ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ ପାପଡ଼ାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ୧୪୯ ର଼୍ୟାଙ୍କ୍‌ରେ ରହିଛନ୍ତି। ୨ ବର୍ଷ ଧରି ଭୁବନେଶ୍ୱରରେ ରହି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଶୁକ୍ରବାର ଫଳ ପ୍ରକାଶ ପାଇବା ପରେ ପାପଡ଼ାହାଣ୍ଡିରେ ଖୁସିର ଲହରି ଖେଳଯାଇଛି। ଚନ୍ଦନଙ୍କ ବାପା ଜଗନ୍ନାଥ ନାୟକ ବଡ଼ କୁମୁଲି ପ୍ରାଣୀ ଚିକିତ୍ସାଳୟରେ ଏଲ୍‌ଆଇ ଅଛନ୍ତି।
ବାପାଙ୍କ ଠାରୁ ଓଏଏସ୍‌ ପାଇଁ ପ୍ରେରଣା ପାଇଥିଲି। ଏହା ତାଙ୍କର ସ୍ବପ୍ନ ଥିଲା। ତାହା ସାକାର କରିଛି। ବାପା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ତେଣୁ ପ୍ରଥମ ଶ୍ରେଣୀ କର୍ମଚାରୀ ହେବାକୁ ଚାହୁଁ ଥିଲି ବୋଲି ଚନ୍ଦନ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ପରିବାର ଛାଡି ଭୁବନେଶ୍ୱର ରହି ପରୀକ୍ଷା ପ୍ରସ୍ତୁତି କରୁଥିଲେ ବୋଲି ଚନ୍ଦନ କହିଛନ୍ତି। କରୋନା ପୂର୍ବରୁ ୨୦୧୯ରେ ପ୍ରିଲିମିନାରୀରେ ସଫଳତା ପାଇ ନ ଥିଲେ ମଧ୍ୟ ମନୋବଳ ଭାଙ୍ଗି ନ ଥିଲା। ଅଧିକ ପରିଶ୍ରମ କରିଥିଲି। ଓଏଏସ୍‌ ପାଇବା ନେଇ ଆତ୍ମବିଶ୍ୱାସ ଥିଲାବୋଲି ସେ କହିଛନ୍ତି। ଆଦିବାସୀ ଅଞ୍ଚଳରୁ ଆସିଛି, ଏଠାରେ ଲୋକଙ୍କ ଅନେକ ସମସ୍ୟା ରହିଛି। ସ୍ବାସ୍ଥ୍ୟ ସମସ୍ୟା ବେଶୀ। ଆଦିବାସୀଙ୍କ ଭାଷା ବୁଝି ପାରୁଥିବାରୁ ଲୋକଙ୍କ ସମସ୍ୟା ଠିକ ଭାବରେ ଉପସ୍ଥାପନା କରି ତାହାର ସମାଧାନ କରାଇ ପାରିବି ବୋଲି ଚନ୍ଦନ କହିଛନ୍ତି। ଆତ୍ମ ବିଶ୍ୱାସ, ବାପା, ମା, ବଡ଼ ଭଉଣୀ, ଭିଣୋଇ ଏବଂ ଗୁରୁଜନଙ୍କୁ ଚନ୍ଦନ ନିଜ ସଫଳତାର ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା

ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର...

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ...

ନୂଆଗାଁକୁ ମିଳୁନି ବିକାଶର ନୂଆ ଚିତ୍ର: ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇପଡ଼ିଛନ୍ତି ଗାଁର ୩୨ ପରିବାର

ପାରଳାଖେମୁଣ୍ଡି,୧୬ା୫(ସ୍ବ.ପ୍ର.) ଗ୍ରାମର ନାମ ନୂଆଗାଁ। କିନ୍ତୁ ଏଠି ପ୍ରଶାସନିକ ଅବ୍ୟବସ୍ଥାର ପୁରୁଣା ଚିତ୍ର। ବିକାଶ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ,...

ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍‌ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ...

ଡିସେମ୍ବର ୨୦ରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗୀର ଅଫିସ, ୨୩।୧୧: ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ...

ଫେକର ଗେଟ୍‌ ସମ୍ମୁଖରେ ୧୪୪ ଧାରା ଆଉ ୪୮ ଘଣ୍ଟା ବଢ଼ିଲା

ଭଦ୍ରକ ଅଫିସ,୧୭ା୪: ଭଦ୍ରକ ରାନ୍ଦିଆରେ ଥିବା ଫେକର କମ୍ପାନୀର ୨୦୦ ମିଟର ଅଞ୍ଚଳରେ ସୋମବାର ସକାଳ ୬ଟାରୁ ୧୯ଏପ୍ରିଲ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ଧାରାକୁ...

ଆରୂହାବାଡ଼ ସମୁଦ୍ର ବାଲିରୁ କୁମ୍ଭୀରକୁ କାବୁ କଲେ ଧୀବର

ବାହାନଗା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୂହାବାଡ ପଞ୍ଚାୟତ ସମୁଦ୍ର କୂଳ ବାରୁଣୀ ଘାଟ ଆଡିଆ ସମୁଦ୍ର ବାଲିରୁ ଧୀବରଙ୍କ ଦ୍ୱାରା ଏକ କୁମ୍ଭୀର...

ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

ଭଣ୍ଡାରିପୋଖରୀ, ୨୫।୭ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ଜୋରାଗଡିଆ-ଭାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ...

Advertisement
Archives

Model This Week