Posted inଜାତୀୟ

ଚେତାବନୀ ପରେ ରିସର୍ଟକୁ ଫେରିଲେ  ୬ ବିଧାୟକ

ଜୟପୁର,୫।୬: ରାଜ୍ୟ ସଭା ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ ରଖିଛି। ଗତ ଗୁରୁବାର ସେମାନେ ଏକ ବସ୍‌ରେ ଉଦୟପୁର ଯାଇଥିଲେ। ତେବେ ରିସର୍ଟ ଯାଇ ନ ଥିବା ୬ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଚେତାବନୀ ପରେ ସେମାନେ ରବିବାର ରିସର୍ଟକୁ ଫେରିଛନ୍ତି।

ଭିନ୍ନ ମତ ରଖିଥିବା ଏହି ୬ ଜଣଙ୍କ ମଧ୍ୟରେ ଜଣେ ମନ୍ତ୍ରୀ ରହିଛନ୍ତି। ସେମାନେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏକ ଘରୋଇ ବିମାନରେ ଉଦୟପୁର ଯାଇଥିଲେ। ରିସର୍ଟଠାରୁ ଦୂରେଇ ରହିଥିବା ଏହି ବିଧାୟକମାନେ କ୍ରସ୍‌ଭୋଟିଂ କରିବା ସମ୍ଭାବନା ଥିବାରୁ ସରକାରଙ୍କ ମୁଖ୍ୟ ହୁଇପ୍‌ ତଥା କ୍ୟାବିନେଟ ମନ୍ତ୍ରୀ ମହେଶ ଜୋଷୀ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବିକୁ ପତ୍ର ଲେଖି ଘୋଡ଼ାବେପାର ଉଦ୍ୟମ ଅଭିଯୋଗର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। କ୍ରସ୍‌ ଭୋଟିଂ କରିବାକୁ ଚାହୁଁଥିବା କଂଗ୍ରେସ ଓ ସହଯୋଗୀ ଦଳର ବିଧାୟକମାନଙ୍କ ପାଇଁ ଏହା ଏକ ଚେତାବନୀ ବୋଲି ଦଳୀୟ ମହଲରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri