Posted inଜାତୀୟ

ଚନ୍ଦ୍ରପୃଷ୍ଠରେ ଚାଲିଲା ରୋଭର ପ୍ରଜ୍ଞାନ: ଇସ୍ରୋ କହିଲା, ‘ମେଡ୍‌ ଇନ୍‌ ଇଣ୍ଡିଆ, ମେଡ୍‌ ଫର୍‌ ମୁନ୍‌’

ନୂଆଦିଲ୍ଲୀ,୨୪।୮: ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରରେ ସ୍ପେସ୍‌ ଏଜେନ୍ସିର ଅଧ୍ୟକ୍ଷ ଏସ୍‌. ସୋମନାଥନ୍‌ ଘୋଷଣା କରିଛନ୍ତି, ଆମେ ଚନ୍ଦ୍ରରେ ସୂକ୍ଷ୍ମାବତରଣ କରିପାରିଛେ। ଭାରତ ଏବେ ଚନ୍ଦ୍ରକୁ ଛୁଇଁଛି। ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ସହ ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ଅବତରଣ କରିବାର ପ୍ରାୟ ଚାରି ଘଣ୍ଟା ପରେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଲାଗିଛି। ଏହି ସଂପର୍କରେ ଇସ୍ରୋ ଟୁଇଟ୍‌ କରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ବିଷୟରେ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରୟାନ-୩ ରୋଭର ଭାରତରେ ତିଆରି କରାଯାଇଛି। ଚନ୍ଦ୍ର ପାଇଁ ତିଆରି କରାଯାଇଛି। ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିଛି। ଖୁବ୍‌ଶୀଘ୍ର ଅଧିକ ଅପଡେଟ୍‌ ଦିଆଯିବ।
ବିକ୍ରମ ଲ୍ୟାଣ୍ଡରର ସଫଳ ଲ୍ୟାଣ୍ଡିଂ ପରେ ଚନ୍ଦ୍ରପୃଷ୍ଠରେ ବିପୁଳ ଧୂଳିକଣିକା ଉଠିଥିଲା। ଚନ୍ଦ୍ରର ନିମ୍ନ ମାଧ୍ୟାକର୍ଷଣ ଯୋଗୁ ଏହି ଧୂଳି ସ୍ଥିର ହେବାକୁ ଦିନେ ଲାଗିଯିବ। ବହୁ ପରୀକ୍ଷାନିରୀକ୍ଷା ପରେ ଲ୍ୟାଣ୍ଡିଂ ସ୍ଥଳ ସ୍ଥିର କରାଯାଇଥିଲା। ଉକ୍ତ ଅଞ୍ଚଳରେ ଜଳର ସଙ୍କେତ ଥିବାରୁ ଚନ୍ଦ୍ରରେ ବରଫ ଥାଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ବୈଜ୍ଞାନିକ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ପୂର୍ବରୁ ମଧ୍ୟ ୨୦୦୯ରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସହାୟତାରେ ଭାରତର ପ୍ରଥମ ମୁନ୍‌ ମିଶନ ଚନ୍ଦ୍ରୟାନ-୧ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇଥିଲା। ଆଗାମୀ ୨୪ ଦିନ (ଅର୍ଥାତ୍‌ ଚନ୍ଦ୍ରର ଦିନେ) ଧରି ସୌରଚାଳିତ ରୋଭର ପ୍ରଜ୍ଞାନ ଜହ୍ନ ରାଇଜରୁ ଇସ୍ରୋକୁ ଅନେକ ଚିତ୍ର ଓ ତଥ୍ୟ ପ୍ରେରଣ କରିବ। ୧୪ ଦିନ ପରେ ଏହାର ଗତିବିଧି ମନ୍ଥର ହୋଇଯାଇପାରେ। ମୁନ୍‌ ରୋଭର ଲ୍ୟାଣ୍ଡର ବିକ୍ରମ ଏବଂ ଚନ୍ଦ୍ରୟାନ୍‌-୨ର ଅର୍ବିଟର ସହ ଯୋଗାଯୋଗରେ ରହିବ। ଲ୍ୟାଣ୍ଡର ଇସ୍ରୋକୁ ଡେଟା ରିଲେ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri