କାମିନୀଙ୍କୁ ବରଣମାଳା ପିନ୍ଧାଇଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କପର୍ବ ୪ ଅର୍ଘ୍ୟ ରବିବାର ଶେଷ ହୋଇଛି। ଦେବାଧିଦେବ ଚନ୍ଦନେଶ୍ୱରଜୀଉ ଏହି ଅର୍ଘ୍ୟରେ କାମିନୀ ନାମକ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇଛନ୍ତି। ବିବାହ ସନ୍ଦର୍ଶନ ଲାଗି ଚନ୍ଦନେଶ୍ୱର ପୀଠ ଭକ୍ତମୟ ହୋଇଛି। ରବିବାର ପ୍ରତ୍ୟୁଷରୁ ଭଟ୍ଟପୁର ଗ୍ରାମର ମାଳାକାର ଘରେ ଜନ୍ମିତ କାମିନୀ ଠାକୁରାଣୀଙ୍କ ସହିତ ଚନ୍ଦନେଶ୍ୱର ମହାଦେବଙ୍କ ଚଳନ୍ତି ଘଟକୁ ପୂଜାର୍ଚ୍ଚନା କରାଯାଇ କନ୍ୟା ଓ ବରଙ୍କୁ ପୁଷ୍ପମାଲ୍ୟରେ ସଜ୍ଜିତ କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନିଆଯାଇଛି। ଚାପ, ଢ଼ୋଲ, ମହୁରୀ, ସାହାନାଇ ବାଦ୍ୟ, ଶଙ୍ଖଧ୍ୱନୀ, ରୋଷଣୀ ଓ ହରିବୋଲ ଧ୍ୱନିରେ ରାସ୍ତାଘାଟ ଉଛୁଳି ପଡ଼ିଥିଲା। ଶୋଭାଯାତ୍ରାରେ ଠାକୁରାଣୀ ଓ ଠାକୁରଙ୍କ ଦୁଇଘଟକୁ ସେବାୟତ, ଜୀଉଙ୍କ ଶ୍ରେଷ୍ଠ ୧୩ ଭକ୍ତ, ପଣ୍ଡା, ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନେ ଚାମର ବୁଲାଇ ମହାଦେବଙ୍କ ନୀଳ ପୋଖରୀକୁ ନେଇ ପୂଜାର୍ଚ୍ଚନା କଲା ପରେ ମନ୍ଦିର ଗର୍ଭଗୃହକୁ ନିଆଯାଇଥିଲା। ମନ୍ଦିର ରୁଦ୍ଧଦ୍ୱାରରେ ଚନ୍ଦନେଶ୍ୱର ମହାଦେବଙ୍କ ସହିତ କାମିନୀ ଠାକୁରାଣୀଙ୍କର ବିବାହ ସମ୍ପନ୍ନ ହୋଇଥିଲା।
କିମ୍ବଦନ୍ତୀ କହେ
ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ କୂଳ ପାଉ ନ ଥିବା ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଚୈତ୍ର ଚଡ଼କପର୍ବର ଅନେକ ରୋଚକ କିମ୍ବଦନ୍ତୀ ରହିଛି। ଚୈତ୍ର ମାସରେ ହିନ୍ଦୁଙ୍କ ବିବାହ ହେଉ ନ ଥିବା ବେଳ ସ୍ବୟଂଶିବ ଏହି ମାସରେ ବିବାହ ହେବା ଏକ ବୈଚିତ୍ରମୟ ଆଧ୍ୟାମତ୍ିକ ନିଆରା ଆକର୍ଷଣ ସୃଷ୍ଟି ହୋଇଥାଏ। ଭୋଳାନାଥଙ୍କୁ ପତି ରୂପେ ପାଇବା ନିମନ୍ତେ ଅସୁର କୂଳରେ ଜନ୍ମିତ ସୁନ୍ଦରୀ ଅସୁରୁଣୀ କାମିନୀ କଠୋର ତପସ୍ୟା କରିବାରୁ ଶଙ୍କର ତାଙ୍କୁ ବରଦାନ କରିଥିଲେ। ପରେ ମହାଦେବ ଦୁର୍ଗା ଓ କାଳୀଙ୍କ ସହମତି ବିନା ସେ କିପରି କାମିନୀଙ୍କୁ ପନତ୍ୀ ରୂପେ ଗ୍ରହଣ କରିବେ ବୁଝିପାରି ଚନ୍ଦନେଶ୍ୱର ନିକଟବର୍ତ୍ତୀ ଭଟ୍ଟପୁର ଗ୍ରାମର ମାଳାକାର ଘରେ ମର୍ତ୍ତ୍ୟପୂରରେ ଜନ୍ମ ନେଲେ ସେ ପନତ୍ୀ ରୂପେ ଗ୍ରହଣ କରିବେ ବୋଲି କହିଥିବାର କିମ୍ବଦନ୍ତୀ ରହିଛି। ଅପରପକ୍ଷରେ ମଣିଷର ୧୬ ପ୍ରକାରର କାମନାକୁ ଜୀଉଙ୍କଠାରେ ସମର୍ପଣ ନିମନ୍ତେ କାମନା ବିବାହ ହୁଏ ବୋଲି ଲୋକକଥା ରହିଛି। ଚନ୍ଦନେଶ୍ୱର ମହାଦେବଙ୍କ କାମିନୀ ବିବାହ ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ହେଉଥିବା ବେଳେ ସ୍ଥାନୀୟ ଲୋକେ ଭଗବାନଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମାଇଥିଲେ। ଏହି ଉତ୍ସବରେ ଟ୍ରଷ୍ଟବୋର୍ଡ଼ର ସମସ୍ତ ସଦସ୍ୟ, ବିଡିଓ ଶଙ୍କର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ଚେୟାରମ୍ୟାନ୍‌ ପ୍ରବୀର କୁମାର ଗିରିଙ୍କ ସହ ବହୁ ଜନପ୍ରତିନିଧି, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୧୨ ତାରିଖରେ ମହାଦେବଙ୍କ ମହାନୀଳ ପର୍ବ ଅନୁଷ୍ଠିତ ହେଉଥିବାରୁ ସେବାୟତ, ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ଼ ତପତ୍ର ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri