ଆପଣଙ୍କର ଏହି ୬ ଅଭ୍ୟାସ ଅଛି କି? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ କେଉଁ ଅଭ୍ୟାସ ତ୍ୟାଗ କରିବା ଉଚିତ୍‌ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ
ଶ୍ଳୋକ:

कुचैलिनं दन्तमलोपधारिणं बह्वाशिनं निष्ठुरभाषिणं च।
सूर्योदये चास्तमिते शयानं विमुञ्चतिश्रीर्यदि चक्रपाणि:।।

– ଜଣେ ବ୍ୟକ୍ତିକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ। ମଇଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟକୁ କେବେବି ଲକ୍ଷ୍ମୀ ଆସନ୍ତି ନାହିଁ। କାରଣ ଏପରି ଲୋକଙ୍କୁ ସବୁ ଦିଗରୁ ଘୃଣା କରାଯାଇଥାଏ ।

-ମଇଳା ଦାନ୍ତ ଥିବା ଲୋକମାନଙ୍କ ପାଖରେ ମଧ୍ୟ ଲକ୍ଷ୍ମୀ ବାସ କରନ୍ତି ନାହିଁ। ତାଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିଥାଏ। ଦାନ୍ତ ସଫା କରୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।

– ଆବଶ୍ୟକଠାରୁ ଅଧିକ ଖାଉଥିବା ଲୋକ କେବେବି ଧନୀ ହୋଇପାରିବ ନାହିଁ। ଗରିବ ଲୋକ ଅଧିକ ଦାରିଦ୍ର୍ୟର ଶିକାର ହୁଅନ୍ତି ।

– ତିକ୍ତ ଶବ୍ଦ କହୁଥିବା ବ୍ୟକ୍ତି ଧନୀ ହୋଇପାରିବ ନାହିଁ। କାରଣ ତାର କଥାରେ ଅନ୍ୟଲୋକ ଆହତ ହୋଇଥାନ୍ତି। ଏଣୁ ସର୍ବଦା ବୁଝି ବିଚାରି କଥା କହିବା ଉଚିତ।

-ଅଧିକ ଶୋଉଥିବା ବ୍ୟକ୍ତିଙ୍କ ନିକଟକୁ ଲକ୍ଷ୍ମୀ ଆସନ୍ତି ନାହିଁ। ଏପରି ବ୍ୟକ୍ତି ମଧ୍ୟ କେବେ ଧନୀ ହୁଅନ୍ତି ନାହିଁ । ବିନା କାରଣରେ ଶୋଇବା କ୍ଷତିକାରକ ମଧ୍ୟ ହୋଇପାରେ।
– ପ୍ରତାରଣା ଏବଂ ଅସାଧୁତା ଦ୍ୱାରା ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଅଧିକ ସମୟ ଧରି ଧନୀ ରହନ୍ତି ନାହିଁ। ସେମାନେ ଶୀଘ୍ର ଟଙ୍କା ହରାନ୍ତି ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦାତା ବାପା ବି ପଛରେ, ମହିଳାଙ୍କ ପାଇଁ ସବୁକିଛି ହେଲେ…

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ନେଇ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଜୀବନ ଆରମ୍ଭଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏାହା କାର୍ଯ୍ୟରେ ଆସିଥାଏ। ଏହାକୁ ଗ୍ରହଣ କରି...

ଏହି ତେଲ ଦୂର କରେ ହାର୍ଟ ସମସ୍ୟା

ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

ଏସବୁ ଭୟଙ୍କର ରୋଗରୁ ମୁକ୍ତି ଚାହୁଁଥିଲେ …

ଅଖ୍‌ରୋଟ୍‌ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।...

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି...

ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଭୂମିକମ୍ପ ଅନ୍ୟତମ। ଏହା କେତେବେଳେ ସଂଗଠିତ ହେବ ତାହା ଆକଳନ କରିବା ଏତେ ସହଜ ନୁହେଁ। ତେବେ ଏ ସମ୍ପର୍କରେ ପ୍ରାକ୍‌...

ଆଜି ନିର୍ଜଳା ଏକାଦଶୀ: ବ୍ରତଧାରୀଙ୍କୁ ମିଳିଥାଏ ଅନେକ ଫଳ; ଜାଣନ୍ତୁ ମହତ୍ତ୍ୱ

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ‘ନିର୍ଜଳା ଏକାଦଶୀ’ କୁହାଯାଏ। ବର୍ଷକୁ ପଡ଼ିଥିବା ୨୪ ଏକାଦଶୀଠାରୁ ନିର୍ଜଳା ଏକାଦଶୀ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି...

ଅଏଲ୍‌ ଫ୍ରି ଚିକେନ୍‌ କରି

ଆବଶ୍ୟକ ସାମଗ୍ରୀ: କଟା ହୋଇଥିବା ଚିକେନ୍‌- ୧ କିଗ୍ରା, ୨୫୦ ମିଲିଗ୍ରାମ୍‌ ଦହି, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଜିରା, ୧ ଚାମଚ...

Advertisement


Archives

Model This Week