ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁନଃ ନିଯୁକ୍ତ

ନୂଆଦିଲ୍ଲୀ,୧୨ା୨(ପି.ଟି.): ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଟାଟା ସନ୍ସ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଆଉ ୫ ବର୍ଷ ଲାଗି ପୁନଃ ନିଯୁକ୍ତ କରିଛି। ବୋର୍ଡ ସଦସ୍ୟମାନେ ଚନ୍ଦ୍ରଶେଖରନ୍‌ଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ ପରବର୍ତ୍ତୀ ୫ ବର୍ଷ ଲାଗି ତାଙ୍କର ପୁନଃ ନିଯୁକ୍ତିକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରିଥିଲେ ବୋଲି ଟାଟା ସନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବୈଠକରେ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ଯୋଗଦେଇଥିବା ରତନ ଟାଟା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଚନ୍ଦ୍ରଶେଖରନ୍‌ଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍‌ର ପ୍ରଗତି ଓ ପ୍ରଦର୍ଶନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତାଙ୍କର ପୁନଃ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। ଗତ ୫ ବର୍ଷ ହେଲା ଟାଟା ଗ୍ରୁପ୍‌ର ନେତୃତ୍ୱ ନେବାର ସୌଭାଗ୍ୟ ପାଇଥିଲି। ଏବେ ପୁଣି ୫ ବର୍ଷ ପାଇଁ ନେତୃତ୍ୱ ନେବାର ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି ଚନ୍ଦ୍ରଶେଖରନ୍‌ କହିଛନ୍ତି। ୨୦୧୬ ଅକ୍ଟୋବରରେ ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ ବୋର୍ଡରେ ଯୋଗଦେଇଥିଲେ ଏବଂ ୨୦୧୭ ଜାନୁୟାରୀରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୧ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଟାଟା ସନ୍ସର ମୋଟ ରାଜସ୍ବ ପରିମାଣ ୧୦୩ ବିଲିୟନ ଡଲାର (୭.୭ ଲକ୍ଷ କୋଟି ଟଙ୍କା)।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି।...

ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…

ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ...

ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮%...

ବନ୍ଦ ହେଲା ବିପିସିଏଲ୍‌ ପ୍ରାରମ୍ଭିକ ବିଡ୍‌

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌)ର ଘରୋଇକରଣ ଲାଗି ପ୍ରାରମ୍ଭିକ ବିଡ୍‌ ସୋମବାର ବନ୍ଦ ହୋଇଛି। ବ୍ରିଟେନର ବିପି, ଫ୍ରାନ୍ସର ଟୋଟାଲ, ସାଉଦି ଆରବର ଆରାମ୍‌କୋ...

ଉଚ୍ଚ ଟିକସ ପ୍ରସଙ୍ଗ ପୁଣି ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨-୨: ଭାରତ ଆମେରିକା ସାମଗ୍ରୀ ଉପରେ ବୃହତ୍‌ ପରିମାଣର ଟିସକ ଲାଗୁ କରୁଥିବାରୁ ଏହା ଦ୍ୱାରା ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଭାରତ ଗସ୍ତ ପୂର୍ବରୁ...

ପୁଞ୍ଜି ବଜାରରେ ଏଫ୍‌ପିଆଇଙ୍କ ୧୮୪୧ କୋଟି ନିବେଶ

ମୁମ୍ବାଇ,୧୬।୯: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ସେପ୍ଟେମ୍ବର ୧୩ ସୁଦ୍ଧା ପୁଞ୍ଜି ବଜାରରେ ୧୮୪୧ କୋଟି ଟଙ୍କା ନିବେଶ କରିଛନ୍ତି। ଏଥିପୂର୍ବରୁ ସେମାନେ କ୍ରମାଗତ ଦୁଇ ମାସ...

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ନୂଆଦିଲ୍ଲୀ,୧୦-୧୦: କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଲାଗି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା...

ଟୁଇଟର୍‌ ପରେ ଏବେ କୋକା-କୋଲା ଉପରେ ଏଲନ ମସ୍କଙ୍କ ନଜର

ଓ୍ବାଶିଂଟନ୍‌,୨୮।୪: ଆଜିକାଲି ଟେସଲା ସିଇଓ ଏଲନ ମସ୍କ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟୁଇଟର୍‌ କିଣିଛନ୍ତି। ଏବେ...

Advertisement
Archives

Model This Week