ପୁରୀରେ ପହଞ୍ଚତ୍ଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧୩ା୪: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟାଠାରୁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେଣୁ ପର୍ଯ୍ୟାୟ କ୍ରମେ ରଥକାଠ ଆସି ପୁରୀରେ ପହଞ୍ଚୁଛି। ଏହି କ୍ରମରେ ବୁଧବାର ପଞ୍ଚମ ପର୍ଯ୍ୟାୟରେ ଭଞ୍ଜନଗର ମୁଜାଗଡ଼ ବନାଞ୍ଚଳ ଉତ୍ତର ଘୁମୁର ବନଖଣ୍ଡରୁ ୨୫ ଖଣ୍ଡ ରଥକାଠ ଏକ ବଡ଼ ଟ୍ରକ ଯୋଗେ ଆସିଛି। ତନ୍ମଧ୍ୟରେ ୪୦ ଫୁଟିଆ ୨୦ ଖଣ୍ଡ ଧଉରା ଏବଂ ୫ ଖଣ୍ଡ ଫାସିକାଠ ରହିଛି। ବୁଧବାର ସୁଦ୍ଧା ୨୦୬ ଖଣ୍ଡ କାଠ ପୁରୀ ବଡ଼ଦାଣ୍ଡରେ ପହଞ୍ଚତ୍ଛି।
ସୂଚନାଯୋଗ୍ୟ, ପୂର୍ବରୁ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୧୦୪, ଦ୍ୱିତୀୟ ପର୍ଯ୍ୟାୟରେ ୨୪ ଏବଂ ତୃତୀୟ ପର୍ଯ୍ୟାୟରେ ବୌଦ୍ଧ ବନଖଣ୍ଡରୁ ୨୮ ଖଣ୍ଡ ଧଉରା ଓ ଚତୁର୍ଥ ପର୍ଯ୍ୟାୟରେ ୨୫ ଖଣ୍ଡ ଅସନ କାଠ କାଠ ଆସି ପୁରୀରେ ପହଞ୍ଚତ୍ଥିଲା। ବୁଧବାର ୨୫ ଖଣ୍ଡ କାଠ ଆସିଛି। ଫଳରେ ଏବେସୁଦ୍ଧା ମୋଟ ୨୦୬ ଖଣ୍ଡ କାଠ ପହଞ୍ଚିସାରିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି। ଏ ପର୍ଯ୍ୟନ୍ତ ମୋଟ ୨୦୬ ଖଣ୍ଡ କାଠ ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସିବ। ୮୧ ଖଣ୍ଡ କାଠ କଟକର ଶ’ମିଲସ୍ଥିତ ଖପୁରିଆ କରତ କଳରେ ପହଞ୍ଚି ସାରିଛି। ପରମ୍ପରା ଅନୁଯାୟୀ, ରାମନବମୀରେ କଟକସ୍ଥିତ ଶ’ ମିଲ୍‌ରେ ରଥକାଠ ଚିରଟ କାମ ଆରମ୍ଭ ହୋଇଛି। ଶ୍ରୀପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ହେବ। ଆବଶ୍ୟକ ଥିବା ରଥ କାଠ ପର୍ଯ୍ୟାୟ କ୍ରମେ ପୁରୀକୁ ଆସିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲାର ନବୀନ ବେହେରାଙ୍କ କହିବା ଅନୁଯାୟୀ, ରଥକାଠ ନେଇ ସେ ଉତ୍ତର ଘୁମୁସର ବାଇବିଲ ଗ୍ରାମରୁ ଗତ ୧୦ ତାରିଖରେ ପୁରୀ ଅଭିମୁଖେ ବାହାରିଥିଲେ। ରଥକାଠକୁ ଗ୍ରାମବାସୀ ପୂଜାଚ୍ଚର୍ନା କରିଥିଲେ। ଏପରିକି ଯେଉଁ ଗ୍ରାମ ଦେଇ ତାଙ୍କ ଗାଡ଼ି ଆସିଥିଲା, ସେହି ସବୁ ଗ୍ରାମର ବାସିନ୍ଦା ରଥକାଠକୁ ପୂଜାର୍ଚ୍ଚନା କରିଥିଲେ। ସେ ମହାପ୍ରଭୁଙ୍କ କାର୍ଯ୍ୟ କରି ବହୁତ ଖୁସି ଅଛନ୍ତି। ଆଗକୁ ମହାପ୍ରଭୁ ତାଙ୍କୁ ଏପରି କାର୍ଯ୍ୟ କରିବା ପାଇଁ ଆଶୀର୍ବାଦ ଦିଅନ୍ତୁ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri