Posted inଜାତୀୟ

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ବିଷୟରେ ନିଜର ଦୃଷ୍ଟିକୋଣକୁ ବିଶ୍ୱ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି ଯେ ୱାନ ନେଶନ, ୱାନ ରାଶନ କାର୍ଡ ଯୋଜନା ବେଶ୍‌ ସଫଳ ରହିଛି। ଏହାଦ୍ୱାରା ଭାରତର ଜନସାଧାରଣ ଉପକୃତ ହୋଇପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଡନୀ ଡାଏଲଗ୍‌କୁ ସମ୍ବୋଧିତ କରିବା ସମ୍ମାନର କଥା ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି। ଭାରତରେ ଟେକ୍ନୋଲୋଜି ବିକାଶ ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖି କହିଛନ୍ତି। ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଆମେ ସର୍ବସାଧାରଣ ସୂଚନା ଭିତ୍ତିଭୂମି ନିର୍ମାଣ କରୁଛୁ। ସେହିପରି ଡିଜିଟାଲୀକରଣ ସହିତ ସମତାଳରେ ଆମେ ୬୦ ହଜାର ଗାଁକୁ ଯୋଡ଼ିବା କାର୍ଯ୍ୟ ଜାରି ରଖିଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ତଥା ଡିଜିଟାଲ କ୍ଷେତ୍ରରେ ଭାରତ ସହଭାଗୀମାନଙ୍କ ସହ ପାରସ୍ପରିକ ସହଯୋଗ ଭିତିିରେ ସମୃଦ୍ଧତା ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ। ଆମର ଗଣତନ୍ତ୍ର, ଆମର ଜନସଂଖ୍ୟା ଏବଂ ଆମ ଅର୍ଥନୀତିରେ ଡିଜିଟାଲ କ୍ରାନ୍ତି ଆରମ୍ଭ ହୋଇଛି। ଏହା ଦ୍ୱାରା ଆମର ଯୁବବର୍ଗଙ୍କର ଉଦ୍ଭାବନ ଚିନ୍ତନ ଶକ୍ତି ଏବଂ ପ୍ରୟାସ ବେଶ୍‌ ଶକ୍ତିଶାଳୀ ହୋଇ ପାରିଛି।

ପ୍ରଧାନମନ୍ତ୍ରୀକହିଛନ୍ତି ଯେ ଆମର ଧ୍ୟାନ ସାଇବର ଟେକ୍ନୋଲୋଜି ଉପରେ ରହିଛି। ସେ କହିଛନ୍ତି ଯେ ଆମେ ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛୁ। ସେହିପରି ବିଗତ ବର୍ଷରେ ସାମୁଦ୍ରିକ ସୀମା ସମ୍ବନ୍ଧୀୟ ବିପଦ ମଧ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା; ଜାଣନ୍ତୁ କିଏ ଥିଲେ ଦାନିଶ

ନୂଆଦିଲ୍ଲୀ,୧୬।୭: ପୁଲିଟର ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ଶୁକ୍ରବାର ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ସେ କାନ୍ଦାହାରର ସ୍ପିନ୍‌ ବୋଲଡାକ ହିଂସାକାଣ୍ଡ ଘଟଣାର...

ଭାରତରେ ପ୍ରବେଶ କଲେ ୧୦୦ରୁ ଅଧିକ ମ୍ୟାନ୍‌ମାର ନାଗରିକ…

ଆଇଜଲ,୧୨।୯: ମ୍ୟାନ୍‌ମାରରେ ଅଶାନ୍ତି ଯୋଗୁ ୧୦୦ରୁ ଅଧିକ ନାଗରିକ ଭାରତରେ ପ୍ରବେଶ କରିଛନ୍ତି। ସେମାନେ ସୀମାବର୍ତ୍ତୀ ରାଜ୍ୟ ଚିନର ବାସିନ୍ଦା। ଚମ୍ପାଇ, ହନାଥିଆଲ, ସର୍ଚିପ, ସାଇଟୁଆଲ,...

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ଶାନ୍ତିଦୂତ ହେବାକୁ ଚାହାଁନ୍ତି ମୋଗଲ ବଂଶଜ ୟାକୁବ୍‌; ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

ହାଇଦ୍ରାବାଦ୍‌,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍‌ ହବିବୁଦ୍ଦିନ୍‌ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ...

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…

ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକରଣ

ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି।...

ଦିଲ୍ଲୀ-ୟୁପି-ହରିୟାଣାରେ ଆସିବ ଚତୁର୍ଥ ଲହର, ୪ ମାସ ଧରି ରଚିବ ତାଣ୍ଡବ…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ସର୍ବଦଳୀୟ ବୈଠକରେ ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ଏଏପି କଲା ବହିଷ୍କାର…

ନୂଆଦିଲ୍ଲୀ,୨୮।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଡକାଯାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ...

ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ଏସ୍‌ଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…

କୋଲକାତା, ୧୬।୨ : ପଶ୍ଚିମବଙ୍ଗ ମ୍ୟୁନିସପାଲିଟି ନିର୍ବାଚନ ସମୟରେ ହୋଇଥିବା ହିଂସା ନେଇ କୋଲକାତା ହାଇକୋର୍ଟ ସିସିଟିଭି ଫୁଟେଜ୍‌ ସଂରକ୍ଷଣ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ(...

Advertisement
Archives

Model This Week