Posted inଜାତୀୟ

ରାହୁଲଙ୍କୁ ସମର୍ଥନ କରିଦେଲେ ଚନ୍ଦ୍ରବାବୁ ନାଇଡୁ, ଏକାକୀ ପଡିଗଲେ ମୋଦି, ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୦।୧୦: ହରିୟାଣାରେ ଭାଜପାକୁ ମିଳିଛି ହ୍ୟାଟ୍ରିକ ବିଜୟ। ଭାଜପା ଖାତାକୁ ଆଉ ଗୋଟିଏ ରାଜ୍ୟ ଯାଉଥିବାବେଳେ କଂଗ୍ରେସ ହାତରୁ ହରିୟାଣା ହାତଛଡା ହୋଇଛି। ଏନେଇ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ବିଜୟର ଖୁସି ପାଳିବା ପାଇଁ ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେଠାରେ ସେ କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଜାତିଗତ ଜନଗଣନା ବିଷୟରେ ଆଲୋଚନା କରି ଦେଶ ବିଭାଜନ କରିବାକୁ କଂଗ୍ରେସ ଉଦ୍ୟମ କରୁଛି। ରାହୁଲ ଗାନ୍ଧୀ ଦେଶକୁ ନଷ୍ଟ କରୁଛି। ତେବେ ଏହି ବୟାନ ଦେବାର କିଛି ସମୟ ପରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଏନଡିଏର ବଡ଼ ସହଯୋଗୀ ଚନ୍ଦ୍ରବାବୁ ନାଇଡୁ ମୋଦିଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ମୋଦିଙ୍କ ଏହି ବୟାନକୁ ସେ ଖଣ୍ଡନ କରିବା ସହ ଜାତିଗତ ଜନଗଣନା କରିବାକୁ ଦାବି କରିଛନ୍ତି। ଏ ପ୍ରସଙ୍ଗରେ ସେ ରାହୁଲ ଗାନ୍ଧୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରବେଳେ ସେ କହିଛନ୍ତି, ମୁଁ ଜାତଗତ ଜନଗଣନାକୁ ସମର୍ଥନ କରେ। ଏହା ଏକ ଅନୁଭବ ଏବଂ ଏଥିରେ କିଛି ଭୁଲ ନାହିଁ। ଆପଣ ଜାତି ଜନଗଣନା କରନ୍ତି, ଆପଣ ଅର୍ଥନୈତିକ ବିଶ୍ଳେଷଣ କରନ୍ତି କିମ୍ବା ଦକ୍ଷତା ଜନଗଣନା କରନ୍ତି । ଏହି ସବୁ ଜିନିଷ ଉପରେ କାମ କରନ୍ତି ଯାହା ଦ୍ୱାରା ଅର୍ଥନନୈତିକ ଅସମାନତା ହ୍ରାସ ହୋଇପାରିବ । ଗରିବୀ ହେଉଛି ସବୁଠାରୁ ବଡ ପ୍ରସଙ୍ଗ । ଯଦିଓ ଆପଣ ଏକ ପଛୁଆ ବର୍ଗର ଅଟନ୍ତି। ଯଦି ଆପଣଙ୍କର ଟଙ୍କା ଅଛି, ସମାଜ ଆପଣଙ୍କୁ ସମ୍ମାନ କରିବ। ଯଦି ଆପଣ ଏକ ଉଚ୍ଚ ଜାତିର ଅଟନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଆପଣଙ୍କୁ କେହି ସମ୍ମାନ କରିବେ ନାହିଁ। ଅର୍ଥ ଏକ ବଡ଼ ସନ୍ତୁଳନ ଅଟେ।

କହିରଖୁଛୁ ଯେ, ଭାରତୀୟ ଜନତା ପାର୍ଟି ଦୀର୍ଘ ଦିନ ଧରି ଜନଗଣନାକୁ ବିରୋଧ କରିଆସୁଛି। ଦଳ ଅନୁସାରେ, ସେମାନେ ଜାତି ଆଧାରରେ ହିନ୍ଦୁମାନଙ୍କୁ ଭାଗ କରିବା ସପକ୍ଷରେ ନାହାଁନ୍ତି। ଗତ ଲୋକ ସଭା ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରିଥଲେ। ନିର୍ବାଚନ ଫଳାଫଳରେ ମଧ୍ୟ ଭାଜପାକୁ ଏହି ପ୍ରସଙ୍ଗରେ କ୍ଷତି ସହିବାକୁ ପଡିଲା। ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିବାରେ ବିରୋଧୀ ସଫଳ ହୋଇଥିଲେ ଯେ ଯଦି ଭାଜପା ତୃତୀୟ ଥର ପାଇଁ କ୍ଷମତାକୁ ଆସେ, ତେବେ ଏହା ସେମାନଙ୍କ ସଂରକ୍ଷଣ ବନ୍ଦ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri