Posted inଜାତୀୟ

ବିମାନ ଯାତ୍ରୀଙ୍କ ପାଇଁ ଖାଦ୍ୟ ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ,୮।୯: କେନ୍ଦ୍ର ସରକାର ସମସ୍ତ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ପରସିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ସମସ୍ତ ଏୟାରଲାଇନ୍ସ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ପୂର୍ବ ମେନୁରେ କିଛିଟା ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ଏବେ ଘରୋଇ ବିମାନରେ ଯାତ୍ରୀଙ୍କୁ ପ୍ରି-ପ୍ୟାକଡ ସ୍ନାକ୍ସ, ମିଲ ଓ ବେଭରେଜ ଦିଆଯିବ। ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ ସମସ୍ତେ ଖାଦ୍ୟ ମେନୁରେ ପରିବର୍ତ୍ତନ କରିଛନ୍ତି। ତେବେ ଅନ୍ତର୍ଜାତୀୟ ବିମାନରେ ଗରମ ଖାଦ୍ୟ ପରସା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଡାଇରୋକ୍ଟରେଟ ଜେନରାଲ ଅଫ୍‌ ସିଭିଲ ଆଭିଏଶନ(ଡଜିସିଏ)ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ହେଉଛି ଯେଉଁମାନେ ଯାତ୍ରା କରିବା ସମୟରେ ମାସ୍କ ନ ପିନ୍ଧିଥିବେ ସେମାନଙ୍କୁ ନୋ ଫ୍ଲାଇଙ୍ଗ ଲିଷ୍ଟରେ ସାମିଲ କରାଯିବ। ଘରୋଇ ବିମାନ ଯାତ୍ରା ସମୟରେ ଏପର୍ଯ୍ୟନ୍ତ ବିମାନ ଭିତରେ କିଛି ଖାଇବାକୁ ଅନୁମତି ପ୍ରଦାନ କରାଯାଉ ନ ଥିଲା। ହେଲେ ପରିବର୍ତ୍ତିତ ନିୟମ ଅନୁଯାୟୀ, ପ୍ରି-ପ୍ୟାକ୍ଡ ସ୍ନାକ୍ସ/ ମିଲ୍ସ/ଡ୍ରିଙ୍କସ୍‌ ଯାତ୍ରୀଙ୍କୁ ପରସା ଯିବ। ଏଥିପାଇଁ ଡିସପୋଜେବଲ ପ୍ଲେଟ, ଗ୍ଲାସ ଆଦି ବ୍ୟବହାର କରାଯିବ। କ୍ରିୟୁ ମେମ୍ବରସ୍‌ ଯାତ୍ରୀଙ୍କୁ ଖାଦ୍ୟ ପରସିବା ପରେ ପ୍ରତିଥର ଗ୍ଲୋଭସ୍‌ ବଦଳାଇବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ

ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର...

ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍‌ର ଧମକ

ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍‌କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ...

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ...

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ...

୨୦୨୪ ନିର୍ବାଚନ ପୂର୍ବରୁ ପାଓ୍ବାରଙ୍କ ଗୋଟିଚାଳନା

ମୁମ୍ବାଇ,୮।୧:ଏନସିପି ମୁଖ୍ୟ ଶରଦ ପାୱାର ୨୦୨୪ ନିର୍ବାଚନ ପୂର୍ବରୁ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ଏବଂ କଂଗ୍ରେସ ୨୦୨୪ରେ...

ଶ୍ରଦ୍ଧା ହତ୍ୟା ଘଟଣା: ଦୋଷ ମାନିଲେ ଅଫତାବ୍‌

ନୂଆଦିଲ୍ଲୀ,୨୨।୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ୍‌ଙ୍କୁ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଫତାବ୍‌ କୋର୍ଟ ସମ୍ମୁଖରେ ନିଜର...

ଦେଶର ଜନତା କଣ ଚାହୁଁଛନ୍ତି, ପ୍ରଧାନମନ୍ତ୍ରୀ ତାହା ବୁଝନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଶୁକ୍ରବାର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ...

ଭାରତ ମହାସାଗରରେ ପାଟ୍ରୋଲିଂ କରିବ ଜର୍ମାନ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୩ା୧୧: ଆସନ୍ତା ବର୍ଷରୁ ଭାରତ ମହାସାଗରରେ ଜର୍ମାନୀର ଯୁଦ୍ଧଜାହାଜ ପାଟ୍ରୋଲିଂ କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ...

Advertisement
Archives

Model This Week