Posted inଜାତୀୟ

ଚନ୍ଦ୍ରାୟନ ୩ର ସଫଳତାକୁ ନେଇ ନିଜକୁ କ୍ରେଡିଟ ଦେଲା କଂଗ୍ରେସ, କହିଲା ନେହେରୁଙ୍କ ସ୍ବପ୍ନ ଥିଲା ଇସ୍ରୋ

ନୂଆଦିଲ୍ଲୀ,୧୫।୭: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତିଶ ଧଓ୍ବନ ସ୍ପେଶ ଷ୍ଟେଶନରୁ ଶୁକ୍ରବାର ଚନ୍ଦ୍ରାୟନ ୩ ଲଞ୍ଚ କରାଯାଇଛି। ଇସ୍ରୋର ସୂଚନା ଅନୁଯାୟୀ, ୨୩ ଅଗଷ୍ଟ ସାରେ ଚନ୍ଦ୍ରାୟଣ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସମ୍ଭାବନା ରହିଛି। ଭାରତ ଏବଂ ଭାରତ ବାହାରେ ଲୋକେ ଭାରତ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଉଛନ୍ତି। ବିରୋଧୀ ଦଳର ସମସ୍ତ ନେତା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଆଜି ଆମ ଭିତରୁ କୋଟି କୋଟି ଜନତା ଗର୍ବର ସହିତ ଆକାଶ ଆଡକୁ ଚାହିଁ ରହିଛନ୍ତି। ଦଶନ୍ଧି ଧରି ବୈଜ୍ଞାନିକଙ୍କ କଠିନ ପରିଶ୍ରମର ଫଳାଫଳ ହେଉଛି ଚନ୍ଦ୍ରାୟଣ -୩। ୧୯୬୨ରେ ଇଣ୍ଡିଆନ ସ୍ପେଶ ପ୍ରୋଗ୍ରାମ ଲଞ୍ଚ କରାଯାଇଥିଲା, ଯାହା ପରେ ୧୯୬୯ରେ ଇସ୍ରୋ ଆରମ୍ଭ କରାଯାଇଥିଲା। ଏହି ମିଶନର ସଫଳତା ଆମକୁ ଚତୁର୍ଥ ଦେଶ ଭାବରେ ଚନ୍ଦ୍ର ପୃଷ୍ଠରେ ଏକ ମହାକାଶଯାନ ଅବତରଣ କରିବ। ପ୍ରକୃତରେ ଏକ ବଡ଼ ସଫଳତା। ସମଗ୍ର ଇସ୍ରୋ ଟିମକୁ ଅଭିନନ୍ଦନ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଚନ୍ଦ୍ରାୟନ -୩ ର ସଫଳ ଲଞ୍ଚିଂକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାୟାନ -୩ ର ସଫଳ ଲଞ୍ଚିଂ ପାଇଁ ବୈଜ୍ଞାନିକ, ଇଞ୍ଜିନିୟର୍‌ ଏବଂ ମିଶନରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ। ଆପଣଙ୍କ ଦକ୍ଷତା, ନିଷ୍ଠା ଏବଂ ପରିଶ୍ରମ ହେତୁ ଏହି ସଫଳତା ହାସଲ କରାଯାଇଛି। ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ କଂଗ୍ରେସ ପଢ଼କ୍ଷରୁ ଇସ୍ରୋର ଅତୁଳନୀୟ ଦଳକୁ ଶୁଭେଚ୍ଛା।
କଂଗ୍ରେସର ମହାସଚିବ କେସି ଭେନୁଗୋପାଳ କହିଛନ୍ତି, ପଣ୍ଡିତ ଜବାହରଲାଲ ନେହେରୁ ଇସ୍ରୋକୁ ନେଇ ସ୍ବପ୍ନ ଦେଖିଥିଲେ। ଯାହା ଇନ୍ଦିରା ଗାନ୍ଧୀ ପୂରଣ କରିଥିଲେ। ରାଜୀବ ଗାନ୍ଧୀ ଏବଂ ଡକ୍ଟର ମନମୋହନ ସିଂ ଏହାକୁ ନୂତନ ଉଚ୍ଚତାକୁ ନେଇଥିଲେ। ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଚନ୍ଦ୍ରୟାନ -୩ ଚନ୍ଦ୍ରକୁ ଜୟ କରିବାକୁ ଯାଉଥିବାର ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri