିଦେଇଛି। ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ଅନୁଷ୍ଠିତ ହେବାକୁ...

ନମୋ ଆପ ମାଧ୍ୟମରେ କର୍ମୀଙ୍କ ସହ ଯୋଡି ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଇତିମଧ୍ୟରେ...

ମୁମ୍ବାଇ-ଜୟପୁର ଏକ୍ସପ୍ରେସରେ ୪ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ କନଷ୍ଟେବଳଙ୍କର ହେବ ନାହିଁ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ,୨୬।୮: ଗତ ମାସରେ ଅର୍ଥାତ୍‌ ଜୁଲାଇ ୩୧ରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ)ର ଜଣେ କନଷ୍ଟେବଳ ଚେତନ ସିଂ ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ୪ ଜଣଙ୍କୁ ଗୁଳିକରି ହତ୍ୟା...

ମହାରାଷ୍ଟ୍ର ବଦଳରେ ଗୁଜରାଟ କିପରି ଗଲା ସେମିକଣ୍ଡକ୍ଟର କାରଖାନା, ସରକାରଙ୍କୁ ଘେରିଲେ ବିରୋଧୀ …

ମୁମ୍ବାଇ, ୧୪।୯ : ମହାରାଷ୍ଟ୍ର ବଦଳରେ ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ଘୋଷଣା ପରେ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି। ବିରୋଧୀ କ୍ରମାଗତ ଭାବରେ...

ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ୍‌ ଧରିବେ ପଦ୍ମ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମେଟ୍ରୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଇ.ଶ୍ରୀଧରନ୍‌ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ମେଟ୍ରୋ ମ୍ୟାନ୍‌ ଭାବେ ପରିଚିତି ହାସଲ...

ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗରେ ବଢିଛି ଭାଜପା ସଦସ୍ୟଙ୍କ ସଂଖ୍ୟା: ନଡ୍ଡା

ରାଞ୍ଚି,୩୧।୮: ଝାଡ଼ଖଣ୍ଡର ଦାଲତୋଗଞ୍ଜରେ ଶନିବାର ଆୟୋଜିତ ‘ଶକ୍ତି କେନ୍ଦ୍ର ସମ୍ମିଳନୀ’ରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସୂଚନା...

ରାଜଧାନୀରେ ପୁଣି ମାଡିଲାଣି କରୋନା

ନୂଆଦିଲ୍ଲୀ,୨୦।୪:ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିନକୁ ଦିନ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୯ ନୂତନ ସଂକ୍ରମିତ...

Advertisement
Archives

Model This Week