ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର, ୧୩।୨ (ବ୍ୟୁରୋ):  ମାସ୍‌ ଇଭେଣ୍ଟ୍‌ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍‌ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ହର ରଥ, ଶ୍ରେଷ୍ଠ ଖଳନାୟକ ଶ୍ରୀତମ ଦାଶ, ଶ୍ରେଷ୍ଠ ଲେଖକ ନିର୍ମଳ ନାୟକ, ଶ୍ରେଷ୍ଠ ହାସ୍ୟାଭିନେତା ଜୀବନ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ପ୍ରଦୀପ କୁମାର, ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, ଶ୍ରେଷ୍ଠ ଶିଶୁ ପ୍ରତିଭା ପ୍ରିୟାଂଶୀ ଜେନା, ଶ୍ରେଷ୍ଠ ନବାଗତା ନାୟିକା ପିଆଲି ଦାଶ, ଶ୍ରେଷ୍ଠ ସିନେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ଶ୍ରେଷ୍ଠ ଆଙ୍କର ମୁକେଶ କୁମାର ଓ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୋ ପାଇଁ ଫେରିବି ବସୁଧା ଚିରି’ ପୁରସ୍କାର ପାଇଛି। ଏହାସହ ଅନେକ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ସହିତ ଜଡ଼ିତ ଥିବା ବରିଷ୍ଠ କଳାକାର ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡୁ, ଚୌଧୁରୀ ଜୟ ପ୍ରକାଶ ଦାସ, ଦେବୀ ବାରିକ, ଭିକାରୀ ସ୍ବାଇଁ ପ୍ରମୁଖଙ୍କୁ ‘ଓଡ଼ିଆ ଚଳଚ୍ଚିତ୍ର ଗର୍ବ’ ସମ୍ମାନ ପ୍ରଦାନ କରାଯାଇଛି। ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସ୍ତମ୍ଭକାର ଅମିୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ସଭାପତି ଶକ୍ତି ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମୁକେଶ କୁମାର ଓ ମାସ୍‌ ଇଭେଣ୍ଟସ୍‌ର ସଂଯୋଜକ ମିର୍‌ ଅହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରେ ‘ବର୍ଣ୍ଣବୋଧ’

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି।...

କୋରାପୁଟରେ ରାଜ୍ୟପାଳ ଗଣେଶୀ ଲାଲ୍‌

କୋରାପୁଟ,୧୦।୯(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ୨ ଦିନିଆ ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ରାଜ୍ୟପାଳ ଶନିବାର ସକାଳ ୯ଟାରେ ହୀରାଖଣ୍ଡ ଟ୍ରେନର ଏକ...

ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି...

ଭାରତୀୟ ବୃତ୍ତଚିତ୍ର ଉସତ୍ବ ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଭାରତୀୟ ବୃତ୍ତଚିତ୍ର ଉସତ୍ବ ୨୦୧୯ (ଇଣ୍ଡିଆନ୍‌ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ୍‌) ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହା ୩ଦିନ ଚାଲିିବ। ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ...

ବିଏମ୍‌ସି କମିଶନରଙ୍କ ଗିରଫ ଦାବି ତେଜିଲା

ଭୁବନେଶ୍ୱର, ୨୧।୯ (ବ୍ୟୁରୋ):ସ୍ମାର୍ଟସିଟିର ମୁକୁଳା ଡ୍ରେନ୍‌ରେ ଭାସିଯାଇ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛି...

ଦ୍ରୌପଦୀଙ୍କ ଭୋଟ ନିବେଦନ

ଭୁବନେଶ୍ୱର,୯।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ...

୧୨ ଯୋଡ଼ା ଟ୍ରେନ୍‌ ଚଲାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍‌ ପହିଲାରୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍‌ଗୁଡ଼ିକର...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆକଳନ କରାଯାଇ ପାରୁନାହିଁ ମୃତକଙ୍କ ସଂଖ୍ୟା

ସୋର,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ...

Advertisement
Archives

Model This Week