ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର ଚରିତ୍ର ଖାଲି ଆଖିକୁ ଦିଶେନାହିଁ। ଦେଖାଯାଇ ନ ଥାଏ। ଅସଲକୁ ଚରିତ୍ର ଦିଶେନି ସିନା ମଣିଷର ଆଚରଣରେ ପ୍ରତିଫଳିତ ହୁଏ। ମଣିଷର ଉଚ୍ଚାରଣରୁ ବି ସ୍ପଷ୍ଟ ବାରି ହୋଇଥାଏ। ଶାଳୀନତାପୂର୍ଣ୍ଣ କଥାଭାଷା ମଣିଷକୁ ସୁସଂସ୍କୃତ ଓ ସଭ୍ୟ କରାଇଥାଏ। ଆଶାଳୀନ କଥାବାର୍ତ୍ତାରୁ ତଥା ଅସୁନ୍ଦର ଆଚରଣରୁ ଜଣେ କେତେ ସଭ୍ୟ ଓ ସଂସ୍କୃତ ତାହା ଜଣାପଡ଼େ। ଠଉରେଇ ହୁଏ। କେଉଁଠି କ’ଣ କହିବ, କ’ଣ କହିଲେ କଥା ଶୋଭାପାଇବ, ସେ କଥା ବିଚାରି କୁହାଯିବା ଭଲ। ମଣିଷ ପରା ଏ ଧରାର ଶ୍ରେଷ୍ଠ ପ୍ରାଣୀ। ବୁଦ୍ଧି, ବିଚାର ଓ ବିବେକ ମଣିଷଠି ଥାଏ। ବୁଦ୍ଧି ବଳରେ ମଣିଷ ହାତୀ ଭଳି ପ୍ରାଣୀଙ୍କୁ ନିଜ ବୋଲକରା କରାଏ, ବାଘକୁ ପୋଷା ମନାଏ, ସିଂହକୁ ବି ବଶୀଭୂତ କରିପାରେ। ଏମିତି ଅନେକ ଅସାଧ୍ୟକୁ ସାଧନ କରିବାର ସାମର୍ଥ୍ୟ ରଖେ ପ୍ରାଣୀ ଶ୍ରେଷ୍ଠ ମଣିଷ।
ସାଧାରଣତଃ ଶିକ୍ଷା ପାଇ ମଣିଷ ହୁଏ ଶିକ୍ଷିତ। ବୋଲାଏ ଜ୍ଞାନୀ ପଣ୍ଡିତ। ଅବଶ୍ୟ ସବୁ ମଣିଷ ଯଥାର୍ଥରେ ଶିକ୍ଷିତ ନ ଥାନ୍ତି। ପ୍ରକୃତ ଜ୍ଞାନୀ ହୋଇପାରି ନ ଥାନ୍ତି। ଆଜି ଅନେକାନେକ କ୍ୱାଲିଫିକେଶନ ବଳରେ କ୍ୱାଲିଫାଏଡ୍‌ ଥାନ୍ତି, କିନ୍ତୁ ପ୍ରକୃତ ଏଜୁକେଶନ ଅଭାବରୁ ଏଜୁକେଟେଡ୍‌ ହୋଇପାରି ନ ଥାନ୍ତି। ଅନେକ କ୍ୱାଲିଫାଏଡ୍‌ଙ୍କ ପାଖରେ ସାଧାରଣ ଶିଷ୍ଟାଚାର ଅଭାବ ଥାଏ। ପ୍ରକୃତ ଶିକ୍ଷା ସହ ସଂସ୍କାରିତ ନ ଥିବାରୁ ଯଥାର୍ଥ ମଣିଷପଣିଆ ସବୁ ଶିକ୍ଷିତଙ୍କଠି ରହିପାରି ନ ଥାଏ। ଯାହାଙ୍କଠି ଉତ୍ତମ ଶିକ୍ଷା ସହ ସଂସ୍କାର ଥାଏ, ସେମାନେ ଯଥାର୍ଥ ଶିକ୍ଷିତ ପଦବାଚ୍ୟ। ଆଦୌ ମାନବୀୟ ଗୁଣ ନ ଥିବା ବ୍ୟକ୍ତି ଯେତେ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ହୋଇଥିଲେ ମଧ୍ୟ ସଂସ୍କାର ଅଭାବରୁ ଯଥାର୍ଥରେ ଶିକ୍ଷିତ ନ ଥାନ୍ତି। ସାମାନ୍ୟ ମଣିଷପଣିଆ ନ ଥିଲେ, କି ମଣିଷ ସେମାନେ? ବରଂ ସେମାନଙ୍କୁ ଅମଣିଷ ଆଖ୍ୟାୟିତ କରାଯିବା ବହୁଗୁଣରେ ଭଲ। ଅମଣିଷ ସବୁବେଳେ ଅସତ ଚରିତ୍ରର ଥାନ୍ତି। ସତ ମଣିଷ ହିଁ ସତ ଚରିତ୍ରର ଅଧିକାରୀ ଥାନ୍ତି।
ଆଜିର ଦିନରେ ଚରିତ୍ର ନ ଥିବା ଅମଣିଷଙ୍କ ଗହଳ ଚହଳ ବେଶି। ସବୁଠି ପୁଣି ସେମାନଙ୍କ ରହିଥାଏ ଅବାଧ ଅନୁପ୍ରବେଶ। ଶିକ୍ଷା କ୍ଷେତ୍ରଠୁ ଆରମ୍ଭକରି ସାହିତ୍ୟର ସବୁଜ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ଅସଂସ୍କୃତ ବ୍ୟକ୍ତିବିଶେଷ ସେମାନଙ୍କ କାୟା ବିସ୍ତାରକରିବା କାମରେ ରହିଛନ୍ତି। ସାହିତ୍ୟ କ୍ଷେତ୍ର ବି ଅନେକ ଅସଂସ୍କୃତ ନକାରାତ୍ମକ ମାନସିକତାର ବ୍ୟକ୍ତିଙ୍କ ଦ୍ୱାରା ସ୍ଥାନେ ସ୍ଥାନେ କବଳିତ ତଥା କଳୁଷିତ ହେଉଛି। ହୋଇଚାଲିଛି। ଶିକ୍ଷା କ୍ଷେତ୍ରରେ ବେପାରୀ ଯେମିତି ମୁଣ୍ଡ ଟେକିଛନ୍ତି, ସାହିତ୍ୟ କ୍ଷେତ୍ରରେ ସେମିତି ବେପାରୀ ଛକି ରହିଛନ୍ତି। ଯାହାକିଛି ବେପାରକରି ଜୀବନଜୀବିକାରେ ରହିଥିବା କିଛି ଅସତ ବେପାରୀ ଆଜି ସାହିତ୍ୟମୁହାଁ ହୋଇଛନ୍ତି। ତାଙ୍କ ଅସାଧୁ ବେପାର ଆଡୁ ଅନ୍ୟର ନଜର ହଟାଇବା ପାଇଁ ସାହିତ୍ୟ ମଞ୍ଚ ଭିଡ଼ି ପ୍ରଶାସନିକ ଅଧିକାରୀଙ୍କୁ ସେ ମଞ୍ଚରେ ବସାଇ ସାହିତ୍ୟ ବେପାର କଲେଣି। ସାହିତ୍ୟ ପୁରସ୍କାର ନାଁରେ ନିଜ ମଞ୍ଚରୁ ନିଜେ ପୁରସ୍କାର ନେଲେଣି। କି କଥା ଦେଖନ୍ତୁ, ପୁରସ୍କାର ଦିଆନିଆ / ବିକାକିଣା କାମରେ ରହି ସାହିତ୍ୟକ୍ଷେତ୍ରକୁ ଗୋଳିଆ କରିସାରିଲେଣି। ଅସାଧୁଙ୍କ ଚରିତ୍ର କୌଣସି ସାହିତ୍ୟ ପୁରସ୍କାର ତିଆରି କରିପାରେନି। ଚରିତ୍ର କିଣିବାର ଅପଚେଷ୍ଟା କରାଗଲାଣି ସାହିତ୍ୟ ପୁରସ୍କାର କେଉଁଠୁ କେଉଁଠୁ କିଣି ଅଣାଯାଇ। ପୁରସ୍କାର ମାଧ୍ୟମରେ ଭାବମୂର୍ତ୍ତି ତିଆରି କରିବାର ପ୍ରୟାସ କରାଯାଉଛି।
ସୁତରାଂ, ବେପାରରେ ଦୁର୍ନାମ ଅର୍ଜନ କଲାପରେ ସାହିତ୍ୟରେ ସୁନାମ ଅର୍ଜନ କରିବାର ଦୁର୍ବାର ଆକାଂକ୍ଷାରେ ଆକ୍ରାନ୍ତ / ଜଡ଼ସଡ଼ ଆଜିର କେତେଜଣ ବେପାରୀ। କଣ୍ଟ୍ରାକ୍ଟର ଭାବେ ବ୍ଲାକ୍‌ ଲିଷ୍ଟେଡ୍‌ ହେଲା ପରେ ଅନ୍ୟ ବେପାରକୁ ଆସି ସେଠି ବି ସେଇ ଗୋଳିଆ ସ୍ଥିତିକୁ ଠିକ୍‌ ଦର୍ଶାଇବା ପାଇଁ ସବୁ ଫନ୍ଦିଫିକର କରନ୍ତି। କରାନ୍ତି। ଟଙ୍କା ଲଗାଣ କରି ଯେମିତି ସାଧାରଣ ବେପାର କରାଯାଏ, ଠିକ୍‌ ସେମିତି ଟଙ୍କା ଲଗାଣ କରି ସାହିତ୍ୟ ବେପାର ମାଧ୍ୟମରେ ପୁରସ୍କାର କିଣାବିକା କରି ଚରିତ୍ର କିଣିବାର ଅଭିନବ ପ୍ରୟାସ ବି ଏଠି ଚାଲିଛି। କବାଟକିଳା ସାହିତ୍ୟ ସଭା କରି ସାହିତ୍ୟର ସବୁଜ କ୍ଷେତ୍ରରୁ ଏଠୁସେଠୁ ଥୋକାଏ ପୁରସ୍କାର କିଣି ନିଜ ଚରିତ୍ର ତିଆରିବା ପାଇଁ ରୀତିମତ ଚେଷ୍ଟା କରିଚାଲିଛନ୍ତି। ଅସଲକୁ ଚରିତ୍ର କ’ଣ କିଣି ହୁଏ? ଚରିତ୍ର କିଣି ହୁଏନି। ଯିଏ ଯେତେ ଚେଷ୍ଟାକଲେ ବି ପୁରସ୍କାର କିଣି ସାହିତ୍ୟ ମଞ୍ଚ ଭିଡ଼ି ଚରିତ୍ର ଦେଖାଇ ହୁଏନି। ସେ ପ୍ରକାରେ ନିଜକୁ ଚରିତ୍ରବାନ୍‌ ବୋଲାଇ ହୁଏନି। ଚରିତ୍ର ତିଆରି ହୁଏ ଭଲ ମଣିଷ ହେବାରେ। ଶିକ୍ଷିତ ସଂସ୍କାରିତ ହେବାରେ।

ଧ୍ରୁବ ଚରଣ ଘିବେଲା
– ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?