ଜୀବନରେ ଏହି ୪ ଜିନିଷକୁ ଧ୍ୟାନ ଦିଅନ୍ତୁ, ଧନ ସହ ସମ୍ମାନ ବଜାୟ ରହିବ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟକୁ ସଫଳ ହେବାର ମାର୍ଗ ଦେଖାଇଥାଏ ଚାଣକ୍ୟ ନୀତି। କାରଣ ବିଫଳ ହେବାକୁ କେହି ବି ଚାହିଁ ନ ଥାନ୍ତି। ଏଥିପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଚାଣକ୍ୟ କୁହନ୍ତି କଠିନ ପରିଶ୍ରମ ଏବଂ ବଳିଦାନ ବିନା ସଫଳତାକୁ କଳ୍ପନା କରାଯାଇପାରିବ ନାହିଁ। ସଫଳତାର ରାସ୍ତା ବହୁତ କଷ୍ଟକର। ଏହି ରାସ୍ତାରେ ଚାଲିବାକୁ ହେଲେ ବ୍ୟକ୍ତି ମଧ୍ୟରେ ସାହସ ଏବଂ ଆଗ୍ରହର ଆବଶ୍ୟକତା ପଡ଼ିଥାଏ।

ଚାଣକ୍ୟ ନୀତି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଏହି ଚାରୋଟି ଜିନିଷକୁ ଗ୍ରହଣ କରିନିଏ, ତେବେ ତାଙ୍କୁ ସଫଳ ହେବାରୁ କେହି ଅଟକାଇ ପାରିବେ ନାହିଁ। ଆସନ୍ତୁ ଜାଣିବା…

ପରିଶ୍ରମ ଦ୍ୱାରା ଲକ୍ଷ୍ୟ ହାସଲ କରିବା ସହଜ:
ଚାଣକ୍ୟ କୁହନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କଠିନ ପରିଶ୍ରମ କରିବା ଉଚିତ। ଯେତେ ଅଧିକ ପରିଶ୍ରମ, ସଫଳ ହେବାର ସମ୍ଭାବନା ସେତେ ଅଧିକ। ଏପରିକି ପରିଶ୍ରମୀ ବ୍ୟକ୍ତି କଦାପି ଦାରିଦ୍ରତା ଦେଇ ଗତି କରେ ନାହିଁ।

ଆଧ୍ୟାତ୍ମିକତାର ଶକ୍ତିକୁ ଜାଣନ୍ତୁ:
ଚାଣକ୍ୟ କୁହନ୍ତି, ଧର୍ମ ଓ ଆଧ୍ୟାତ୍ମିକତା ଜଣେ ବ୍ୟକ୍ତିଙ୍କୁ ନିଜ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ବିଶେଷ ଦାୟିତ୍ୱ ଥାଏ। ସେଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରିବା ଉଚିତ। ଆଧ୍ୟାତ୍ମିକତାର ଶକ୍ତି ଦ୍ୱାରା ବ୍ୟକ୍ତିର ମନ ନିର୍ମଳ ରୁହେ। ଏହି ଲୋକ ଭୁଲ ଏବଂ ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତି।

ନୀରବତାର ଶକ୍ତି ଚିହ୍ନନ୍ତୁ:
ଚାଣକ୍ୟ କୁହନ୍ତି, ମତଭେଦ ଓ ବିବାଦ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରିଦିଏ। ଏଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଉଚିତ। ଏହାକୁ ଏଡାଇବା ପାଇଁ ନିରବ ରୁହନ୍ତି। ଚୁପ୍‌ ରହିଲେ ବିବାଦ ଏବଂ କଳହ ଭଳି ମତଭେଦକୁ ଏଡାଯାଇପାରିବ।

ସତର୍କ ଓ ସାବଧାନ ରୁହନ୍ତୁ:
ଚାଣକ୍ୟ କୁହନ୍ତି, ସର୍ବଦା ସତର୍କ ଏବଂ ସାବଧାନ ରୁହନ୍ତୁ। ଯେଉଁମାନେ ଏହି କଥାକୁ ଧ୍ୟାନରେ ରଖନ୍ତି, ସେ ବିପଦ ବେଳେ ଭୟ କରନ୍ତି ନାହିଁ। ଜୀବନରେ ଭୟ ଦୂର ହେବା ଉଚିତ। ଏଥିପାଇଁ ବ୍ୟକ୍ତି ସର୍ବଦା ସତର୍କ ରହିବା ସହ ଜାଗ୍ରତ ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri