Posted inଜାତୀୟ

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା ଯୋଗୁ ଗତ ୨ ବର୍ଷ ହେଲା ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ହେଲେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହି ଯାତ୍ରାକୁ ନେଇ ବେଶ୍‌ ଉତ୍ସାହ ଭରି ରହିଛି। ଆଶା କରାଯାଉଛି, ଏଥର ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଚାରିଧାମ ପରିଦର୍ଶନ କରିବାକୁ ପହଞ୍ଚିବେ। ଭକ୍ତଙ୍କ ଯାତ୍ରାକୁ ସହଜ କରିବା ପାଇଁ ସରକାର କରୋନା ଟେଷ୍ଟ ଓ ଟିକାକରଣର ପ୍ରମାଣପତ୍ର ଯାଞ୍ଚ କରିବା ବାଧ୍ୟତାମୂଳକ କରିନାହାନ୍ତି। ଇତିମଧ୍ୟରେ ଗଙ୍ଗୋତ୍ରି ଧାମର କବାଟ ମେ’୩ ଅର୍ଥାତ୍‌ ମଙ୍ଗଳବାର ସକାଳ ୧୧ଟା ୧୫ରେ ଖୋଲାଯାଇଛି। ଦ୍ୱାର ଖୋଲାଯିିବା କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଂଶଗ୍ରହଣ କରିଥିଲେ। ସେହିପରି ୟମୁନେତ୍ରୀ ଧାମର ଦ୍ୱାର ମଧ୍ୟ ମଧ୍ୟାହ୍ନ ୧୨ଟା ୧୫ରେ ଖୋଲିଛି। ସୂଚନା ଅନୁଯାୟୀ, କେଦାରନାଥ ଧାମର କବାଟ ମେ’ ୬ ସକାଳ ୬ଟା ୨୫ରେ ଖୋଲିବ। ସେହିଭଳି ବଦ୍ରିନାଥ ଧାମର କବାଟ ମେ’ ୮ ସକାଳ ୬ଟା ୧୫ରେ ଖୋଲିବ ବୋଲି ଜଣାପଡ଼ିଛି। ଆଗାମୀ ଦିନ ପାଇଁ ରେଜିଷ୍ଟ୍ରେସନ ପୂର୍ଣ୍ଣ ହୋଇଥିବାରୁ ବହୁ ସଂଖ୍ୟାରେ ଭକ୍ତ ଚାରିଧାମ ଯାତ୍ରା କରିବେ ବୋଲି ଆଶା କରାଯାଉଛି। ତେବେ ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୈନିକ ୧୫ହଜାର ଶ୍ରଦ୍ଧାଳୁ ବଦ୍ରିନାଥ ପରିଦର୍ଶନ କରିପାରିବେ। କେଦାରନାଥରେ ୧୨ହଜାର, ଗାଙ୍ଗୋତ୍ରିରେ ୭ହଜାର ଏବଂ ୟମୁନେତ୍ରିରେ କେବଳ ୪ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ପ୍ରଥମ ୪୫ ଦିନ ପାଇଁ ଏହି ସମୟ ସୀମା ଲାଗୁ କରାଯାଇଛି। ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?