ଜୀବନରେ ଏହି ୪ ଜିନିଷକୁ ଧ୍ୟାନ ଦିଅନ୍ତୁ, ଧନ ସହ ସମ୍ମାନ ବଜାୟ ରହିବ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟକୁ ସଫଳ ହେବାର ମାର୍ଗ ଦେଖାଇଥାଏ ଚାଣକ୍ୟ ନୀତି। କାରଣ ବିଫଳ ହେବାକୁ କେହି ବି ଚାହିଁ ନ ଥାନ୍ତି। ଏଥିପାଇଁ ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ଚାଣକ୍ୟ କୁହନ୍ତି କଠିନ ପରିଶ୍ରମ ଏବଂ ବଳିଦାନ ବିନା ସଫଳତାକୁ କଳ୍ପନା କରାଯାଇପାରିବ ନାହିଁ। ସଫଳତାର ରାସ୍ତା ବହୁତ କଷ୍ଟକର। ଏହି ରାସ୍ତାରେ ଚାଲିବାକୁ ହେଲେ ବ୍ୟକ୍ତି ମଧ୍ୟରେ ସାହସ ଏବଂ ଆଗ୍ରହର ଆବଶ୍ୟକତା ପଡ଼ିଥାଏ।

ଚାଣକ୍ୟ ନୀତି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଏହି ଚାରୋଟି ଜିନିଷକୁ ଗ୍ରହଣ କରିନିଏ, ତେବେ ତାଙ୍କୁ ସଫଳ ହେବାରୁ କେହି ଅଟକାଇ ପାରିବେ ନାହିଁ। ଆସନ୍ତୁ ଜାଣିବା…

ପରିଶ୍ରମ ଦ୍ୱାରା ଲକ୍ଷ୍ୟ ହାସଲ କରିବା ସହଜ:
ଚାଣକ୍ୟ କୁହନ୍ତି, ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କଠିନ ପରିଶ୍ରମ କରିବା ଉଚିତ। ଯେତେ ଅଧିକ ପରିଶ୍ରମ, ସଫଳ ହେବାର ସମ୍ଭାବନା ସେତେ ଅଧିକ। ଏପରିକି ପରିଶ୍ରମୀ ବ୍ୟକ୍ତି କଦାପି ଦାରିଦ୍ରତା ଦେଇ ଗତି କରେ ନାହିଁ।

ଆଧ୍ୟାତ୍ମିକତାର ଶକ୍ତିକୁ ଜାଣନ୍ତୁ:
ଚାଣକ୍ୟ କୁହନ୍ତି, ଧର୍ମ ଓ ଆଧ୍ୟାତ୍ମିକତା ଜଣେ ବ୍ୟକ୍ତିଙ୍କୁ ନିଜ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ବିଶେଷ ଦାୟିତ୍ୱ ଥାଏ। ସେଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରିବା ଉଚିତ। ଆଧ୍ୟାତ୍ମିକତାର ଶକ୍ତି ଦ୍ୱାରା ବ୍ୟକ୍ତିର ମନ ନିର୍ମଳ ରୁହେ। ଏହି ଲୋକ ଭୁଲ ଏବଂ ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତି।

ନୀରବତାର ଶକ୍ତି ଚିହ୍ନନ୍ତୁ:
ଚାଣକ୍ୟ କୁହନ୍ତି, ମତଭେଦ ଓ ବିବାଦ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରିଦିଏ। ଏଭଳି ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ଉଚିତ। ଏହାକୁ ଏଡାଇବା ପାଇଁ ନିରବ ରୁହନ୍ତି। ଚୁପ୍‌ ରହିଲେ ବିବାଦ ଏବଂ କଳହ ଭଳି ମତଭେଦକୁ ଏଡାଯାଇପାରିବ।

ସତର୍କ ଓ ସାବଧାନ ରୁହନ୍ତୁ:
ଚାଣକ୍ୟ କୁହନ୍ତି, ସର୍ବଦା ସତର୍କ ଏବଂ ସାବଧାନ ରୁହନ୍ତୁ। ଯେଉଁମାନେ ଏହି କଥାକୁ ଧ୍ୟାନରେ ରଖନ୍ତି, ସେ ବିପଦ ବେଳେ ଭୟ କରନ୍ତି ନାହିଁ। ଜୀବନରେ ଭୟ ଦୂର ହେବା ଉଚିତ। ଏଥିପାଇଁ ବ୍ୟକ୍ତି ସର୍ବଦା ସତର୍କ ରହିବା ସହ ଜାଗ୍ରତ ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri