ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା ଓ ପାପଡ଼ାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ସେ ୧୪୯ ର଼୍ୟାଙ୍କ୍‌ରେ ରହିଛନ୍ତି। ୨ ବର୍ଷ ଧରି ଭୁବନେଶ୍ୱରରେ ରହି ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଶୁକ୍ରବାର ଫଳ ପ୍ରକାଶ ପାଇବା ପରେ ପାପଡ଼ାହାଣ୍ଡିରେ ଖୁସିର ଲହରି ଖେଳଯାଇଛି। ଚନ୍ଦନଙ୍କ ବାପା ଜଗନ୍ନାଥ ନାୟକ ବଡ଼ କୁମୁଲି ପ୍ରାଣୀ ଚିକିତ୍ସାଳୟରେ ଏଲ୍‌ଆଇ ଅଛନ୍ତି।
ବାପାଙ୍କ ଠାରୁ ଓଏଏସ୍‌ ପାଇଁ ପ୍ରେରଣା ପାଇଥିଲି। ଏହା ତାଙ୍କର ସ୍ବପ୍ନ ଥିଲା। ତାହା ସାକାର କରିଛି। ବାପା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ତେଣୁ ପ୍ରଥମ ଶ୍ରେଣୀ କର୍ମଚାରୀ ହେବାକୁ ଚାହୁଁ ଥିଲି ବୋଲି ଚନ୍ଦନ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିବା ସହ ପରିବାର ଛାଡି ଭୁବନେଶ୍ୱର ରହି ପରୀକ୍ଷା ପ୍ରସ୍ତୁତି କରୁଥିଲେ ବୋଲି ଚନ୍ଦନ କହିଛନ୍ତି। କରୋନା ପୂର୍ବରୁ ୨୦୧୯ରେ ପ୍ରିଲିମିନାରୀରେ ସଫଳତା ପାଇ ନ ଥିଲେ ମଧ୍ୟ ମନୋବଳ ଭାଙ୍ଗି ନ ଥିଲା। ଅଧିକ ପରିଶ୍ରମ କରିଥିଲି। ଓଏଏସ୍‌ ପାଇବା ନେଇ ଆତ୍ମବିଶ୍ୱାସ ଥିଲାବୋଲି ସେ କହିଛନ୍ତି। ଆଦିବାସୀ ଅଞ୍ଚଳରୁ ଆସିଛି, ଏଠାରେ ଲୋକଙ୍କ ଅନେକ ସମସ୍ୟା ରହିଛି। ସ୍ବାସ୍ଥ୍ୟ ସମସ୍ୟା ବେଶୀ। ଆଦିବାସୀଙ୍କ ଭାଷା ବୁଝି ପାରୁଥିବାରୁ ଲୋକଙ୍କ ସମସ୍ୟା ଠିକ ଭାବରେ ଉପସ୍ଥାପନା କରି ତାହାର ସମାଧାନ କରାଇ ପାରିବି ବୋଲି ଚନ୍ଦନ କହିଛନ୍ତି। ଆତ୍ମ ବିଶ୍ୱାସ, ବାପା, ମା, ବଡ଼ ଭଉଣୀ, ଭିଣୋଇ ଏବଂ ଗୁରୁଜନଙ୍କୁ ଚନ୍ଦନ ନିଜ ସଫଳତାର ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଲା ବିଜେଡି ଗଡ଼; ସାମୂହିକ ଇସ୍ତଫା ଦେଲେ ୧୦ କାଉନସିଲର, ଜାଣନ୍ତୁ କାହିଁକି…

ଝାରସୁଗୁଡ଼ା,୧୪।୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼। ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର। ହିତେଶ ଠକରଙ୍କୁ ନିଲମ୍ବନ ପରେ କାଉନସିଲର ବିଜେଡି…

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

ରାଜଧାନୀରେ ମାତିଲେଣି ଲୁଟେରା, ଘରେ ପଶି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ରାଉରକେଲା,୧୪।୭: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ଟ୍ରକ ବାଇକ୍‌କୁ ଧକ୍କା ଦେଇ ଉପରେ ଚଢ଼ିଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri