ବିପଦ ପଡ଼ିଲେ ସବୁବେଳେ କାମରେ ଆସେ ଏହି ୫ ଜିନିଷ, ବାକି ସବୁ ବୃଥା; ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ଲୋକମାନଙ୍କ ମଧ୍ୟରେ ପ୍ରଚଳିତ। କୁହାଯାଏ ଏହି ନୀତିକୁ ଗ୍ରହଣ କରୁଥିବା ଲୋକ ଜୀବନରେ ସବୁ ସୋପାନକୁ ସହଜରେ ପାର୍‌ କରିଥାଏ। ସେଥିରୁ ଗୋଟିଏ ନୀତିରେ ଚାଣକ୍ୟ ଏଭଳି ପାଞ୍ଚଟି ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ମନୁଷ୍ୟକୁ କଠିନ ପରିସ୍ଥିତିରେ ସହାୟକ ହୋଇଥାଏ। ଜାଣନ୍ତୁ:-

ବିଦ୍ୟା: ବିଦ୍ୟା ଅର୍ଥାତ ଜ୍ଞାନକୁ କେହି ଚୋରି କରି ନେଇପାରିବେ ନାହିଁ। ବିଦ୍ୟା ଅର୍ଜନ କରିବା କାମଧେନୁ ସମାନ। ବିପଦ ସମୟରେ ଏହା କାମରେ ଆସେ। ଏହା କଠିନ ପରିସ୍ଥିତିରୁ ମୁକୁଳିବାରେ ସହାୟକ ହୋଇଥାଏ। ଏହା ଗୁପ୍ତ ଧନ ବୋଲି ମଧ୍ୟ ଚାଣକ୍ୟ କୁହନ୍ତି।

ସୁସଙ୍ଗ: ଚାଣକ୍ୟ କୁହନ୍ତି, ସୁସଙ୍ଗରେ ରହୁଥିବା ମନୁଷ୍ୟ ବହୁତ ସୌଭାଗ୍ୟଶାଳୀ। ସେ ସବୁ ପରିସ୍ଥିତିକୁ ସାହସର ସହ ସାମ୍ନା କରିପାରେ। ଅସୁବିଧାରେ ପଡ଼ିଲେ ମଧ୍ୟ ସେ ନିଜର ନିୟନ୍ତ୍ରଣ ହରାଏ ନାହିଁ। ଏହି କାରଣରୁ ସୁଖ ଏବଂ ଶାନ୍ତି ସର୍ବଦା ବଜାୟ ରୁହେ।

ସୁସ୍ଥ ଶରୀର: ଚାଣକ୍ୟ କୁହନ୍ତି ସୁସ୍ଥ ଶରୀର ବିପରିତ ପରିସ୍ଥିତିରେ ମଧ୍ୟ କାମରେ ଆସେ। କାରଣ ଏହାଦ୍ୱାରା ସେ ନିଜର ବୁଦ୍ଧିକୁ ଠିକ୍‌ ଭାବେ ବ୍ୟବହାର କରିପାରିଥାଏ।

ଧନ ସଞ୍ଚୟ: ଚାଣକ୍ୟ କୁହନ୍ତି ଖରାପ ସମୟରେ ଧନ ସଞ୍ଚୟ କରିବା ବହୁତ ଜରୁରୀ। କାରଣ ବିପଦ ବେଳେ ସମସ୍ତେ ତୁମ ହାତ ଛାଡ଼ିଦେବେ ହେଲେ ଧନ ନୁହେଁ। ଏହା ସଚ୍ଚୋଟ ବନ୍ଧୁ ।

ଭଗବାନ: ବିପଦରେ ଯେତେବେଳେ ପୁଅ, ଝିଅ, ପରିବାରଲୋକେ ଏବଂ ସ୍ତ୍ରୀ ହାତ ଛାଡ଼ି ଦିଅନ୍ତି ସେତେବେଳେ କେବଳ ଭଗବାନ ହିଁ ତୁମର ରକ୍ଷା କରିପାରିବେ। ସେ ହିଁ ସାହାରା ପାଲଟିପାରିବେ। ଏଥିପାଇଁ ଚାଣକ୍ୟ କୁହନ୍ତି ବ୍ୟକ୍ତି ଭଗବାନଙ୍କ ଭକ୍ତି କରିବା ବନ୍ଦ କରିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri