Posted inଜାତୀୟ

ଚନ୍ଦ୍ରାୟନ-୩ ସଫଳତା ନେଇ ସାରା ପୃଥିବୀର ମିଡ଼ିଆ ପ୍ରଶଂସାରେ ଶତମୁଖ, ପାକିସ୍ତାନ ଦୁଃଖୀ !…

ନୂଆଦିଲ୍ଲୀ,୨୪।୮ : ଭାରତୀୟ ମହାକାଶ ଗବେଷଣା ସଂଗଠନର (ଇସ୍ରୋ) ମିଶନ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୂବରେ ନିଜର ମହାକାଶଯାନ ଅବତରଣ କରିଛି।

ଏହି ମିଶନର ସଫଳତା ବିଶ୍ୱ ଗଣମାଧ୍ୟମ ଏକ ପ୍ରମୁଖ ସ୍ଥାନ ଦେଇଛି। କିନ୍ତୁ, ପଡୋଶୀ ପାକିସ୍ତାନର ଗଣମାଧ୍ୟମରେ ଚନ୍ଦ୍ରୟାନ-୩ ଅଗ୍ରଣୀ ଖବର ଭାବେ ପ୍ରକାଶ ପାଇନାହିଁ। ଏହା ସାଧାରଣ ଭାବେ ପ୍ରକାଶିତ ହୋଇଛି। ଏନେଇ ପାକିସ୍ତାନ ଦୁଃଖୀ ହୋଇଥିବା ମନେ ହେଉଛି। ଏନ୍ୟୁୟର୍କ ଟାଇମ୍ସ, ବିବିସି, ଦି ଗାର୍ଡିଆନ ଇତ୍ୟାଦି ଏହି ଖବରକୁ ପ୍ରକାଶ କରି ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

ଅଲଜଜିରା ଲେଖିଛି ଭାରତ ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରି ଏହା କରିବାରେ ପ୍ରଥମ ଦେଶ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ମିଶନର ସଫଳତା ସମଗ୍ର ମାନବିକତାର ସଫଳତା। ଖବରକାଗଜ ଲେଖିଛି, ଚନ୍ଦ୍ରାୟନ-୩ ଅବତରଣକୁ ଭାରତରେ ଦେଖିବା ପାଇଁ ଅଫିସ, ଦୋକାନ, ରେଷ୍ଟୁରାଣ୍ଟ ଏବଂ ଘରେ ଟିଭି ଚାରିପାଖରେ ଲୋକମାନଙ୍କର ଭିଡ଼ ଜମିଥିଲା।

ନ୍ୟୁୟର୍କ ଟାଇମ୍ସ ଲେଖିଛି ଭାରତ ପ୍ରଥମେ ଚନ୍ଦ୍ରର ଦକ୍ଷିଣ ପୋଲ ଅଞ୍ଚଳରେ ଅବତରଣ କଲା। ଖବରକାଗଜ ଲେଖିଛି, ବିକ୍ରମ ନାମକ ଲ୍ୟାଣ୍ଡର ଏବଂ ଭାରତର ପ୍ରଜ୍ଞାନ ନାମକ ରୋଭର ବୁଧବାର ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିଛି।

ଦ ଗାଡିଆନ ଏହାର ଲେଖିଛି ଐତିହାସିକ ମୁହୂର୍ତ୍ତରେ ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନକୁ ସଫଳତାର ସହ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି, ଯାହା ସାରା ଦେଶରେ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି କରିଛି। ବିବିସି ଏହାର ଶୀର୍ଷଲେଖରେ ଲେଖିଛି ଚନ୍ଦ୍ରଯାନ-୩ ଇତିହାସ ସୃଷ୍ଟି କରି ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଅବତରଣ କରିଛି।

ଫ୍ରାନ୍ସର ଅଗ୍ରଣୀ ଖବରକାଗଜ ଲେ ମୋଣ୍ଡେ ଏହାର ଶୀର୍ଷକ ଲେଖିଛି ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଏକ ମହାକାଶଯାନ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଛି। ସିଏନଏନ ଏହାର ଶୀର୍ଷ ଖବରରେ ଲେଖିଛି ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ହୋଇଛି।

ୱାଶିଂଟନ ପୋଷ୍ଟ ଏହାର ଶୀର୍ଷ ଖବରରେ ଲେଖିଛି ଭାରତ ଚନ୍ଦ୍ର ପୃଷ୍ଠରେ ଏକ ମହାକାଶଯାନକୁ ଧୀରେ ଧୀରେ ଅବତରଣ କରାଇଛି। ଖବରକାଗଜ ଲେଖିଛି ଭାରତ ବୁଧବାର ଦିନ ଚନ୍ଦ୍ରରେ ଏକ ରୋବୋଟିକ ମହାକାଶଯାନ ଅବତରଣ କରିଛି। ରୁଷିଆର ଏକ ମହାକାଶଯାନ ଦୁର୍ଘଟଣାର କିଛି ଦିନ ପରେ ଏହା ଏକ କୀର୍ତ୍ତି ହାସଲ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?