ରାଜ୍ୟବ୍ୟାପୀ ଖୁସି ବାଣ୍ଟୁଛି ଦାନ ଉତ୍ସବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଛି ଦାନ ଉତ୍ସବ। ଓଡ଼ିଶାର ଅନେକ ଜିଲାରେ ଏପରି ନିଆରା ଉତ୍ସାହପ୍ରଦ ଅଭିଯାନ ପ୍ରତି ଅଧିକରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଯୋଡି ହେଉଛନ୍ତି। ବକୁଳ ଫାଉଣ୍ଡେଶନର ୩୦୦ ଭଲ୍ୟୁଣ୍ଟିୟର୍ସ ଭୁବନେଶ୍ୱରର ୫୦ରୁ ଅଧିକ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ହସ୍ତଶିଳ୍ପ କାରିଗରି ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ। ସେହିପରି କଳାହାଣ୍ଡି ଜିଲା ଭାନୁପୁରନିବାସୀ ଜଗଦୀଶ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଦାନ ଉତ୍ସବରେ ସାମିଲ କରି ତମ୍ବୁ ତଳେ ଜୀବନ ବିତାଉଥିବା ୪୦ଟି ଜିପ୍ସି ସମ୍ପ୍ରଦାୟ ପରିବାରର ପିଲାଙ୍କୁ ଖାଦ୍ୟ ଓ ପାନୀୟ ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ। ପୁରୀରେ ରକ୍ତଦାନ କରି ଦାନ ଉତ୍ସବ ପାଳନ କରିଛି ମିଶନ ଓଡ଼ିଶା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲାପାଳ କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ୩୩ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ମହାବିଦ୍ୟାଳୟ ପକ୍ଷରୁ ଝଣ୍ଡୁ ଫାର୍ମାସୀ ସହଯୋଗରେ ୬୫ ଜଣଙ୍କର ମାଗଣା ବୋନ୍‌ ମିନେରାଲ ଡେନ୍‌ସିଟି ଟେଷ୍ଟ କରାଯାଇଥିଲା। ରାୟଗଡ଼ା ଜିଲାର ମୁନିଗୁଡ଼ାର ନାଗରିକ ମଞ୍ଚ ହାଟ ପକ୍ଷରୁ ଆଦିବାସୀ ସମ୍ପ୍ରଦାୟର ୨୦୦ ବୟସ୍କଙ୍କୁ ନୂତନ ବସ୍ତ୍ର ଉପହାର, ଅନ୍ନଦାନ ଓ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ବ୍ୟବହାର ଉପଯୋଗୀ ପୁରୁଣା ବସ୍ତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଢେଙ୍କାନାଳ ଜିଲାର କଙ୍କଡ଼ାପାଳ ଓ କୋଟ୍ଟମରେ ୨ଟି ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଓଡ଼ିଶା ବୁକ୍‌ ଟ୍ରଷ୍ଟ ସହାୟତାରେ ବିଶ୍ୱ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଲୋକଙ୍କ ପାଖରୁ ପୁରୁଣା ଓ ଲାଇବ୍ରେରୀ ଉପଯୋଗୀ ବହି ଓ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରାଯାଉଛି। ଗଁଦିଆ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଗରିବ ଛାତ୍ରୀଛାତ୍ରୀଙ୍କ ଜେଜେ ବାପା ଓ ମା’ଙ୍କୁ ଇନର ହ୍ବିଲ କ୍ଲବ୍‌ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ଢେଙ୍କାନାଳ ପକ୍ଷରୁ ଦାନ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ରାଉରକେଲାର ପ୍ରଦୀପ ଗ୍ରୀନ୍‌ ଆଣ୍ଡ୍‌ କ୍ଲିନ୍‌ ଅଭିଯାନରେ ଢେଙ୍କାନାଳ ସିଆରିଆରେ ଫଳ ଗଛ ଲଗାଇବା, ସହର ସଫେଇ ସହ ଡେଙ୍ଗୁ ରୋଗୀଙ୍କୁ ରକ୍ତ ଦାନ କରିଥିଲେ। ମାଓବଦୀ ପ୍ରବଣ ଅଞ୍ଚଳ କଣ୍ଡାର ଉପତ୍ୟାକାରେ ସଂସ୍କାର ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ରୀ ଓ କର୍ମଚାରୀମାନେ ଛୋଟ ପିଲାଙ୍କ ପାଇଁ ଶିକ୍ଷା ଉପକରଣ, ପାଣି ବୋତଲ, ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଅବସରପ୍ରାପ୍ତ ଆର୍ମୀ ଅଫିସର ପ୍ରଫେସର ମଳୟ ପତି ଉପାନ୍ତ ଅଞ୍ଚଳରେ ଏକ ସିବିଏସଇ ସ୍କୁଲ ପ୍ରତିଷ୍ଠା କରି କର୍ମଚାରୀଙ୍କୁ ଡ୍ରେସ୍‌, ଶାଢି, ଚୁଡି ଆଦି ସାମଗ୍ରୀ କିଣିବା ପାଇଁ କୁପନ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?