ଚରିତ୍ରବତ୍ତା

ନାରୀ ପ୍ରତି ଯୌନ ଉତ୍ସୃଙ୍ଖଳତା ଯୁଗେ ଯୁଗେ ଏକ ଦୁରାରୋଗ୍ୟ ବ୍ୟାଧିପରି ସମାଜକୁ ଆକ୍ରାନ୍ତ କରିବାରେ ଲାଗିଛି। ସୀତାଙ୍କୁ ହରଣ କରି ନ ଥିଲେ ରାବଣ ପରି ବ୍ରହ୍ମଜ୍ଞାନୀର ବିନାଶ ହୋଇ ନ ଥାନ୍ତା। କବି ବିଶ୍ୱନାଥ ଖୁଣ୍ଟିଆ ‘ବିଚିତ୍ର ରାମାୟଣ’ରେ ଲେଖିଲେ-‘ବୋଲେ ବିଶି ସୀତା ହରିଲା ଦିନରୁ ଦଇବ ତାହାକୁ ଛାଡ଼ିଲା।’ ସେହିପରି ଦ୍ରୌପଦୀଙ୍କର ଅପମାନରୁ ହିଁ ବିଭୀଷିକାମୟ ମହାଭାରତ ଯୁଦ୍ଧର ଅୟମାରମ୍ଭ ଓ ଏକ ଅଧର୍ମୀ ପରାକ୍ରମଶାଳୀ ରାଜବଂଶର ମହାବିନାଶ।
ନାରୀର ଶାରୀରିକ ସୌନ୍ଦର୍ଯ୍ୟରେ ପଥହରା ହୋଇ ଯୁଗେ ଯୁଗେ ମୁନିଋଷି ମଧ୍ୟ ଭ୍ରମିତ ହୋଇଥିବାର ଦୃଷ୍ଟାନ୍ତ ପୁରାଣପୃଷ୍ଠାରେ ଦେଖିବାକୁ ମିଳେ। ଏ ସମ୍ବନ୍ଧରେ ଏକ ପୌରାଣିକ କାହାଣୀ ଆଲୋଚନାସାପେକ୍ଷ। ଜୈମିନି ଋଷି ଥିଲେ ମହର୍ଷି ବ୍ୟାସଦେବଙ୍କର ପ୍ରିୟଶିଷ୍ୟ। ତାଙ୍କର ପ୍ରଜ୍ଞାଶୀଳ ବ୍ୟକ୍ତିତ୍ୱ ବ୍ୟାସଦେବଙ୍କୁ ଆକୃଷ୍ଟ କରିଥିଲା। ଶ୍ରୀମଦ୍‌ଭାଗବତ ରଚନା ସମୟରେ ଗୁରୁ ବ୍ୟାସଦେବ ଶିଷ୍ୟ ଜୈମିନିଙ୍କୁ କହିଲେ, ଟିକେ ଦେଖିନିଅ କାଳେ କେଉଁଠି କିଛି ଭୁଲ୍‌ ଥିବ। ସଂସ୍କୃତ ଭାଗବତର ନବମ ସ୍କନ୍ଦରେ ବ୍ୟାସଦେବ ଶ୍ଳୋକଟିଏ ଲେଖିଥିଲେ- ଇନ୍ଦ୍ରିୟସମୂହ ଏତେ ବଳବାନ୍‌ ଯେ ବଡ଼ ବଡ଼ ବିଦ୍ୱାନ୍‌ମାନଙ୍କୁ ଭ୍ରମିତ ଓ ବିଚଳିତ କରିଥାନ୍ତି।’ ଶ୍ଳୋକଟି ପଢ଼ି ଜୈମିନି ଗୁରୁଙ୍କୁ କହିଲେ, ସେ ଭୁଲ୍‌ କରିଛନ୍ତି। ବିଦ୍ୱାନ୍‌ ଓ ପଣ୍ଡିତ ବ୍ୟକ୍ତି କେବେହେଲେ ଇନ୍ଦ୍ରିୟାସକ୍ତ ହୁଅନ୍ତି ନାହିଁ। ବ୍ୟାସଦେବ ଏ କଥା ଅସ୍ବୀକାର କଲେ ଓ ଯଥାସମୟରେ ସେ ଶ୍ଳୋକଟିର ଔଚିତ୍ୟ ପ୍ରମାଣ କରିବେ ବୋଲି ପ୍ରତିଜ୍ଞା କଲେ।
ଦିନେ ଏକ ବର୍ଷଣମୁଖର ଅପରାହ୍ନରେ ଜୈମିନି ଦେଖିଲେ ତାଙ୍କ କୁଟିର ସନ୍ନିକଟ ବୃକ୍ଷତଳେ ଜଣେ ଅସାମାନ୍ୟା ସୁନ୍ଦରୀ ଯୁବତୀ ବର୍ଷାରେ ଭିଜୁଛନ୍ତି। ଜୈମିନି ତାଙ୍କ ନିକଟକୁ ଯାଇ କହିଲେ, ବର୍ଷାରେ ନ ଭିଜି କିଛି ସମୟ ମୋ କୁଟିରରେ ବିଶ୍ରାମ କରନ୍ତୁ। ଯୁବତୀ କହିଲେ,ଆପଣ ଜଣେ ପୁରୁଷ ଓ ମୁଁ ନାରୀ। ନିର୍ଜନ କୁଟିରରେ କିପରି ଆପଣଙ୍କୁ ଭରସା କରିବି? ଉତ୍ତରରେ ଜୈମିନି କହିଲେ- ତୁମେ ବୋଧେ ଜ୍ଞାତ ନୁହଁ ଯେ ମୁଁ ମୀମାଂସା ଶାସ୍ତ୍ରର ପ୍ରଣେତା ଆଚାର୍ଯ୍ୟ ଜୈମିନି। ଇନ୍ଦ୍ରିୟ ଦମନ କରିଥିବା ସ୍ଥିତପ୍ରଜ୍ଞ ଜୈମିନିଙ୍କୁ ଭରସା ନ କରି ଆଉ କାହାକୁ ବା ଭରସା କରିବ? ଯୁବତୀ ନିଶଙ୍କଚିତ୍ତରେ କୁଟିର ମଧ୍ୟକୁ ପ୍ରବେଶ କଲେ। ତାଙ୍କ ଅଲୌକିକ ରୂପଲାବଣ୍ୟ ସନ୍ଦର୍ଶନରେ ଜୈମିନିଙ୍କ ବିଚାରଧାରାରେ ଏକ ଆସ୍ବାଭାବିକ ପରିବର୍ତ୍ତନ ଆସିଲା। ସେ ଯୁବତୀଙ୍କୁ କହିଲେ, ତୁମେ ଅସାମାନ୍ୟା ସୁନ୍ଦରୀ ଓ ଅବିବାହିତା ମଧ୍ୟ। ମୋତେ ବିବାହ କରିବାରେ କିଛି ଆପତ୍ତି ଅଛି? ଯୁବତୀ କହିଲେ ମୋର ସେପରି କିଛି ଆପତ୍ତି ନାହିଁ। ମାତ୍ର ଏକ ପିତୃଦତ୍ତ ସର୍ତ୍ତ ରହିଛି। ସର୍ତ୍ତଟି ଏହିପରି ଯେ- ଯେଉଁ ପୁରୁଷ ମୁହଁରେ କଳା ବୋଳି ଘୋଡ଼ାପରି ମୋତେ ପିଠିରେ ବସାଇ ନିକଟସ୍ଥ ଅମ୍ବିକା ମନ୍ଦିରରେ ଦର୍ଶନ କରାଇବେ ସେ ହିଁ ମୋର ପାଣି ଗ୍ରହଣ କରିବେ। ଜୈମିନି ନିଜର ପ୍ରତିଷ୍ଠା ଭୁଲି ଯୁବତୀଙ୍କ ପ୍ରସ୍ତାବରେ ସମ୍ମତ ହେଲେ। ପୂର୍ବ ଯୋଜନା ଅନୁଯାୟୀ ଅମ୍ବିକା ମନ୍ଦିରରେ ମହର୍ଷି ବ୍ୟାସ ଲୁଚି ବସିଥିଲେ। ସେ ତତ୍‌କ୍ଷଣାତ୍‌ ଜୈମିନିଙ୍କ ସମ୍ମୁଖକୁ ଆସି କହିଲେ- ଏଥର କୁହ ବତ୍ସ! ତୁମେ ଠିକ୍‌ ନା ମୁଁ ଠିକ୍‌। ଅତ୍ୟନ୍ତ ଲଜ୍ଜାବନତ ହୋଇ ଜୈମିନି ନିଜର ଭୁଲ୍‌ ସ୍ବୀକାର କଲେ। ବ୍ୟାସଦେବ ସେହିଠାରେ କହିଥିଲେ, ଯେତେବଡ଼ ଜ୍ଞାନୀ ଗୁଣୀ ହୋଇଥିଲେ ମଧ୍ୟ ଇନ୍ଦ୍ରିୟ ଦମନ କରି ନ ପାରିଲେ ତା’ର ସମସ୍ତ ସାଧନା ବ୍ୟର୍ଥ।
କବିବର ରାଧାନାଥ ଚନ୍ଦ୍ରଭାଗା କାବ୍ୟରେ ଲେଖିଲେ-‘ଦାରୁ ଭେଦକ୍ଷମ ଭ୍ରମର ପଶି କମଳ କୋଳେ- ପାସୋରେ ଆପଣା ବିକ୍ରମ ପ୍ରେମ ମୋହନ ଭୋଳେ’ ଅର୍ଥାତ୍‌ ଯେଉଁ ଭ୍ରମର ଶକ୍ତ ଦାରୁକୁ ଯେଉଁମାନେ ନାରୀକୁ ଏକ ସମ୍ଭୋଗ ସାମଗ୍ରୀ ମନେକରି ତା’ ସହ ଅବିଚାରିତ ବ୍ୟବହାର କରନ୍ତି ସେମାନେ ହୁଏତ ନିଜ କ୍ଷମତା ବଳରେ ଅନ୍ୟର କଣ୍ଠରୋଧ କରିପାରନ୍ତି, ମାତ୍ର ଈଶ୍ୱରୀୟ ଦରବାରରେ ସେମାନଙ୍କୁ କ୍ଷମା ନାହିଁ। ଆମତ୍ ସଂଯମତା ରକ୍ଷା ନ କରିପାରିଲେ ବ୍ୟକ୍ତି ନିଜର ମୂଲ୍ୟବାନ୍‌ ବ୍ୟକ୍ତିତ୍ୱକୁ ହରାଇ ବସେ। ଯୁଗେ ଯୁଗେ ଚରିତ୍ରବତ୍ତାର ଉପାସନା କରାଯାଏ।

  • ବୈକୁଣ୍ଠନାଥ ମିଶ୍ର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?