ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର ଚରିତ୍ର ଖାଲି ଆଖିକୁ ଦିଶେନାହିଁ। ଦେଖାଯାଇ ନ ଥାଏ। ଅସଲକୁ ଚରିତ୍ର ଦିଶେନି ସିନା ମଣିଷର ଆଚରଣରେ ପ୍ରତିଫଳିତ ହୁଏ। ମଣିଷର ଉଚ୍ଚାରଣରୁ ବି ସ୍ପଷ୍ଟ ବାରି ହୋଇଥାଏ। ଶାଳୀନତାପୂର୍ଣ୍ଣ କଥାଭାଷା ମଣିଷକୁ ସୁସଂସ୍କୃତ ଓ ସଭ୍ୟ କରାଇଥାଏ। ଆଶାଳୀନ କଥାବାର୍ତ୍ତାରୁ ତଥା ଅସୁନ୍ଦର ଆଚରଣରୁ ଜଣେ କେତେ ସଭ୍ୟ ଓ ସଂସ୍କୃତ ତାହା ଜଣାପଡ଼େ। ଠଉରେଇ ହୁଏ। କେଉଁଠି କ’ଣ କହିବ, କ’ଣ କହିଲେ କଥା ଶୋଭାପାଇବ, ସେ କଥା ବିଚାରି କୁହାଯିବା ଭଲ। ମଣିଷ ପରା ଏ ଧରାର ଶ୍ରେଷ୍ଠ ପ୍ରାଣୀ। ବୁଦ୍ଧି, ବିଚାର ଓ ବିବେକ ମଣିଷଠି ଥାଏ। ବୁଦ୍ଧି ବଳରେ ମଣିଷ ହାତୀ ଭଳି ପ୍ରାଣୀଙ୍କୁ ନିଜ ବୋଲକରା କରାଏ, ବାଘକୁ ପୋଷା ମନାଏ, ସିଂହକୁ ବି ବଶୀଭୂତ କରିପାରେ। ଏମିତି ଅନେକ ଅସାଧ୍ୟକୁ ସାଧନ କରିବାର ସାମର୍ଥ୍ୟ ରଖେ ପ୍ରାଣୀ ଶ୍ରେଷ୍ଠ ମଣିଷ।
ସାଧାରଣତଃ ଶିକ୍ଷା ପାଇ ମଣିଷ ହୁଏ ଶିକ୍ଷିତ। ବୋଲାଏ ଜ୍ଞାନୀ ପଣ୍ଡିତ। ଅବଶ୍ୟ ସବୁ ମଣିଷ ଯଥାର୍ଥରେ ଶିକ୍ଷିତ ନ ଥାନ୍ତି। ପ୍ରକୃତ ଜ୍ଞାନୀ ହୋଇପାରି ନ ଥାନ୍ତି। ଆଜି ଅନେକାନେକ କ୍ୱାଲିଫିକେଶନ ବଳରେ କ୍ୱାଲିଫାଏଡ୍‌ ଥାନ୍ତି, କିନ୍ତୁ ପ୍ରକୃତ ଏଜୁକେଶନ ଅଭାବରୁ ଏଜୁକେଟେଡ୍‌ ହୋଇପାରି ନ ଥାନ୍ତି। ଅନେକ କ୍ୱାଲିଫାଏଡ୍‌ଙ୍କ ପାଖରେ ସାଧାରଣ ଶିଷ୍ଟାଚାର ଅଭାବ ଥାଏ। ପ୍ରକୃତ ଶିକ୍ଷା ସହ ସଂସ୍କାରିତ ନ ଥିବାରୁ ଯଥାର୍ଥ ମଣିଷପଣିଆ ସବୁ ଶିକ୍ଷିତଙ୍କଠି ରହିପାରି ନ ଥାଏ। ଯାହାଙ୍କଠି ଉତ୍ତମ ଶିକ୍ଷା ସହ ସଂସ୍କାର ଥାଏ, ସେମାନେ ଯଥାର୍ଥ ଶିକ୍ଷିତ ପଦବାଚ୍ୟ। ଆଦୌ ମାନବୀୟ ଗୁଣ ନ ଥିବା ବ୍ୟକ୍ତି ଯେତେ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ହୋଇଥିଲେ ମଧ୍ୟ ସଂସ୍କାର ଅଭାବରୁ ଯଥାର୍ଥରେ ଶିକ୍ଷିତ ନ ଥାନ୍ତି। ସାମାନ୍ୟ ମଣିଷପଣିଆ ନ ଥିଲେ, କି ମଣିଷ ସେମାନେ? ବରଂ ସେମାନଙ୍କୁ ଅମଣିଷ ଆଖ୍ୟାୟିତ କରାଯିବା ବହୁଗୁଣରେ ଭଲ। ଅମଣିଷ ସବୁବେଳେ ଅସତ ଚରିତ୍ରର ଥାନ୍ତି। ସତ ମଣିଷ ହିଁ ସତ ଚରିତ୍ରର ଅଧିକାରୀ ଥାନ୍ତି।
ଆଜିର ଦିନରେ ଚରିତ୍ର ନ ଥିବା ଅମଣିଷଙ୍କ ଗହଳ ଚହଳ ବେଶି। ସବୁଠି ପୁଣି ସେମାନଙ୍କ ରହିଥାଏ ଅବାଧ ଅନୁପ୍ରବେଶ। ଶିକ୍ଷା କ୍ଷେତ୍ରଠୁ ଆରମ୍ଭକରି ସାହିତ୍ୟର ସବୁଜ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ଅସଂସ୍କୃତ ବ୍ୟକ୍ତିବିଶେଷ ସେମାନଙ୍କ କାୟା ବିସ୍ତାରକରିବା କାମରେ ରହିଛନ୍ତି। ସାହିତ୍ୟ କ୍ଷେତ୍ର ବି ଅନେକ ଅସଂସ୍କୃତ ନକାରାତ୍ମକ ମାନସିକତାର ବ୍ୟକ୍ତିଙ୍କ ଦ୍ୱାରା ସ୍ଥାନେ ସ୍ଥାନେ କବଳିତ ତଥା କଳୁଷିତ ହେଉଛି। ହୋଇଚାଲିଛି। ଶିକ୍ଷା କ୍ଷେତ୍ରରେ ବେପାରୀ ଯେମିତି ମୁଣ୍ଡ ଟେକିଛନ୍ତି, ସାହିତ୍ୟ କ୍ଷେତ୍ରରେ ସେମିତି ବେପାରୀ ଛକି ରହିଛନ୍ତି। ଯାହାକିଛି ବେପାରକରି ଜୀବନଜୀବିକାରେ ରହିଥିବା କିଛି ଅସତ ବେପାରୀ ଆଜି ସାହିତ୍ୟମୁହାଁ ହୋଇଛନ୍ତି। ତାଙ୍କ ଅସାଧୁ ବେପାର ଆଡୁ ଅନ୍ୟର ନଜର ହଟାଇବା ପାଇଁ ସାହିତ୍ୟ ମଞ୍ଚ ଭିଡ଼ି ପ୍ରଶାସନିକ ଅଧିକାରୀଙ୍କୁ ସେ ମଞ୍ଚରେ ବସାଇ ସାହିତ୍ୟ ବେପାର କଲେଣି। ସାହିତ୍ୟ ପୁରସ୍କାର ନାଁରେ ନିଜ ମଞ୍ଚରୁ ନିଜେ ପୁରସ୍କାର ନେଲେଣି। କି କଥା ଦେଖନ୍ତୁ, ପୁରସ୍କାର ଦିଆନିଆ / ବିକାକିଣା କାମରେ ରହି ସାହିତ୍ୟକ୍ଷେତ୍ରକୁ ଗୋଳିଆ କରିସାରିଲେଣି। ଅସାଧୁଙ୍କ ଚରିତ୍ର କୌଣସି ସାହିତ୍ୟ ପୁରସ୍କାର ତିଆରି କରିପାରେନି। ଚରିତ୍ର କିଣିବାର ଅପଚେଷ୍ଟା କରାଗଲାଣି ସାହିତ୍ୟ ପୁରସ୍କାର କେଉଁଠୁ କେଉଁଠୁ କିଣି ଅଣାଯାଇ। ପୁରସ୍କାର ମାଧ୍ୟମରେ ଭାବମୂର୍ତ୍ତି ତିଆରି କରିବାର ପ୍ରୟାସ କରାଯାଉଛି।
ସୁତରାଂ, ବେପାରରେ ଦୁର୍ନାମ ଅର୍ଜନ କଲାପରେ ସାହିତ୍ୟରେ ସୁନାମ ଅର୍ଜନ କରିବାର ଦୁର୍ବାର ଆକାଂକ୍ଷାରେ ଆକ୍ରାନ୍ତ / ଜଡ଼ସଡ଼ ଆଜିର କେତେଜଣ ବେପାରୀ। କଣ୍ଟ୍ରାକ୍ଟର ଭାବେ ବ୍ଲାକ୍‌ ଲିଷ୍ଟେଡ୍‌ ହେଲା ପରେ ଅନ୍ୟ ବେପାରକୁ ଆସି ସେଠି ବି ସେଇ ଗୋଳିଆ ସ୍ଥିତିକୁ ଠିକ୍‌ ଦର୍ଶାଇବା ପାଇଁ ସବୁ ଫନ୍ଦିଫିକର କରନ୍ତି। କରାନ୍ତି। ଟଙ୍କା ଲଗାଣ କରି ଯେମିତି ସାଧାରଣ ବେପାର କରାଯାଏ, ଠିକ୍‌ ସେମିତି ଟଙ୍କା ଲଗାଣ କରି ସାହିତ୍ୟ ବେପାର ମାଧ୍ୟମରେ ପୁରସ୍କାର କିଣାବିକା କରି ଚରିତ୍ର କିଣିବାର ଅଭିନବ ପ୍ରୟାସ ବି ଏଠି ଚାଲିଛି। କବାଟକିଳା ସାହିତ୍ୟ ସଭା କରି ସାହିତ୍ୟର ସବୁଜ କ୍ଷେତ୍ରରୁ ଏଠୁସେଠୁ ଥୋକାଏ ପୁରସ୍କାର କିଣି ନିଜ ଚରିତ୍ର ତିଆରିବା ପାଇଁ ରୀତିମତ ଚେଷ୍ଟା କରିଚାଲିଛନ୍ତି। ଅସଲକୁ ଚରିତ୍ର କ’ଣ କିଣି ହୁଏ? ଚରିତ୍ର କିଣି ହୁଏନି। ଯିଏ ଯେତେ ଚେଷ୍ଟାକଲେ ବି ପୁରସ୍କାର କିଣି ସାହିତ୍ୟ ମଞ୍ଚ ଭିଡ଼ି ଚରିତ୍ର ଦେଖାଇ ହୁଏନି। ସେ ପ୍ରକାରେ ନିଜକୁ ଚରିତ୍ରବାନ୍‌ ବୋଲାଇ ହୁଏନି। ଚରିତ୍ର ତିଆରି ହୁଏ ଭଲ ମଣିଷ ହେବାରେ। ଶିକ୍ଷିତ ସଂସ୍କାରିତ ହେବାରେ।

ଧ୍ରୁବ ଚରଣ ଘିବେଲା
– ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ…

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?